
ଭୁବନେଶ୍ବର: କିଛିଦିନ ହେଲା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଛି। ଆଗକୁ ଦୃଶ୍ୟମାନ ଦୂରତା କମ ରହିବା ହେତୁ ଗାଡ଼ିମୋଟର ଚଳାଚଳରେ ସମସ୍ୟା ଉପୁଜୁଛି। ଅନେକ ସ୍ଥଳେ ଦୁର୍ଘଟଣାମାନ ଘଟୁଛି। ଶନିବାର ସକାଳେ ଢେଙ୍କାନାଳ, ଫୁଲବାଣୀ, ରାଉରକେଲା, କୋରାପୁଟ ଏବଂ ଭୁବନେଶ୍ବରରେ କୁହୁଡ଼ି ଦୃଶ୍ୟମାନ ହୋଇଛି। ଆସନ୍ତା ୩୧ ପର୍ୟ୍ୟନ୍ତ ବିଭିନ୍ନ ଜିଲାରେ ସକାଳ ସମୟରେ ଘନ କୁହୁଡ଼ି ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ଆସନ୍ତା ୩ଦିନ ପରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ସହ ଶୀତ ପ୍ରକୋପ ହ୍ରାସ ସମ୍ଭାବନା ରହିଛି।


