୭ ଦିନିଆ ରିମାଣ୍ଡରେ ଗଲା ରାଜା ସାହାଣୀ

ଭୁବନେଶ୍ୱର: ଆଜିଠୁ ୭ ଦିନିଆ ରିମାଣ୍ଡରେ ଗଲା କୁଖ୍ୟାତ ଅପରାଧୀ ରାଜା ସାହାଣୀ। ଚୌଦ୍ୱାର ଜେଲରୁ ରିମାଣ୍ଡରେ ନେଲା ବେଙ୍ଗାଲୁରୁ ପୋଲିସ। କର୍ଣ୍ଣାଟକ ବେଙ୍ଗାଲୁରୁରେ ୨୦ କୋଟି ଟଙ୍କାର ଅଳଙ୍କାର ଲୁଟ ଘଟଣାର ତନାଘନା ପାଇଁ ରାଜା ସାହାଣୀକୁ ରିମାଣ୍ଡରେ ନେଇଛି କର୍ଣ୍ଣାଟକ ପୋଲିସ।

ଆଜିଠାରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ପଚରାଉଚରା କରିବ ପୋଲିସ ଟିମ। କେମିତି ଏତେ ଟଙ୍କାର ଅଳଙ୍କାର ଲୁଟ କରିଥିଲା ଏ ନେଇ ଜେରା କରିବ କର୍ଣ୍ଣାଟକ ପୋଲିସ। ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କଟକ JMFC। କର୍ଣ୍ଣାଟକ ପୋଲିସ ମାଗିଥିବା ରିମାଣ୍ଡକୁ ମଂଜୁରୀ ପରେ ରିମାଣ୍ଡରେ ନେଇଛି ପୋଲିସ।

ଚୌଦ୍ୱାର ଜେଲରୁ ଫେରାର୍ ଦ୍ୱିତୀୟ କଏଦୀ ରାଜା ସାହାଣୀକୁ ଉତ୍ତରାଖଣ୍ଡରୁ ଗିରଫ କରାଯାଇଥିଲା। ବିହାରର ରାଜା ସାହାଣୀକୁ ଋଷିକେଶରୁ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରଥିଲା। ଏହା ପୂର୍ବରୁ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ ପୋଲିସ ଗିରଫ କରିଥିଲା। ଗତ ଦଶହରାରେ ମଧୁକାନ୍ତ ଓ ରାଜା ପାଚେରୀ ଡେଇଁ ଫେରାର ହୋଇଯାଇଥିଲେ।…

  • Related Posts

    ବନ୍ଧା ହେଲେ କୁବେର ଯନ୍ତ୍ରୀ

    ଭୁବନେଶ୍ୱର: ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ (ଡ୍ୟାମ୍‌ ସୁରକ୍ଷା) ରାଜେଶ ଚନ୍ଦ୍ର ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗତକାଲି ତାଙ୍କର ବିଭିନ୍ନ ଠିକଣାରେ ଚଢ଼ାଉ କରିବା ପରେ ବିପୁଳ ପରିମାଣରେ ସଂପତ୍ତି ଠାବ…

    Continue reading
    ଭାଣିଜୀର ତଣ୍ଟି ଚିପି ହତ୍ୟା କଲା ମାଇଁ !

    ଭଞ୍ଜନଗର : ମାମୁଁ ଘରେ ଭାଣିଜୀକୁ ହତ୍ୟା। ହତ୍ୟା ଅଭିଯୋଗ ଆଣିଲେ ନାବାଳିକାଙ୍କ ମାଆ। ଏଭଳି ଅଭାବନୀୟ ଘଟଣା ଜଗନ୍ନାଥପ୍ରସାଦ ଥାନା ଛାମୁଣ୍ଡା ଲକ୍ଷ୍ମଣପଲ୍ଲୀ ଗାଁରେ ଘଟିଛି। ମୃତ ନାବାଳିକା ଜଣକ ହେଲେ ଅର୍ଚ୍ଚନା ମହାରଣା। ତଣ୍ଟିଚିପି ଅର୍ଚ୍ଚନାଙ୍କୁ ହତ୍ୟା କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ