୧୮ରେ ରାଷ୍ଟ୍ରପତି ପ୍ରଦାନ କରିବେ ଜଳ ସଞ୍ଚୟ ଜନ ଭାଗିଦାରୀ ପୁରସ୍କାର, ରାଜ୍ୟର ୫ ଜିଲ୍ଲା ମନୋନୀତ

ଭୁବନେଶ୍ବର: ଜଳ ଶକ୍ତି ମନ୍ତ୍ରଣାଳୟ ଜଳ ସଂଚୟ ଜନ ଭାଗୀଦାରୀ ପ୍ରୟାସ ଅନ୍ତର୍ଗତ ଉତ୍କୃଷ୍ଟ ପ୍ରଦର୍ଶନକାରୀଙ୍କ ପାଇଁ ପୁରସ୍କାର ଘୋଷଣା କରିଛି। ଏଥିରେ ଓଡିଶାର ୫ଟି ଜିଲ୍ଲା ମନୋନୀତ ହୋଇଛି। ଓଡିଶାର ଗଞ୍ଜାମ, ମୟୂରଭଞ୍ଜ, କଳାହାଣ୍ଡି, ରାୟଗଡା,କଟକ ଜିଲ୍ଲା ରହିଛି। ପୁରସ୍କାର ବାବଦକୁ ୨୫ ଲକ୍ଷ ଟଙ୍କା ମିଳିବ। ୨୦୨୫ ମସିହା ପାଇଁ ପୁରସ୍କାରଗୁଡ଼ିକ ନଭେମ୍ବର ୧୮ରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ଏକ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଦାନ କରିବେ।
ଜଳ ସଞ୍ଚୟ ଜନ ଭାଗିଦାରୀ (JSJB) ପଦକ୍ଷେପ ୨୦୨୪ ସେପ୍ଟେମ୍ବର ୬ରେ ଗୁଜୁରାଟର ସୁରଟ ଠାରେ ଆରମ୍ଭ କରାଯାଇଥିଲା। ଏହି ପଦକ୍ଷେପ ଅଧୀନରେ ରାଜ୍ୟଗୁଡ଼ିକୁ ପାଞ୍ଚଟି ଜୋନରେ ବିଭକ୍ତ କରାଯାଇଛି। ଜିଲ୍ଲାଗୁଡ଼ିକୁ ସର୍ବନିମ୍ନ ୧୦ ହଜାର କୃତ୍ରିମ ପୁନଃଭରଣ ଏବଂ ସଂରକ୍ଷଣ ଢାଞ୍ଚା ନିର୍ମାଣ କରିବେ। ଉତ୍ତର-ପୂର୍ବ ଏବଂ ପାହାଡିଆ ରାଜ୍ୟଗୁଡ଼ିକର ଜିଲ୍ଲାଗୁଡ଼ିକ ପାଇଁ ଏହି ସଂଖ୍ୟା ୩ ହଜାର ରହିଛି। ଯେତେବେଳେ ଦେଶବ୍ୟାପୀ ନଗର ନିଗମ ପାଇଁ ଏହା ୧୦ ହଜାର ରହିଛି । ଏହି ଢାଞ୍ଚାଗୁଡ଼ିକ ମଧ୍ୟରେ ଛାତ ଉପରେ ବର୍ଷାଜଳ ଅମଳ, ହ୍ରଦ, ପୋଖରୀ ଏବଂ ଷ୍ଟେପୱେଲର ପୁନରୁଦ୍ଧାର ଅନ୍ତର୍ଭୁକ୍ତ। ସହରାଞ୍ଚଳ ଜଳ ସଂରକ୍ଷଣ ପ୍ରୟାସକୁ ସୁଦୃଢ଼ କରିବା ପାଇଁ ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଜଳ ଶକ୍ତି ମନ୍ତ୍ରଣାଳୟ ସହିତ ସହଭାଗୀ ରହିଛି।

ଚଳିତ ବର୍ଷ ମୋଟ ୧୦୦ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ତିନୋଟି ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ, ୬୭ ଜିଲ୍ଲା, ୬ଟି ନଗର ନିଗମ, ଗୋଟିଏ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB), ଦୁଇଟି ସହଭାଗୀ ମନ୍ତ୍ରଣାଳୟ/ବିଭାଗ, ୨ଟି ଶିଳ୍ପ, ୩ଟି ଏନଜିଓ, ଦୁଇ ବଦାନ୍ୟ ବ୍ୟକ୍ତି ଏବଂ ୧୪ ନୋଡାଲ ଅଧିକାରୀ (ତାଲିକା ସଂଲଗ୍ନ) ଅନ୍ତର୍ଭୁକ୍ତ। ଜେଏସଜେବିପୋର୍ଟାଲରେ ଅପଲୋଡ୍ ହୋଇଥିବା ଯାଞ୍ଚ ତଥ୍ୟ ଆଧାରରେ ପୁରସ୍କାର ବିଜେତାମାନଙ୍କୁ ଚୟନ କରାଯାଇଥିଲା।

ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲାଗୁଡ଼ିକୁ ବର୍ଗ ୧ ରେ ପ୍ରତ୍ୟେକଙ୍କୁ ୨ କୋଟି ଟଙ୍କା ପ୍ରଦାନ କରାଯାଉଛି। ବର୍ଗ ୨ ଏବଂ ୩ ରେ ଥିବା ଜିଲ୍ଲାଗୁଡ଼ିକୁ ଯଥାକ୍ରମେ ୧ କୋଟି ଟଙ୍କା ଏବଂ ୨୫ ଲକ୍ଷ ଟଙ୍କା ପ୍ରଦାନ କରା। । ଜଳସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗର ସଚିବଙ୍କ ଦ୍ୱାରା ସ୍ୱାକ୍ଷରିତ ଏକ ପ୍ରଶସ୍ତପତ୍ର ମଧ୍ୟ ଦିଆଯିବ।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ