୧୮ରେ ଓଡିଶା ଗସ୍ତରେ ଆସୁଛନ୍ତି ନିତିନ ନବୀନ

ଭୁବନେଶ୍ଵର:ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ । ଆସନ୍ତା ୧୮ ତାରିଖରେ ନିତିନ ନବୀନ ବିଜେପି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେବା ନେଇ ସୂଚନା ମିଳିଛି। ଜଟଣୀରେ ଆୟୋଜିତ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ଉଦଘାଟନୀ ସହ ନିଜର ଅଭିଭାଷଣ ରଖିବେ ନିତିନ ନବୀନ । ସେହିଦିନ ଅପରାହ୍ନରେ ରାଜ୍ୟ ବିଜେପି କାର୍ୟ୍ୟାଳୟରେ ଅନୁଷ୍ଠିତ କୋର କମିଟି ବୈଠକରେ ଯୋଗଦେବେ ।

ମନ୍ତ୍ରୀମାନଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି। ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ବ୍ଲୁ-ପ୍ରିଣ୍ଟ ହୋଇପାରେ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ପ୍ରଥମ ଥର ପାଇଁ ନିତିନ ଆସୁଛନ୍ତି ଓଡ଼ିଶା।୧୮ ତାରିଖ ସକାଳ ୯ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ନୀତିନ।ରାଜ୍ୟ ବିଜେପି ତୁଙ୍ଗ ନେତୃତ୍ୱ ଓ ହଜାର ହଜାର କର୍ମୀ ସ୍ୱାଗତ କରିବେ।ବିମାନବନ୍ଦରରୁ ସିଧାସଳଖ ବିଶାଳ ଶୋଭାଯାତ୍ରାରେ ଜଟଣୀ ପର୍ୟ୍ୟନ୍ତ ନିଆଯିବ।ରାଲି ଜରିଆରେ ବିଜେପି ନିଜର ଶକ୍ତି ପ୍ରଦର୍ଶନ କରିବାକୁ ରଖିଛି ଯୋଜନା। ଜଟଣୀରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଦିନ ୨ଟା ପର୍ୟ୍ୟନ୍ତ ରହି କର୍ମୀଙ୍କୁ ସମ୍ବୋଧନ କରିବେ। ସାଂଗଠନିକ ମାର୍ଗଦର୍ଶନ ପ୍ରଦାନ କରିବେ।ନିତିନଙ୍କ ଓଡ଼ିଶା ଗସ୍ତ ନେଇ ବିଜେପି ରାଜ୍ୟ କାର୍ୟ୍ୟାଳୟରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଏନେଇ ହୋଇଛି ବୈଠକ । ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧକ୍ଷଙ୍କ ଓଡିଶା ଗସ୍ତ ଗୁରୁତ୍ୱ ବହନ କରୁଛି ।

  • Related Posts

    ନିମାପଡାରେ ନିୟମର ଧଜ୍ଜିଆ ଉଡାଉଛନ୍ତି ସରକାରୀ ବାବୁ ଓ ବାବୁଆଣି

    ଅଫିସ ସକାଳୁଆ ,ଆସୁଛନ୍ତି ୧୦ଟା ପରେ ନିମାପଡ଼ା ରୁ ବସନ୍ତ ନାୟକ, ଗ୍ରୀଷ୍ମ ପ୍ରବାହ ବୃଦ୍ଧି ଯୋଗୁଁ ରାଜ୍ୟ ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକୁ ସକାଳୁ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସରକାର ଙ୍କ ଏହି ଆଦେଶ କୁ ନିମାପଡ଼ାରେ…

    Continue reading
    ସାମାଜିକ କର୍ମୀ ଭରତ ସାହୁଙ୍କୁ ହତ୍ୟା ଉଦ୍ୟମ ଘଟଣା: ୨ ଗିରଫ

    ଦେବଗଡ଼:ଗତ ଫେବୃଆରୀ ମାସ ୧୬ ତାରିଖରେ ଦେବଗଡ ଥାନାର ଟାଇଁସର ସ୍ଥିତ ଫାର୍ମ ହାଉସରେ ସାମାଜିକ କର୍ମୀ ରିଆମାଳ ଥାନାଂଚଳର ପୁରୁମୁଣ୍ଡା ଗ୍ରାମର ଭରତ ସାହୁଙ୍କୁ ହତ୍ୟା ଉଦ୍ୟମ ଘଟଣାର ଆଜି ଦେବଗଡ ଥାନା ପୁଲିସ ପର୍ଦ୍ଦାଫାଶ କରିଛି। ଉକ୍ତ ଘଟଣାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ