୬୦ ବର୍ଷରେ ପାଦ ଥାପିଛନ୍ତି କିଙ୍ଗ୍ ଖାନ୍

ବଲିଉଡ ବାଦଶାହା ଶାହରୁଖ ଖାନ । ସେ ସବୁଠାରୁ ଲୋକପ୍ରିୟ ଷ୍ଟାରମାନଙ୍କ ମଧ୍ୟରୁ ଜଣେ। ଶାହରୁଖ କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ଏବଂ ଅନନ୍ୟ ପରିଚୟ ସୃଷ୍ଟି କରିଛନ୍ତି। ୩୩ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ତାଙ୍କର ବଲିଉଡ କ୍ୟାରିଅର ଏବେ ବି ଚମକୁଛି। ଆଜି ଶାହରୁଖ ଖାନ ତାଙ୍କ ଜୀବନର ଛଅ ଦଶନ୍ଧି ପୂରଣ କରିଛନ୍ତି।ଆଜି ସେ ୬୦ ବର୍ଷରେ ପାଦ ଥାପିଛନ୍ତି । ଜନ୍ମଦିନ ଅବସରରେ କିଙ୍ଗ ଖାନଙ୍କ ଏକ ଝଲକ ପାଇବା ପାଇଁ ତାଙ୍କ ଘର ମନ୍ନତ ସମ୍ମୁଖରେ ପ୍ରଶଂସକଙ୍କ ଭିଡ଼ ଜମିଛି। ଶାହରୁଖ ଛୋଟ ପରଦାରୁ ତାଙ୍କ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ସେ ଏବେ ବିଶ୍ୱର ସବୁଠାରୁ ଧନୀ ଅଭିନେତା। କିନ୍ତୁ ଆପଣ କ’ଣ ତାଙ୍କର ପ୍ରଥମ ରୋଜଗାର ବିଷୟରେ ଜାଣନ୍ତି କି?ଆଜିକା ସମୟରେ ଶାହରୁଖଙ୍କ ପାଖ ନେମ୍‌ ଫେମ୍‌ ଟଙ୍କା , ପଇସା ସବୁକିଛି ଅଛି । ହେଲେ ତାଙ୍କ ପ୍ରଥମ ଦରମା ପାଇଁ ସେ ବହୁତ କଠିନ ପରିଶ୍ରମ କରିଥିଲେ । ଏକ ଇଣ୍ଟରଭ୍ୟୁରେ ଶାହରୁଖ ଖାନ ନିଜେ ଥରେ ତାଙ୍କର ପ୍ରଥମ ରୋଜଗାର ପ୍ରକାଶ କରିଥିଲେ। କହିଥିଲେ କି ଯେତେବେଳେ ସେ ଷ୍ଟ୍ରଗଲ କରୁଥିଲେ ସେତେବେଳେ ବହୁତ କାମ କରିଛନ୍ତି । ହେଲେ ଯେଉଁଥିରେ ସେ ଥିଏଟର୍ସ ବାହାରେ ଟିକେଟ ବିକ୍ରି କରୁଥିଲେ । ସେଥିରୁ ତାଙ୍କୁ ୫୦ ଟଙ୍କା ମିଳୁଥିଲା।ଯାହା ତାଙ୍କ ଜୀବନର ପ୍ରଥମ ରୋଜଗାର ଥିଲା ।
ବଲିଉଡ୍ ଇଣ୍ଡଷ୍ଟ୍ରିରେ ଶାହାରୁଖ ଯେତିକି ରାଜ କରନ୍ତି ସାରା ବିଶ୍ୱର ସେଲିବ୍ରିଟିଙ୍କ ମଧ୍ୟରେ ବି ତାଙ୍କର ଦବଦବା କିଛି କମ୍ ନୁହେଁ । କାରଣ ନିକଟରେ ପ୍ରକାଶିତ ଏକ ସାଇଣ୍ଡିଫିକ୍ ଷ୍ଟଡିରେ ତାଙ୍କୁ ବିଶ୍ୱର ୧୦ ଜଣ ହ୍ୟାଣ୍ଡସମ୍ ସେଲିବ୍ରିଟିଙ୍କ ମଧ୍ୟରେ ସ୍ଥାନ ମିଳିଛି । ଏହି ଲିଷ୍ଟରେ ସ୍ଥାନରେ ପାଇବାରେ ଶାହାରୁଖ ହେଉଛନ୍ତି ପ୍ରଥମ ଭାରତୀୟ ଅଭିନେତା । ତାଙ୍କ ସ୍କୋର ରହିଛି ୮୬.୭୬ ପ୍ରତିଶତ । ନିକଟରେ, ହୁରୁନ୍ ରିଚ୍ ଲିଷ୍ଟ ୨୦୨୫ରେ ପ୍ରକାଶିତ ହୋଇଥିଲା, ଯେଉଁଥିରେ କୁହାଯାଇଥିଲା ଯେ ଶାହରୁଖ ଖାନଙ୍କ ସମ୍ପତ୍ତି ୧୨,୪୯୦ କୋଟି ଟଙ୍କା। ବିଶ୍ୱର ଅନ୍ୟ କୌଣସି ଅଭିନେତାଙ୍କ ପାଖରେ ଏତେ ସମ୍ପତ୍ତି ନାହିଁ।
ଶାହରୁଖ ଖାନ ଏବେ ଅନେକ ଆନ୍ତର୍ଜାତୀୟ ସେଲିବ୍ରିଟିଙ୍କ ଠାରୁ ଅଧିକ ଧନୀ ହୋଇଛନ୍ତି। ସେ ଟେଲର ସ୍ୱିଫ୍ଟ (୧୧୫୨୮ କୋଟି), ଆର୍ନୋଲ୍ଡ ସ୍କ୍ୱାର୍ଜେନେଗର (୧୦୬୪୧ କୋଟି), ଜେରି ସେନଫିଲ୍ଡ (୧୦୬୪୧ କୋଟି) ଏବଂ ସେଲେନା ଗୋମେଜ (୬୩୮୫ କୋଟି)ଙ୍କ ସମ୍ପତ୍ତିକୁ ପଛରେ ପକାଇ ଦେଇଛନ୍ତି। ହୁରୁନ ଇଣ୍ଡିଆ ରିଚ୍ ଲିଷ୍ଟ ୨୦୨୪ ଅନୁଯାୟୀ, ଶାହରୁଖ ଖାନଙ୍କ ସମ୍ପତ୍ତି ୭୩୦୦କୋଟି ଥିଲା। ଆଉ ୨୦୨୫ ତାଲିକା ଅନୁସାରେ, ଗୋଟିଏ ବର୍ଷ ମଧ୍ୟରେ ତାଙ୍କର ସମ୍ପତ୍ତି ୫୧୯୦ ଟଙ୍କା କୋଟି ବୃଦ୍ଧି ପାଇଛି। ଏହା ସହିତ, ଶାହରୁଖ ଖାନଙ୍କ ମୋଟ ସମ୍ପତ୍ତି ଏବେ ୧୨୪୯୦ କୋଟିରେ ପହଞ୍ଚିଛି, ଯାହା ତାଙ୍କୁ ବିଶ୍ୱର ସବୁଠାରୁ ଧନୀ ଅଭିନେତାର ଆଖ୍ୟା ପ୍ରଦାନ କରିଛି।ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ ୨୦୨୫ ରେ ଅନେକ ଭାରତୀୟ ସେଲିବ୍ରିଟି ସାମିଲ ଅଛନ୍ତି। ତାଲିକା ଅନୁସାରେ, ବଲିଉଡର ୫ ଜଣ ସବୁଠାରୁ ଧନୀ ସେଲିବ୍ରିଟିଙ୍କ କଥା ଆସିଲେ, ଶାହରୁଖ ଖାନ ତାଲିକାର ଶୀର୍ଷରେ ଅଛନ୍ତି, ତାଙ୍କ ପରେ ରାଣୀ ମୁଖାର୍ଜୀ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ରାଣୀ ଏବଂ ତାଙ୍କ ପରିବାରର ମୋଟ ସମ୍ପତ୍ତି ୭୭୯୦ କୋଟି। ହ୍ରିତିକ୍ ରୋଶନ ୨୧୬୦ କୋଟି ସମ୍ପତ୍ତି ସହିତ ତୃତୀୟ ସ୍ଥାନରେ ଅଛନ୍ତି । ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ୧୮୮୦ କୋଟି ସମ୍ପତ୍ତି ସହିତ ଚତୁର୍ଥ ସ୍ଥାନରେ ଅଛନ୍ତି, ଏବଂ ଅମିତାଭ ବଚ୍ଚନ ୧୬୩୦ କୋଟି ସମ୍ପତ୍ତି ସହିତ ପଞ୍ଚମ ସ୍ଥାନରେ ଅଛନ୍ତି।

  • Related Posts

    ମୁଁ ନିର୍ବାଚନରେ ​​ ଲଢ଼ିବାକୁ ଚାହୁଁ ନାହିଁ: କେ ଆନ୍ନାମଲାଇ

    ଚେନ୍ନାଇ: ଭାରତୀୟ ଜନତା ପାର୍ଟି ପକ୍ଷରୁ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ୨୭ ଜଣ ପ୍ରାର୍ଥୀଙ୍କ ପୂର୍ଣ୍ଣାଙ୍ଗ ତାଲିକା ପ୍ରକାଶ କରାଯାଇଥିଲା। ତାଲିକାରେ କେ ଆନ୍ନାମଲାଇଙ୍କ ନାମ ନଥିଲା। ଏନେଇ ଆନ୍ନାମଲାଇ ନୀରବତା ଭାଙ୍ଗିଛନ୍ତି। ସେ ଶନିବାର ସ୍ପଷ୍ଟ କରିଛନ୍ତି, ତାମିଲନାଡୁରେ…

    Continue reading
    କୂଅକୁ କାର୍ ଖସି ୯ ମୃତ

    ମୁମ୍ବାଇ : ମହାରାଷ୍ଟ୍ରର ନାସିକ୍ ଜିଲ୍ଲାର ଡିଣ୍ଡୋରିରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ଡିଣ୍ଡୋରିର ଶିବାଜୀ ନଗର ଅଞ୍ଚଳରେ ଏକ ମାରୁତି କାର କୂଅ ଭିତରକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ କାରରେ ଥିବା ଗୋଟିଏ ପରିବାରର ନଅ ଜଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ