
କଣ୍ଟାବାଞ୍ଜି: ଟ୍ରେନ୍ ଲାଇନରେ ପଡ଼ିଛି ୨ ମହିଳାଙ୍କ ମୃତଦେହ। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ କୁକୁଡାହାଡ଼ ଯିବା ଟ୍ରାକ ପାଖରେ ଦୁଇ ମହିଳାଙ୍କ ମୃତଦେହ ଠାବ ହୋଇଛି। ତେବେ ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି। ଜଣେ ବୃଦ୍ଧା ମହିଳାଙ୍କ ବୟସ ୫୦ରୁ ୫୫ ବର୍ଷ ହେଇଥିବାବେଳେ ଅନ୍ୟ ଜଣେ ମହିଳାଙ୍କ ବୟସ ୪୦ ବର୍ଷ ହୋଇଥିବା ଅନୁମାନ କରାଯାଉଛି। ଘଟଣା ସ୍ଥଳରେ କଣ୍ଟାବାଞ୍ଜି ଜିଆରପି ପୁଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।