ଏଣିକି ୭ ବର୍ଷ ପରେ ଜଣେ ଏସ୍ଆଇ ହୋଇପାରିବେ ଇନ୍ସପେକ୍ଟର। ପଦୋନ୍ନତିକୁ ୧୦ ବର୍ଷରୁ ୭ ବର୍ଷକୁ ଖସାଇଲେ ରାଜ୍ୟ ସରକାର। ପୂର୍ବରୁ ୧୦ ବର୍ଷ ପରେ ଜଣେ ଏସ୍ଆଇ ଇନ୍ସପେକ୍ଟର ହେଉଥିଲେ। ୭ ବର୍ଷ ପରେ ପଦୋନ୍ନତି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଆଜି ଗୁଡ୍ ଫ୍ରାଇଡେ, ଚର୍ଚ୍ଚରେ ପ୍ରାର୍ଥନା କରୁଛନ୍ତି ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀ
ଆଜି ଗୁଡ୍ ଫ୍ରାଇଡେ। ମାନବ ଜାତି ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବଳିଦାନର ସ୍ମୃତିଚାରଣ କରାଯାଉଛି । ଯୀଶୁଙ୍କ ବଳିଦାନକୁ ମନେ ପକାଇ ଚର୍ଚ୍ଚରେ ପ୍ରାର୍ଥନା କରୁଛନ୍ତି ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀ ଭାଇ ଭଉଣୀ । ଏଥିପାଇଁ ସକାଳୁ ଉଭୟ ବାପ୍ଟିଷ୍ଟ ଓ କ୍ୟାଥଲିକ୍…




