୧୨.୩୦ ସୁଦ୍ଧା ପୀଡ଼ିତାଙ୍କୁ ଏୟାର ଲିଫ୍ଟ

ଭୁବନେଶ୍ୱର: ପୁରୀ ଜିଲ୍ଲା ବଳଙ୍ଗା ପୀଡ଼ିତାଙ୍କୁ ଆଜି ୧୨.୩୦ ସୁଦ୍ଧା ଏୟାର ଲିଫ୍ଟ କରାଯିବ । ଏନେଇ ଏମସ ନିଦେ୍ର୍ଧଶକ ଆଶୁତୋଷ ବିଶ୍ୱାସ ରବିବାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଛି । ରକ୍ତଚାପ ପୂର୍ବଦିନ ଅପେକ୍ଷା ସାମାନ୍ୟ ଥିବାରୁ ସ୍ୱାସ୍ଥ୍ୟରେ ସୁଧାର ଆସିଛି । ଏହାଛଡ଼ା ଡାକ୍ତରୀ ଦଳ ସହ ପରିବାର ସଦସ୍ୟ ମଧ୍ୟ ପୀଡ଼ିତାଙ୍କ ସହ ଦିଲ୍ଲୀ ଯିବେ ବୋଲି ଏମସ ନିଦେ୍ର୍ଧଶକ ଆଶୁତୋଷ ବିଶ୍ୱାସ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ଚାଲି ଚାଲି ସାଙ୍ଗ ଘରକୁ ଯାଉଥିବା ସମୟରେ ହଠାତ୍ ଅଧାରାସ୍ତାରେ ୩ ଜଣ ଯୁବକ ଛାତ୍ରୀଙ୍କ ଦେହରେ ନିଆଁ ଲଗାଇ ପୋଡ଼ିବାକୁ ଉଦ୍ୟମ କରିଥିଲେ। ଯେଉଁଥିରେ ଛାତ୍ରୀ ଜଣକ ଗୁରୁତର ହୋଇଥିବା ଜଣାପଡିଛି। ଏହାସହିତ ରାସ୍ତାରେ ୩ ଜଣ ଦୁର୍ବୃତ୍ତ ଅସଦାଚରଣ କରିଥିବା ଅଭିଯୋଗ ମଧ୍ୟ ଆସିଛି ।

ତେବେ ନିଆଁ ଲଗାଇଥିବା ଯୁବକମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଛାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ ଛାତ୍ରୀଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍‌ସ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ବାକି ବଳଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି । ହେଲେ ବର୍ତ୍ତମାନ ଯାଏଁ ନିଆଁ ଲଗାଇବାର ସଠିକ୍ କାରଣ ଜଣାପଡିନାହିଁ ।

  • Garvita Odia

    Related Posts

    ସ୍ପେଶାଲ OTET-2025 ପରୀକ୍ଷା ବାତିଲ

    କଟକ: ସ୍ପେସାଲ୍ ଓଟିଇଟି 2025 ବାତିଲ । ମଧ୍ୟ ରାତ୍ରରେ ଏହି ପରୀକ୍ଷା ବାତିଲ ନେଇ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଆଜି ଏହି ପରୀକ୍ଷା ଥିବା ବେଳେ ଏହାକୁ ବୋର୍ଡ ବାତିଲ କରିଛି । ମାଧ୍ୟମିକ ଶିକ୍ଷା…

    ଦୁଇ କାର୍‌ ମୁହାଁମୁହିଁ ଧକ୍କା: ୪ ମୃତ

    କୋରାପୁଟ: କୋରାପୁଟରେ ଭୟଙ୍କର ସଡକ ଦୁର୍ଘଟଣା। ଘଟଣାସ୍ଥଳରେ ଜଣେ ମୃତ, ମେଡିକାଲରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କୋରାପୁଟ ଜିଲ୍ଲା ସୁନାବେଡା ଏନଏଚ୍ ୨୬ ନଂ ଜାତୀୟ ରାଜପଥରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତକାଲି ସୁନାବେଡା ହାଲ୍…

    Leave a Reply

    Your email address will not be published. Required fields are marked *

    You Missed

    ସ୍ପେଶାଲ OTET-2025 ପରୀକ୍ଷା ବାତିଲ

    ସ୍ପେଶାଲ OTET-2025 ପରୀକ୍ଷା ବାତିଲ

    ବଜ୍ରକାପ୍ତା ଜବତ: ଦୁଇ ଗିରଫ

    ବଜ୍ରକାପ୍ତା ଜବତ: ଦୁଇ ଗିରଫ

    ଦୁଇ କାର୍‌ ମୁହାଁମୁହିଁ ଧକ୍କା: ୪ ମୃତ

    ଦୁଇ କାର୍‌ ମୁହାଁମୁହିଁ ଧକ୍କା: ୪ ମୃତ

    ୧୨.୩୦ ସୁଦ୍ଧା ପୀଡ଼ିତାଙ୍କୁ ଏୟାର ଲିଫ୍ଟ

    ୧୨.୩୦ ସୁଦ୍ଧା ପୀଡ଼ିତାଙ୍କୁ ଏୟାର ଲିଫ୍ଟ

    ଯୁକ୍ତ ତିନିରେ ୯୦ ହଜାର ଆସନ ଖାଲି

    ଯୁକ୍ତ ତିନିରେ ୯୦ ହଜାର ଆସନ ଖାଲି

    ପ୍ରବଳରୁ ଅତି ପ୍ରବଳ ବର୍ଷିବ, ଆଲର୍ଟରେ ଏହି ଜିଲ୍ଲା

    ପ୍ରବଳରୁ ଅତି ପ୍ରବଳ ବର୍ଷିବ, ଆଲର୍ଟରେ ଏହି ଜିଲ୍ଲା