୪ କୋଟି ଟଙ୍କାର ଭାଟ୍‌ ହେରଫେର, ୩ ଗିରଫ

ଭୁବନେଶ୍ୱର: ଭାଟ୍‌ ବାବଦ ୪କୋଟିରୁ ଊର୍ଦ୍ଧ୍ୱ ସରକାରୀ ଅର୍ଥ ହେରଫେର ନେଇ ଭୁବନେଶ୍ୱର ଭିଜିଲାନ୍ସରେ ଅଭିଯୋଗ ହୋଇଛି। ଏହି ଘଟଣାରେ ଭିଜିଲାନ୍ସ ଟିମ୍‌ କୋରାପୁଟ ଜୟପୁରର ସିଟି ଆଣ୍ଡ ଜିଏସ୍‌ଟି କାର୍ୟ୍ୟାଳୟର ଆସିଷ୍ଟାଣ୍ଟ ବାଣିଜ୍ୟ କର ଅଧିକାରୀ ଓ ୨ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନେ ହେଲେ ଆସିଷ୍ଟାଣ୍ଟ ବାଣିଜ୍ୟକର ଅଧିକାରୀ ଅବିନାଶ ପ୍ରଧାନ ଓ ଗିରଫ ୨ ବ୍ୟବସାୟୀ ହେଲେ ସାତ୍ୟକୀ ପଟ୍ଟନାୟକ ଏବଂ ଦୀପ୍ତିକାନ୍ତ ଚୌଧୁରୀ। ଭିଜିଲାନ୍ସ ସମସ୍ତ ଅଭିଯୁକ୍ତଙ୍କୁ ଗୁରୁବାର ସାରେ ଭୁବନେଶ୍ୱରର ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟରେ ହାଜର କରିଥିଲା। ଜାମିନ ନ ମିଳିବାରୁ ସମସ୍ତଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଭିଜିଲାନ୍ସର ସୂଚନା ଅନୁଯାୟୀ, ଅବିନାଶ ପ୍ରଧାନ ସିଟି ଆଣ୍ଡ ଜିଏସ୍‌ଟି ଭୁବନେଶ୍ୱର କାର୍ୟ୍ୟାଳୟରେ କାର୍ୟ୍ୟରତ ଥିବାବେଳେ ଏହି ଠକେଇ କରିଥିଲେ। ଏକ ଘରୋଇ କମ୍ପାନୀ ‘ମେସର୍ସ ଜି ଇ ଭେରୋନା ଟି ଆଣ୍ଡ୍‌ ଡି ଲିଃ’ର ଜିଏସ୍‌ଟି କାଗଜପତ୍ରରେ ଜାଲିଆତିକରି ୪ କୋଟି ୩ ଲକ୍ଷ ୯ ହଜାର ୭୨୩ ଟଙ୍କା ହଡ଼ପ କରିନେଇଥିଲେ। ଏଥିରେ ସାତ୍ୟକୀ ଓ ଦୀପ୍ତିକାନ୍ତ ତାଙ୍କୁ ସହଯୋଗ କରିଥିଲେ। ୨୦୧୧ ଜୁନ୍‌ ୧ରୁ ୩୦ ତାରିଖ ଓ ୨୦୧୨ ମାର୍ଚ୍ଚ ୧ରୁ ୩୧ତାରିଖ ମଧ୍ୟରେ ଆରେଭା ଟି ଆଣ୍ଡ୍‌ ଡି କମ୍ପାନୀର ମାଲିକ ଦୀପ୍ତିକାନ୍ତ ୧କୋଟି ୨୩ଲକ୍ଷ ଟଙ୍କା ଏବଂ ଅଲ୍‌ଷ୍ଟମ ଟି ଆଣ୍ଡ୍‌ ଡି କମ୍ପାନୀ ମାଲିକ ସାତ୍ୟକୀ ୨୦୧୧ ଏପ୍ରିଲରୁ ୨୦୧୩ ମାର୍ଚ୍ଚ ୩୧ ମଧ୍ୟରେ ୨କୋଟି ୮୦ଲକ୍ଷ ୯ହଜାର ୭୧୭ଟଙ୍କାର ଭାଟ୍‌ ସଂକ୍ରାନ୍ତ ଜାଲ୍‌ ଦସ୍ତାବିଜ ମେସର୍ସ ଜିଇ ଆଣ୍ଡ୍‌ ଟିଡି ଇଣ୍ଡିଆ ଲିଃ(ଏବେ ମେସର୍ସ ଜିଇ ଭେରୋନା) ପକ୍ଷରୁ ଦାଖଲ କରିଥିଲେ। ମେସର୍ସ ଜିଇ ଭେରୋନା ଲି’ କମ୍ପାନୀକୁ ଅଭିଯୁକ୍ତ ୨ ବ୍ୟବସାୟୀ ନିଜର ଦର୍ଶାଇବା ପାଇଁ ନକଲି ଷ୍ଟାମ୍ପ୍‌ ଓ ଦସ୍ତଖତ ଜରିଆରେ ଏହି ଟଙ୍କା ହଡ଼ପ କରିଥିବା ଜଣାପଡ଼ିଛି। ଏନେଇ କମ୍ପାନୀକୁ ଭାଟ୍‌ ରିଟର୍ନ ବାବଦକୁ କୌଣସି ଟଙ୍କା ଆସି ନ ଥିବା ଅଡିଟ୍‌ ସମୟରେ ଜଣାପଡ଼ିଥିଲା। ଏହାପରେ କମ୍ପାନୀ କର୍ତ୍ତୃପକ୍ଷ ଏନେଇ ଭୁବନେଶ୍ୱରସ୍ଥିତ ସିଟି ଆଣ୍ଡ ଜିଏସ୍‌ଟି ଅଫିସ୍‌କୁ ଅବଗତ କରାଇଥିଲେ। ଜିଏସ୍‌ଟି ବିଭାଗ ପକ୍ଷରୁ ଏନେଇ ଭିଜିଲାନ୍ସରେ ଚଳିତ ମାସ ୧୦ ତାରିଖରେ ଅଭିଯୋଗ ହୋଇଥିଲା। ଏହି ଆଧାରରେ ଭିଜିଲାନ୍ସ ମାମଲା ନଂ.୧୫/୨୦୨୪ ରୁଜୁକରି ଘଟଣାର ତଦନ୍ତକରି ଅବିନାଶଙ୍କ ସମେତ ସାତ୍ୟକୀ ଓ ଦୀପ୍ତିକାନ୍ତଙ୍କୁ ଗିରଫ କରିଥିଲା। ତେବେ ଏଥିରେ ବହୁ ସରକାରୀ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଭିଜିଲାନ୍ସ ପକ୍ଷରୁ ସନ୍ଦେହ କରାଯାଉଛି। ସେହିପରି ଗିରଫ ୨ ବ୍ୟବସାୟୀ ପୂର୍ବରୁ ଉକ୍ତ ଘରୋଇ କମ୍ପାନୀରେ କାର୍ୟ୍ୟ କରୁଥିବା ନେଇ କୁହାଯାଉଛି।

  • Related Posts

    ଭିଣୋଇଙ୍କୁ ପିଟି ପିଟି ମାରିଦେଲା ଶାଳକ

    ବଡ଼ବିଲ: ପାରିବାରିକ ବିବାଦକୁ କେନ୍ଦ୍ର କରି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଭିଣୋଇକୁ ପିଟି ପିଟି ମାରିଦେଲା ଶାଳକ । ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁ ବୁରୁସାହିରେ ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତକୁ ଧରିବାକୁ…

    Continue reading
    ରାଜଧାନୀରେ ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ !

    ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ନୟାପଲ୍ଲୀ ଥାନା ଅଞ୍ଚଳରେ ଘରେ ଏକା ଥିବା ବେଳେ ଦୁଷ୍କର୍ମ । ଜଣେ ଦୁର୍ବୃତ୍ତ ମୁହଁରେ ମାସ୍କ ପିନ୍ଧି ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଜଣେ ଦୁର୍ବୃତ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ