୨୩ରେ ବିଧାନସଭା ଘେରିବ ବିଜେଡି

ଭୁବନେଶ୍ୱର: ପୁଣି ଆନେ୍ଦାଳନ ଡାକରା ଦେଇଛି ବିଜୁ ଜନତା ଦଳ ବା ବିଜେଡି । ଆସନ୍ତା ୨୩ ତାରିଖ ଦିନ ବିଜୁ ଜନତା ଦଳ ବିଧାନସଭା ଘେରାଉ କରିବ । ଏନେଇ ଶନିବାର ଦଳ ପକ୍ଷରୁ ସୂଚନା ଦିଆଯାଇଛି । ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରାଯିବାକୁ ନେଇ ବିଜେଡି ବିଧାନସଭା ଘେରିବ । ଶନିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଦେବୀ ମିଶ୍ର, ପ୍ରମିଳା ମଲ୍ଲିକ ଓ ଅରୁଣ ସାହୁ । ଏହି ଘେରାଉ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷ, ସରପଞ୍ଚ ଓ ସ୍ୱାର୍ଡମେମ୍ବରମାନେ ସାମିଲ ହେବେ ।

ସାମ୍ବାଦିକ ସମ୍ମିଳନୀରେ ଆହୁରି କୁହାଯାଇଛି ଯେ, “ବିକଶିତ ଓଡ଼ିଶା ନାଁରେ ଆଉ ଏକ ପ୍ରକଳ୍ପ କରି ତାକୁ ବି ଦିଆଯାଉ ନାହିଁ। ତଳ ସ୍ତରରେ ଚାପ ସୃଷ୍ଟି କରାଯାଇ ପଂଚାୟତ ସ୍ତରର ନେତାଙ୍କୁ ବିଲ ଦିଆଗଲା ନାହିଁ । ପଞ୍ଚାୟତିରାଜ ବ୍ୟବସ୍ଥାକୁ ଧ୍ୱଂସ କରାଯାଉଛି। ବିଜେଡି ନିରବ ଦ୍ରଷ୍ଟା ହୋଇ ରହିବ ନାହିଁ। ବିଧାନସଭା ଭିତରେ ଓ ବାହାରେ ଆନ୍ଦୋଳନ କରିବ। ଜିଲ୍ଲା ପରିଷଦଙ୍କୁ ଅବହେଳା କରାଯାଉଛି, ବ୍ଲକ ଅଧ୍ୟକ୍ଷଙ୍କ କ୍ଷମତାକୁ ସଙ୍କୁଚିତ କରାଯାଇଛି। ଏବେ ଅଧ୍ୟକ୍ଷ ହେବେ ରବର ଷ୍ଟାମ୍ପ। ୮୫୪ ଜିଲ୍ଲା ପରିଷଦ ସଭ୍ୟ ମଧ୍ୟରୁ ବିଜେଡିର ୭୦୦ ରୁ ଅଧିକ ସଦସ୍ୟ ଜିତିଥିଲେ। ୨୭୦ରୁ ଅଧିକ ବ୍ଲକରେ ବିଜେଡି ସମର୍ଥିତ ଅଧ୍ୟକ୍ଷ। ସେହିଭଳି ୮୦ ଭାଗରୁ ଅଧିକ ବିଜେଡି ସମର୍ଥିତ ସମିତି ସଭ୍ୟ ଓ ଅନ୍ୟ ପଂଚାୟତ ପ୍ରତିନିଧି ରହିଛନ୍ତି। ଏବେ ୧୦ ଲକ୍ଷ ଯାଏ ବିଲ୍ ବ୍ଲକ ଅଧ୍ୟକ୍ଷ ଅନୁମୋଦନ କରିପାରିବେ ନାହିଁ। ବିଡ଼ିଓ କରିବେ। ଓଡିଶା ପଂଚାୟତ ସମିତି ଆକ୍ଟ କହୁଛି ଯେ, ବିଡ଼ିଓ ଏକଜେକ୍ୟୁଟିଭ ଅଫିସର। ଅଧ୍ୟକ୍ଷ ହେଉଛନ୍ତି ଏକଜେକ୍ୟୁଟିଭ ଅଥରିଟି। ଅଫିସର ଏବେ ଉପରେ ରହିବେ। ବାବୁ ଶାସନ ଆରମ୍ଭ କରିଦେଲେ ସରକାର। ଅଧ୍ୟକ୍ଷ ଏବେ ପଙ୍ଗୁ। ପ୍ରକଳ୍ପ ଗ୍ରାମସଭାରୁ ପାସ ହୋଇ ଆସିବ ବୋଲି ସରକୁଳାର ଦେଲେ। ଆମ ଓଡ଼ିଶା ନବୀନ ଓଡ଼ିଶାରେ ତଲରୁ ଉପର ଯାଏ ଆସୁଥିଲା। କିନ୍ତୁ ବିଜେପି ଜିଲା ପରିଷଦକୁ କାଟିଦେଲେ। ସରପଞ୍ଚ, ୱାର୍ଡ ମେମ୍ବର ଓ ଜିଲ୍ଲା ପରିଷଦ କ୍ଷମତା ଅପହରଣ କରି ଜିଲ୍ଲାପାଳ ଓ ଶାସକ ଦଳର ବିଧାୟକଙ୍କୁ କ୍ଷମତା ଦିଆଗଲା। ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତାକୁ ହତ୍ୟା କଲେ।”

  • Related Posts

    ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି ମୋଦି

    ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ପ୍ରଥମଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ଦୀର୍ଘ ରାଜନୈତିକ ଯାତ୍ରା ପରେ ୨୦୧୪ରେ…

    Continue reading
    ହାଇକୋର୍ଟ ଗଲେ ବିଦ୍ୟାଭାରତୀ

    କଟକ: ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ନମିଳିବା ପରେ ସେ ଏହି ଆବେଦନ କରିଥିବା ଜଣାପଡ଼ିଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ