୧୯ ବର୍ଷରୁ କମ ମହିଳା ଏସିଆ କପ ଟାଇଟଲ ଜିତିଲା ଭାରତ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ ମହିଳା ଏସିଆ କପ ଟାଇଟଲ ବିଜୟୀ ହୋଇଛି ଭାରତୀୟ ଦଳ। ପ୍ରଥମ ଥର ପାଇଁ ଆୟୋଜିତ ଏହ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଭାରତ ବାଂଲାଦେଶକୁ ୪୧ ରନରେ ହରାଇ ଚମ୍ପିଆନ ହୋଇଛି। ଭାରତୀୟ ବ୍ୟାଟ୍ସମ୍ୟାନ ଗୋଙ୍ଗାଡି ତ୍ରିଶା ସର୍ବାଧିକ ୫୨ରନ କରି ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଟାଇଟଲ ବିଜୟ ପରେ ୧୯ ବର୍ଷରୁ କମ୍‌ ଭାରତୀୟ ମହିଳା ଦଳକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।
ରବିବାର କୁଆଲାଲମ୍ପୁରଠାରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ବାଂଲାଦେଶ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ୨୦ ଓଭରରେ ୭ ଉଇକେଟ ହରାଇ ୧୧୭ ରନ କରିବାକୁ ସକ୍ଷମ ହୋଇଥିଲା। ଗୋଙ୍ଗାଡି ତ୍ରିଶା ୪୭ ବଲରୁ ୫୨ ରନ ସଂଗ୍ରହ କରିଥିଲେ। ଅନ୍ୟ କୌଣସି ଖେଳାଳି ଭଲ ସ୍କୋର କରିବାରେ ସଫଳ ହୋଇ ନ ଥିଲେ। ବାଂଲାଦେଶ ବୋଲର ଫର୍ଜାନା ଇସମିନ ୪ ଉଇକେଟ ଏବଂ ନିଶିତା ଅକତର ୨ଟି ଉଇକେଟ ନେଇଥିଲେ।

୧୧୮ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ବାଂଲାଦେଶ ଟିମ ଆରମ୍ଭରୁ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହେବା ସହ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ଚାଲିଥିଲେ। ଫଳରେ ଦଳ ୧୮ ଓଭର ୩ଟି ବଲରେ ୭୬ ରନ ସଂଗ୍ରହ କରି ସମସ୍ତ ଉଇକେଟ ହରାଇଥିଲା।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ