
ପୁରୀ: ଆସନ୍ତା ୧୪ରେ ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ସଦର କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ । ଅପରାହ୍ଣ ୫ଟାରୁ ହେବାକୁ ଥିବା ଏହି ବୈଠକରେ ସମସ୍ତ ସେବାୟତ ନିଯୋଗ ପ୍ରତିନିଧି ଉପସ୍ଥିତ ରହିବା ସହ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ଅଧ୍ୟକ୍ଷତା କରିବେ । ଅକ୍ଟୋବର ୨୨ରୁ ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା କାର୍ତ୍ତିକ ମାସ ବାଳଧୂପ ନୀତି ନିର୍ଘଣ୍ଟର ଅନୁମୋଦନ କରିପାରେ ଛତିଶା ନିଯୋଗ ।








