୧୬ରୁ ପୁନଃ ଆଇପିଏଲ୍‌

ମୁମ୍ବଇ : ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଏକ ସପ୍ତାହ ସ୍ଥଗିତ ରହିବା ପରେ ଏହାକୁ ପୁନଃ ଆରମ୍ଭ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବିସିସିଆଇ। ଏହା ମଧ୍ୟସ୍ଥ ସୂତ୍ରରୁ ପ୍ରକାଶ ଯେ ଚଳିତମାସ ୧୬ (ଶୁକ୍ରବାର)ଠାରୁ ଆଇପିଏଲ୍‌ ଆରମ୍ଭହେବ। ଏହାର ଫାଇନାଲ ମ୍ୟାଚ୍‌ ନିର୍ଦ୍ଧାରିତ ଦିନର ସପ୍ତାହକ ପରେ; ଅର୍ଥାତ୍‌ ମେ’ ୩୦ କିମ୍ବା ଜୁନ୍‌ ୧ରେ ଖେଳାଯିବ। ପୂର୍ବ ପରି ବିଭିନ୍ନ ସହରର ମ୍ୟାଚ୍‌ସବୁ ଖେଳାଯିବ। ଏହା ବିଷୟରେ ୧୦ଟିଯାକ ଫ୍ରାଞ୍ଚାଇଜି ଦଳଙ୍କୁ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ୧୬ରେ ଲକ୍ଷ୍ନୌରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ-ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମ୍ୟାଚ୍‌ ସହ ଆଇପିଏଲ୍‌ ପୁନଃ ଆରମ୍ଭ ହେବ। ତେଣୁ ଉଭୟ ଦଳଙ୍କୁ ୧୩ ସୁଦ୍ଧା ଲକ୍ଷ୍ନୌରେ ପହଞ୍ଚିବା ଲାଗି ଜଣାଇ ଦିଆଯାଇଛି। କ୍ବାଲିଫାୟର-୧ ଓ ଏଲମିନେଟର ମ୍ୟାଚ୍‌ ହାଇଦରବାଦରେ ଏବଂ କ୍ବାଲିଫାୟର-୨ ଓ ଫାଇନାଲ ମ୍ୟାଚ୍‌ କଲକାତାରେ ଖେଳାଯିବ। କଲକାତାରେ ଯଦି ବର୍ଷାର ସମ୍ଭାବନା ଥାଏ; ତେବେ ଫାଇନାଲ ମ୍ୟାଚ୍‌ ଅହମ୍ମଦାବାଦକୁ ସ୍ଥାନାନ୍ତର କରା ଯାଇପାରେ। ୨/୩ ଦିନ ମଧ୍ୟରେ ବିସିସିଆଇ ସାନି ଖେଳସୂଚୀ ଘୋଷଣା କରିବ।
ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଯୋଗୁଁ ଗୁରୁବାରଠାରୁ ଆଇପିଏଲ୍‌ ସ୍ଥଗିତ ରହିଛି। ତେବେ ଉଭୟ ଦେଶଙ୍କ ମଧ୍ୟରେ ଅସ୍ତ୍ରବିରତି ଯୋଗୁଁ ଆଇପିଏଲ୍‌କୁ ପୁଣି ଆରମ୍ଭ କରିବାର ବାଟ ଖୋଲିଛି। ମେ’ ୩୦ କିମ୍ବା ଜୁନ୍‌ ୧ ସୁଦ୍ଧା ଏହି ଟୁର୍ଣ୍ଣାମେଣ୍ଟକୁ ସାରିବା ପରେ ଦିନକୁ ୨ଟି ମ୍ୟାଚ୍‌ର ସଂଖ୍ୟା ବଢ଼ାଇବାକୁ ବିସିସିଆଇ ଚିନ୍ତାକରୁଛି। ଧର୍ମଶାଳାରେ କୌଣସି ମ୍ୟାଚ୍‌ ଖେଳାଯିବ ନାହିଁ। ପଞ୍ଜାବ କିଙ୍ଗ୍‌ସର ବାକି ୨ଟି ଘରୋଇ ମ୍ୟାଚ୍‌ ନିରପେକ୍ଷ ସ୍ଥାନ (ବୋଧହୁଏ ଅହମ୍ମଦାବାଦ)ରେ ଖେଳାଯିବ। ଯେତେ ଜଲ୍‌ଦି ସାନି ଖେଳସୂଚୀ ଘୋଷଣା କରାଯିବ; ସେତେ ଜଲ୍‌ଦି ଫ୍ରାଞ୍ଚାଇଜିମାନେ ସେମାନଙ୍କ ବିଦେଶୀ ଖେଳାଳିଙ୍କୁ ଭାରତ ଡକାଇ ପାରିବେ। ତେବେ ସାନି ଖେଳସୂଚୀ ଘୋଷଣା ପୂର୍ବରୁ ଭାରତ ସରକାରଙ୍କଠାରୁ ସ୍ପଷ୍ଟତା ମାଗିଛି ବିସିସିଆଇ। ସମ୍ପାଦକ ଦେବଜିତ ସାଇକିଆ କହିଛନ୍ତି, ଆମ ପାଖରେ କମ୍‌ ସମୟ ରହିଛି। ଆମେ ୧୦ଟି ଫ୍ରାଞ୍ଚାଇଜି, ପ୍ରସାରଣକାରୀ ସଂସ୍ଥା, ପ୍ରାୟୋଜକ ଓ ମ୍ୟାଚ୍‌ ଆୟୋଜନ କରିବାକୁ ଥିବା ରାଜ୍ୟ କ୍ରିକେଟ୍‌ ଆସୋସିଏସନ୍‌ମାନଙ୍କ ସହ ଆଲୋଚନା କରି ଚୂଡ଼ାନ୍ତ ନିଷ୍ପତ୍ତି ନେବୁ। ଏଣେ ଫ୍ରାଞ୍ଚାଇଜିମାନଙ୍କ ପାଇଁ ବଡ଼ ଆହ୍ବାନ ହେବ ବିଦେଶୀ ଖେଳାଳିଙ୍କୁ ପୁଣି ଭାରତ ଡକାଇବା। କିଛି ଖେଳାଳି ଭାରତରେ ରହିବାକୁ ରାଜି ହୋଇଥିବା ବେଳେ ଅଧିକାଂଶ ଖେଳାଳି ସ୍ବଦେଶ ଫେରି ଯାଇଛନ୍ତି।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ