2 dead body found ବ୍ଲୁ ଲେକରେ ନିଖୋଜ ଥିଲେ:୨୪ ଘଣ୍ଟା ପରେ ୨ ମୃତଦେହ ଉଦ୍ଧାର

ନୀଳଗିରି:  ରିଲ୍ସ ବନାଇବା ହେଲା କାଳ। ବ୍ଲୁ ଲେକରେ ବୁଡି ଚାଲିଗଲା ୨ ସାଙ୍ଗଙ୍କ ଜୀବନ । ୨୪ ଘଣ୍ଟା ପରେ ୨ ମୃତଦେହ ଉଦ୍ଧାର କରାଯାଇଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ମିତ୍ରପୁର ନିକଟ ପରିତ୍ୟକ୍ତ ଖାଦାନ ପାଣି ବ୍ଲୁଲେକ ରେ ୨୦୦ ଫୁଟ ପାଣିରେ ଦୁଇ ସାଙ୍ଗ ବୁଡ଼ିଯାଇଥିଲେ । ଗତକାଲି ଗାଧୋଇବା ବେଳେ ରିଲ୍ସ କରିବା ସମୟରେ ଅସାବଧାନତା ଯୋଗୁଁ ୨ ଜଣ ବୁଡ଼ି ନିଖୋଜ ଥିଲେ । ମୃତକ ୨ କଲେଜ ଛାତ୍ର ଭଦ୍ରକ ଓ ବାରିପଦା ଅଞ୍ଚଳର ହୋଇଥିବା ଜଣାପଡିଛି । ୨୪ ଘଣ୍ଟା ପରେ ୨ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ଟିମ୍ ।

ବାଲେଶ୍ଵର ଜିଲ୍ଲା ନୀଳଗିରିର  ମିତ୍ରପୁର ନିକଟ ବ୍ଲୁ ଲେକ ରେ ଗତକାଲି ଅଘଟଣ  ଘଟିଥିଲା । ତିନିଜଣ କଲେଜ ଛାତ୍ର  ବୁଲିବାକୁ ଆସି ରିଲ୍ସ କରୁଥିଲେ । ଗଛରେ ଚଢି ପାଣିକୁ ଡିଆଁ ମଧ୍ୟ ମାରୁଥିଲେ । ଏହା ଏକ ପରିତ୍ୟକ୍ତ ଖାଦାନ ବୋଲି ସେମାନେ ଜାଣିନଥିଲେ । ରିଲ୍ସ କରି ଗଛରୁ ଡେଉଁଥିବା ବେଳେ ବଡ଼ ଅଘଟଣ ଘଟିଥିଲା । ଖାଦାନରେ  ୨୦୦ ଫୁଟ ପାଣି ଥିଲା । ଏଥିରେ  ଦୁଇଜଣ ସାଙ୍ଗ  ବୁଡି  ନିଖୋଜ ହୋଇ ଯାଇଥିଲେ ।  ରେମୁଣା କଲେଜରେ ପଢୁଥିବା ଭଦ୍ରକ ଅଞ୍ଚଳର ରୋଶନ ନାୟକ ସୁରକ୍ଷିତ ଥିବା ବେଳେ ନିଖୋଜ ଥିବାବେଳେ ଅନ୍ୟ ୨ ଛାତ୍ର ଭଦ୍ରକ ଅଞ୍ଚଳର ଅଂଶୁମାନ ପାତ୍ର ଓ ଅନ୍ୟ ଜଣକ ବାରିପଦା ଅଞ୍ଚଳର ଭବିଷ୍ୟ ପାତ୍ର ନିଖୋଜ ଥିଲେ ।

ଉଭୟ ଫକୀର ମୋହନ କଲେଜରେ କମର୍ସର ଦ୍ୱିତୀୟ ବର୍ଷର ଛାତ୍ର । ଘଟଣାସ୍ଥଳରେ ନୀଳଗିରି ପୁଲିସ ପହଁଞ୍ଚି ତଦନ୍ତ କରିଛି । ଦମକଳ ଓ ଓଡ୍ରାଫ ଟିମ୍ ଗତକାଲିଠାରୁ ଖୋଜାଖୋଜି ଜାରି ରଖିଥିଲେ । ଏହାପରେ  ୨ ସାଙ୍ଗଙ୍କ ମୃତଦେହ ଉଦ୍ଧାର ହୋଇଛି । ସେପଟେ ଭଦ୍ରକରେ ଗାଧୋଇବା ବେଳେ ରେବ ନଦୀରେ ୪ ନାବାଳିକା ଭାସିଯାଇଛନ୍ତି । ଧାମନଗର ଚୂଡାକୁଟି ପଞ୍ଚାୟତ ନାରାୟଣପୁର ଗାଁରେ ଅଘଟଣ ଘଟିଛି । ୩ ଜଣଙ୍କୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି । ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

  • Related Posts

    ଆଜିଠାରୁ ଶକ୍ତିପୀଠରେ ନବରାତ୍ର ପୂଜା

    ଆଜିଠାରୁ ଶକ୍ତିପୀଠରେ ଆରମ୍ଭ ହେଉଛି ନଅ ଦିନ ଧରି ମାଆଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା। ମାଆଙ୍କ ଆଗମନକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଶକ୍ତିପୀଠ। ନଅ ଦିନ ଧରି ବିଭିନ୍ନ ରୀତିନୀତି ଅନୁସାରେ ମାଆଙ୍କ ପୂଜା କରାଯିବ। ଏହି ଅବସରରେ ମାଆଙ୍କ ଦର୍ଶନ ପାଇଁ…

    Continue reading
    ପାର୍ବଣ ବେଳେ କାଚିବ ବର୍ଷା ପବନ

    ଆସୁଛି ବଡ଼ ବର୍ଷା ! ଏଥର ଧୋଇଯିବ ଦଶହରା ! ୧୩ରେ ଲଘୁଚାପ, ନେବ କି ବାତ୍ୟାର ରୂପ ? କ’ଣ କହୁଛି ପାଣିପାଗ ବିଭାଗର ପୂର୍ବାନୁମାନ ? ପାର୍ବଣ ବେଳେ କାଚିବ ବର୍ଷା ପବନ । ଫିକା ପଡିପାରେ ଦୁର୍ଗାପୂଜା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ