୨.୪୭ ଲକ୍ଷ କୋଟି ଟଙ୍କାର ୨୭ଟି ମେଗା ପ୍ରକଳ୍ପକୁ ମଞ୍ଜୁରୀ

ରାଜ୍ୟରେ ୨ଲକ୍ଷ ୪୭ହଜାର ୧୧୫କୋଟି ଟଙ୍କାର ୨୭ଟି ବୃହତ୍ ପ୍ରକଳ୍ପକୁ ଆଜି ହାଇଲେଭଲ୍ କମିଟି (ଏଚଏଲସିଏ)ର ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୪୬ତମ ଏଚଏଲସିଏ ବୈଠକରେ ରାଜ୍ୟର ୧୫ଟି ଜିଲ୍ଲାରେ ଏହି ବୃହତ୍ ପ୍ରକଳ୍ପଗୁଡ଼ିକ ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ପ୍ରାୟ ୫୦୧୬୨ ଜଣ କୁଶଳୀ ତଥା ଅଣକୁଶଳୀ ଯୁବକଯୁବତୀଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

କେବଳ ପାରମ୍ପରିକ ଖଣି ଓ ଇସ୍ପାତ ନୁହେଁ, ବରଂ ଡାଟା ସେଣ୍ଟର, କୃତ୍ରିମ ବୁଦ୍ଧିମତା (ଏଆଇ), ସେମିକଣ୍ଡକ୍ଟର, ଗ୍ରୀନ ହାଇଡ୍ରୋଜେନ ଓ ଲ୍ୟାବ-ନିର୍ମିତ ହୀରା ଭଳି ଅତ୍ୟାଧୁନିକ ଜ୍ଞାନକୌଶଳ କ୍ଷେତ୍ରକୁ ପ୍ରାଥମିକତା ଦେଇ ଓଡ଼ିଶା ଦେଶର ଏକ ପ୍ରମୁଖ ଡିଜିଟାଲ୍ ଓ ଉତ୍ପାଦନ ହବ୍ ଭାବେ ଉଭା ହେବାକୁ ଯାଉଛି। ଏହି ପ୍ରକଳ୍ପଗୁଡ଼ିକ ଅନୁଗୁଳ, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ନୂଆପଡ଼ା, ପୁରୀ, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ୍ୟକାରୀ ହେବ। ଅନୁମୋଦିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ସର୍ବାଧିକ ନିବେଶ ଡିଜିଟାଲ୍ ଭିତ୍ତିଭୂମି ଓ ଆଇଟି କ୍ଷେତ୍ରରେ ହେବାକୁ ଯାଉଛି।

ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ଖୋର୍ଦ୍ଧାରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ୨୧୫୦ କୋଟି ଟଙ୍କା ବ୍ୟୟରେ ୧୦୦୦ ଶଯ୍ୟା ବିଶିଷ୍ଟ ମଲ୍ଟି-ସୁପର ସ୍ପେଶାଲିଟି ହସ୍ପିଟାଲ୍ ସ୍ଥାପନ କରାଯିବ। ସେହିପରି ଯାଜପୁରରେ ଟାଟା ଷ୍ଟିଲ୍ ଦ୍ୱାରା ୩୩୨୯ କୋଟି ଟଙ୍କାରେ ଆଇରନ ଓର ଗ୍ରାଇଣ୍ଡିଂ ୟୁନିଟ୍ ସହ ସ୍ଲରି ପାଇପଲାଇନ, ଗଞ୍ଜାମରେ ଗ୍ରାସିମ ଇଣ୍ଡଷ୍ଟ୍ରିଜ୍ ଦ୍ୱାରା ୧୪୨୫ କୋଟି ଟଙ୍କାର କେମିକାଲ ପ୍ଲାଣ୍ଟ, ଢେଙ୍କାନାଳରେ ତାଳଚେର ଗ୍ୟାସିଫାୟାର ଦ୍ୱାରା ୧୭୫୦ କୋଟି ଟଙ୍କାର କେମିକାଲ ୟୁନିଟ୍‌, କଳାହାଣ୍ଡିରେ ଲିଓମାକ୍ସ ଟେକ୍ସଟାଇଲ୍ସ ଦ୍ୱାରା ୧୨୦୦ କୋଟି ଟଙ୍କାର ପୋଷାକ କାରଖାନା ଓ ଭଦ୍ରକରେ ଚିରିପାଲ ପଲି ଫିଲ୍ମସ ଦ୍ୱାରା ୧୧୨୫ କୋଟି ଟଙ୍କାର ଟାୟାର କାରଖାନା ପ୍ରତିଷ୍ଠା ହେବ।

ଆଇଟି ଓ ଡାଟା ସେଣ୍ଟରର ୪ ପ୍ରମୁଖ ପ୍ରକଳ୍ପରେ ମୋଟ ୧ ଲକ୍ଷ ୪୨ହଜାର ୯୪୧ କୋଟି ଟଙ୍କା ବିନିଯୋଗ କରାଯିବ। ଏଥିରେ ହାଇ ଡେନସିଟି ଡାଟା ସେଣ୍ଟର ଲିମିଟେଡ୍ ପକ୍ଷରୁ ଖୋର୍ଦ୍ଧାରେ ୧,୦୪,୫୫୦କୋଟି ଟଙ୍କା ବ୍ୟୟରେ ଏକ ସମନ୍ୱିତ ଡାଟା ସେଣ୍ଟର ପାର୍କ ନିର୍ମାଣ ହେବ, ଯେଉଁଥିରେ ୧ହଜାର ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ।ଏଚସିଏଲ୍ ଟେକ୍ନୋଲୋଜିସ୍ ଖୋର୍ଦ୍ଧାରେ ୧୪୨୫୭ କୋଟି ଟଙ୍କା ବିନିଯୋଗ କରି ଏଆଇ-ଅପ୍ଟିମାଇଜ୍ଡ ଡାଟା ସେଣ୍ଟର ପ୍ରତିଷ୍ଠା କରିବ।
ପୁରୀରେ ସେଣ୍ଟ୍ରାଫୋର୍ଜ ଏଆଇ ଲିମିଟେଡ୍ ୨୨୬୩୪ କୋଟି ଟଙ୍କାର ଏଆଇ ଡାଟା ସେଣ୍ଟର ଓ ଗ୍ଲୋବାଲ କାପାବିଲିଟି ସେଣ୍ଟର ସ୍ଥାପନ କରି ୨୩୨୦ ଜଣଙ୍କୁ ନିଯୁକ୍ତି ଦେବ। ସେହିପରି କଟକରେ ଆରକେଡି କନଷ୍ଟ୍ରକ୍ସନ ୧୫୦୦ କୋଟି ଟଙ୍କା ବ୍ୟୟରେ ଏକ ଡାଟା ସେଣ୍ଟର ପ୍ରତିଷ୍ଠା କରିବ।

ଶକ୍ତି ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ୫୪୨୮୭.୭୦ କୋଟି ଟଙ୍କାର ୪ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିମଧ୍ୟରେ ଏନଏଲସି ଇଣ୍ଡିଆ ଲିମିଟେଡ୍ ଦେବଗଡ଼ରେ ୩୪୭୬୩.୫୧ କୋଟି ଟଙ୍କା ବ୍ୟୟରେ ୩୨୦୦ ମେଗାୱାଟ୍ ଓ ଅନୁଗୋଳରେ ୧୧୬୦୪.୧୯ କୋଟି ଟଙ୍କା ବ୍ୟୟରେ ୧୦୮୦ ମେଗାୱାଟ୍ କ୍ଷମତାସମ୍ପନ୍ନ ଥର୍ମାଲ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା କରିବ। ଏଥିସହ ରାୟଗଡ଼ାରେ ବେକେମ ଇନଫ୍ରା ପ୍ରୋଜେକ୍ଟସ ଦ୍ୱାରା ୪୦୨୦ କୋଟି ଟଙ୍କାରେ ୬୦୦ ମେଗାୱାଟ୍ ଓ କୋରାପୁଟରେ ଶ୍ରୀ ଅବନ୍ତିକା କଣ୍ଟ୍ରାକ୍ଟର ପକ୍ଷରୁ ୩୯୦୦ କୋଟି ଟଙ୍କାରେ ୭୫୦ ମେଗାୱାଟର ଦୁଇଟି ପମ୍ପଡ୍ ଷ୍ଟୋରେଜ୍ ହାଇଡ୍ରୋ ପାୱାର ପ୍ଲାଣ୍ଟ ସ୍ଥାପନ କରାଯିବ।

ସୁନ୍ଦରଗଡ଼ ଜିଲ୍ଲାରେ ଇସ୍ପାତ ଶିଳ୍ପର ବ୍ୟାପକ ସମ୍ପ୍ରସାରଣ ଘଟିବ। ରୁଙ୍ଗଟା ମାଇନ୍ସ ଲିମିଟେଡ୍ ୯୦୦୦ କୋଟି ଟଙ୍କା ବିନିଯୋଗରେ ନିଜର ଇସ୍ପାତ କାରଖାନା ସମ୍ପ୍ରସାରଣ କରି ସର୍ବାଧିକ ୧୨୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହାସହ ଶାକମ୍ଭରୀ ଇସ୍ପାତ ଆଣ୍ଡ ପାୱାର ଲିମିଟେଡ୍ ୫୦୦୦ କୋଟି ଟଙ୍କା ବ୍ୟୟରେ ଏକ ସମନ୍ୱିତ ଷ୍ଟିଲ୍ ପ୍ଲାଣ୍ଟ, ସିମେଣ୍ଟ ପ୍ଲାଣ୍ଟ ଓ କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା କରିବ।

ସେହିପରି ଲ୍ୟାବ-ନିର୍ମିତ ହୀରା ଉତ୍ପାଦନରେ ୧୦୬୮୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଏଥିରେ ଢୋଲକିଆ ଲ୍ୟାବ ଗ୍ରୋନ ଡାଇମଣ୍ଡ (୪୫୦୦ କୋଟି), ଗ୍ରୀନଲ୍ୟାବ୍ ଡାଇମଣ୍ଡସ (୨୫୦୦ କୋଟି), ନୋଭୋ ଡାଇମଣ୍ଡସ (୧୦୮୦ କୋଟି) ଓ ସୁପ୍ରିମ ଗ୍ରୀନ ଡାଇମଣ୍ଡସ (୧୦୦୦ କୋଟି) ଖୋର୍ଦ୍ଧାରେ ୟୁନିଟ୍ ବସାଇବାକୁ ଥିବାବେଳେ ନିଓରଗାନିକ ଡାଇମଣ୍ଡସ ଗଞ୍ଜାମରେ ୧୬୦୦ କୋଟି ଟଙ୍କା ନିବେଶ କରିବ।

ଖୋର୍ଦ୍ଧାରେ ସିକ୍ସେମ ପ୍ରାଇଭେଟ୍ ଲିମିଟେଡ୍ ୨୦୭୮ କୋଟି ଟଙ୍କା ବ୍ୟୟରେ ସିଲିକନ କାର୍ବାଇଡ୍ ୱେଫର ଓ ଗ୍ୟାଲିୟମ ନାଇଟ୍ରାଇଡ୍ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିବ। କେନ୍ଦ୍ରାପଡ଼ାରେ ଜିରିବାମ ସୋଲାର ପାୱାର ପକ୍ଷରୁ ୩୦୦୦ କୋଟି ଟଙ୍କାର ଗ୍ରୀନ ହାଇଡ୍ରୋଜେନ, ଗ୍ରୀନ ଆମୋନିଆ, ଗ୍ରୀନ ମିଥାନଲ ଓ ଇ-ସାଫ୍ ପ୍ରକଳ୍ପ ହେବ। ନୂଆପଡ଼ାରେ ଆରେ ସୋଲାର ୧୦୫୦ କୋଟି ଟଙ୍କାର ୧୦ ଜିଗାୱାଟ୍ ବିଶିଷ୍ଟ ବ୍ୟାଟେରୀ ଏନର୍ଜି ଷ୍ଟୋରେଜ୍ ପ୍ଲାଣ୍ଟ ନିର୍ମାଣ କରିବ। ଗଞ୍ଜାମରେ ଏଲ ଆଣ୍ଡ ଟି ପକ୍ଷରୁ ଗ୍ରୀନ ଏନର୍ଜି ଉପକରଣ ନିର୍ମାଣ (୫୦୦୦ କୋଟି), ଆଡଭାନ୍ସଡ ଫ୍ୟାବ୍ରିକେସନ କମ୍ପେ୍ଲକ୍ସ (୨୧୦୦ କୋଟି) ଓ ଜାହାଜ ନିର୍ମାଣ ତଥା ମରାମତି କେନ୍ଦ୍ର (୧୦୦୦ କୋଟି ଟଙ୍କାରେ) ପ୍ରତିଷ୍ଠା କରିବ।

ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ,ଏହି ବିପୁଳ ପୁଞ୍ଜିନିବେଶ ରାଜ୍ୟର ଅର୍ଥନୀତିକୁ ଗତିଶୀଳ କରିବା ସହ ଆଂଚଳିକ ଅସନ୍ତୁଳନ ଦୂର କରିବ। କେବଳ ପୁଞ୍ଜି ଆଣିବା ନୁହେଁ, ବରଂ ପ୍ରତ୍ୟେକ ଅଂଚଳକୁ ସମାନ ଗୁରୁତ୍ୱ ଦେଇ ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ଓ ‘ସମୃଦ୍ଧ ଓଡ଼ିଶା ୨୦୩୬’ ଲକ୍ଷ୍ୟ ହାସଲ କରିବା ଦିଗରେ ରାଜ୍ୟ ସରକାର ସଂକଳ୍ପବଦ୍ଧ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି।

  • Related Posts

    ବଡ଼ ଖବର: ୧୫ରେ ଛାତ୍ର ସଂସଦ ନିର୍ବାଚନ

    ଭୁବନେଶ୍ୱର: ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତଃ ହୋଇଛି । ଆସନ୍ତା ୧୫ ତାରିଖ ଦିନ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି । ଏନେଇ ସୋମବାର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ…

    Continue reading
    ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଜନାଥ ସିଂହ

    ଭୁବନେଶ୍ୱର: ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଆସନ୍ତାକାଲି ସେ କୋରାପୁଟ ଜିଲ୍ଲା ଗସ୍ତ କରିବେ। ଗସ୍ତ ସମୟରେ ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL)ର ପ୍ରତିରକ୍ଷା ଉତ୍ପାଦନ ୟୁନିଟ୍ ପରିଦର୍ଶନ କରିବେ ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ