ଓଡ଼ିଶାରେ ରେଳ ବିକାଶ ପାଇଁ ୭୩,୭୨୩ କୋଟି ମଞ୍ଜୁର

ଓଡ଼ିଶାରେ ରେଳ ବିକାଶ ପାଇଁ ୭୩,୭୨୩ କୋଟି ଟଙ୍କା ମଞ୍ଜୁର। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ରଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସୋଶାଲ ମିଡ଼ିଆ ଏକ୍ସରେ କୃତଜ୍ଞତା ଜଣାଇବା ସହ ବିସ୍ତୃତ ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ। ଓଡ଼ିଶାରେ ପ୍ରସ୍ତାବିତ ରାୟଗଡା ରେଳ ମଣ୍ଡଳକୁ ମଞ୍ଜୁର ମିଳିଛି। ରେଳ ମଣ୍ଡଳ କାର୍ଯ୍ୟାଳୟ ନିର୍ମାଣ ପାଇଁ ୧୦୭ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି। ପୂର୍ବତଟ ରେଳପଥ ମଧ୍ୟରେ ପୂର୍ବପରି ତିନିଟି ରେଳ ମଣ୍ଡଳ ରହିବ। ଅମୃତ ଷ୍ଟେସନ ଯୋଜନାରେ ଓଡ଼ିଶାର ୫୯ଟି ଷ୍ଟେସନକୁ ପୁନର୍ବିକାଶ କରାଯାଉଛି। ମୋଦି 3.0 ସମୟରେ ୧୯,୨୮୯ କୋଟି ବ୍ୟୟ ଅଟକଳରେ ୮ଟି ନୂତନ ରେଳ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ କରାଯାଇଛି ବୋଲି ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ Xରେ ଲେଖିଛନ୍ତି। କ୍ୟାବିନେଟରେ ଅନୁମୋଦନ କରାଯାଇଥିବା ପ୍ରକଳ୍ପ ଗୁଡ଼ିକ ହେଲା; ଗୁଣୁପୁର-ଥେରୁବାଲି ନୂତନ ରେଳ ଲାଇନ, ଜୁନାଗଡ଼ ରୋଡ୍‌-ନବରଙ୍ଗପୁର ନୂତନ ରେଳ ଲାଇନ, ମାଲକାନଗିରି-ପଣ୍ଡୁରଙ୍ଗାପୁରମ ଭାୟା ଭଦ୍ରାଚଳମ ନୂତନ ରେଳ ଲାଇନ, ବାଦାମପାହାଡ଼-କେନ୍ଦୁଝରଗଡ଼ ନୂତନ ରେଳ ଲାଇନ, ବାଙ୍ଗିରିପୋଷୀ-ଗୋରୁମହିଷାଣୀ ନୂତନ ରେଳ ଲାଇନ, ବୁଡ଼ାମରା-ଚାକୁଳିଆ ନୂତନ ରେଳ ଲାଇନ, ସରଡ଼େଗା-ଭାଲୁମୁଡା ନୂତନ ଦୋହରୀକରଣ ରେଳ ଲାଇନ ଓ ବରଗଡ଼ ରୋଡ଼-ନୂଆପଡା ରୋଡ଼ ନୂତନ ରେଳ ଲାଇନ୍‌କୁ କ୍ୟାବିନେଟ୍‌ରେ ମଞ୍ଜୁରି ମିଳିଛି।

  • Related Posts

    କେନ୍ଦ୍ର କ୍ୟାବିନେଟ: ଉଜ୍ଜ୍ୱଳା ଯୋଜନା ପାଇଁ ୧୨୦୬୦ କୋଟି

    ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକରେ ପାଞ୍ଚଟି ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ଉଜ୍ଜ୍ୱଳା ଯୋଜନା ପାଇଁ ୧୨୦୬୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ପ୍ରସ୍ତାବକୁ ସରକାର ଅନୁମୋଦନ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିରେ ୧୦…

    ଶନିବାର କୋରାପୁଟ ଯିବେ ମୁଖ୍ୟମନ୍ତ୍ରୀ

    ଜୟପୁର: ଶନିବାର କୋରାପୁଟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସହର ଉପକଣ୍ଠ ବାଙ୍କବିଜାରେ ଆୟୋଜିତ ସମାବେଶରେ ଯୋଗଦେବେ । ୯ ତାରିଖ ପୂର୍ବାହ୍ଣରେ ମହିଳାଙ୍କୁ ସୁଭଦ୍ରା ଯୋଜନା ତୃତୀୟ କିସ୍ତି ଟଙ୍କା ପ୍ରଦାନ କରିବେ । ଏହାକୁ…

    Leave a Reply

    Your email address will not be published. Required fields are marked *

    You Missed

    କେନ୍ଦ୍ର କ୍ୟାବିନେଟ: ଉଜ୍ଜ୍ୱଳା ଯୋଜନା ପାଇଁ ୧୨୦୬୦ କୋଟି

    କେନ୍ଦ୍ର କ୍ୟାବିନେଟ: ଉଜ୍ଜ୍ୱଳା ଯୋଜନା ପାଇଁ ୧୨୦୬୦ କୋଟି

    ଶନିବାର କୋରାପୁଟ ଯିବେ ମୁଖ୍ୟମନ୍ତ୍ରୀ

    ଶନିବାର କୋରାପୁଟ  ଯିବେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ଵର ଏମ୍‌ସରେ ସିବିଆଇ ଚଢ଼ାଉ

    ଭୁବନେଶ୍ଵର ଏମ୍‌ସରେ ସିବିଆଇ ଚଢ଼ାଉ

    ଝିଆରୀକୁ ଗର୍ଭବତୀ କଲା ପିଉସା

    ଝିଆରୀକୁ ଗର୍ଭବତୀ କଲା ପିଉସା

    ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲା: ପୀଡ଼ିତାଙ୍କ ଘରେ ଫୋରେନସିକ ଟିମ୍‌ର ତଦନ୍ତ

    ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲା: ପୀଡ଼ିତାଙ୍କ ଘରେ ଫୋରେନସିକ ଟିମ୍‌ର ତଦନ୍ତ

    ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

    ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ