୨୦୨୫ ଧୋନିଙ୍କ ଶେଷ ଆଇପିଏଲ!

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ସଫଳତମ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୨୦୨୦ରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିଲେ ମଧ୍ୟ ବ୍ୟୟବହୁଳ କ୍ରିକେଟ ଲିଗ୍‌ ଆଇପିଏଲରେ ଖେଳିବା ଜାରି ରଖିଛନ୍ତି। ଧୋନିଙ୍କ ନେତୃତ୍ବରେ ଚେନ୍ନଇ ସୁପରକିଙ୍ଗ୍‌ସ ୫ଥର ଆଇପିଏଲ ଟ୍ରଫି ଜିତିଛି। ୪୪ ବର୍ଷୀୟ ଧୋନି ଆଇପିଏଲରେ ଏବେ ସୁଦ୍ଧା ସର୍ବାଧିକ ୨୬୪ଟି ମ୍ୟାଚ ଖେଳିଛନ୍ତି। ଯେଉଁଥିରେ ୩୯୧୨ରନ କରିଛନ୍ତି। ୨୦୨୫ ତାଙ୍କର ଶେଷ ଆଇପିଏଲ ହେବା ନେଇ କ୍ରିକେଟ ପଣ୍ଡିତମାନେ ପୂର୍ବାନୁମାନ କରିଛନ୍ତି। ଧୋନିଙ୍କ ନେତୃତ୍ବରେ ଚେନ୍ନଇ ସୁପରକିଙ୍ଗ୍‌ସ ୨୦୧୦, ୨୦୧୧, ୨୦୧୮, ୨୦୨୧ ଓ ୨୦୨୩ରେ ଆଇପିଏଲ ଚମ୍ପିଆନ ହୋଇଛି। ଧୋନି ୨୦୦୮ରୁ ୨୦୧୫ ପର୍ୟ୍ୟନ୍ତ ଚେନ୍ନଇ ସୁପରକିଙ୍ଗ୍‌ସ ପାଇଁ ଖେଳିଥିଲେ। ୨୦୧୬ ଓ ୨୦୧୭ରେ ଚେନ୍ନଇ ସୁପରକିଙ୍ଗ୍‌ସ ଦୁଇବର୍ଷ ବାସନ୍ଦ ହେବା ଯୋଗୁ ଧୋନି ରାଇଜିଂ ସୁପରଜାଏଣ୍ଟ୍‌ସ ପାଇଁ ଖେଳିିଥିଲେ। ଏହା ପରେ ୨୦୧୮ରୁ ନିୟମିତ ଭାବେ ଚେନ୍ନଇ ସୁପରକିଙ୍ଗ୍‌ସ ପକ୍ଷରୁ ଖେଳୁଛନ୍ତି। ୨୦୨୨ରେ ଧୋନି ଚେନ୍ନଇ ସୁପରକିଙ୍ଗ୍‌ସ ଅଧିନାୟକ ପଦ ଛାଡ଼ିଥିଲେ। ତାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜା ଅଧିନାୟକ ଦାୟିତ୍ବ ତୁଲାଇଥିଲେ। ଦଳ ଜାଡେଜାଙ୍କ ଅଧିନାୟକତ୍ବରେ ଖରାପ ପ୍ରଦର୍ଶନ କରିବାରୁ ଅଧାରୁ ପୁଣି ଧୋନିଙ୍କୁ ନେତୃତ୍ବ ଦିଆଯାଇଥିଲା। ୨୦୨୩ରେ ଧୋନିଙ୍କ ନେତୃତ୍ବରେ ଦଳ ପଞ୍ଚମ ଥର ପାଇଁ ଆଇପିଏଲ ଟ୍ରଫି ବିଜୟୀ ହୋଇଥିଲା। ୨୦୨୪ରେ ଧୋନି ଚେନ୍ନଇ ସୁପରକିଙ୍ଗ୍‌ସର ଅଧିନାୟକ ପଦକୁ ଛାଡ଼ିଥିଲେ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ