କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ଟିମ୍

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ରାଜ୍ୟସଭାର ବିଜେଡି ସାଂସଦ, ବିଧାୟକ, ଓଡିଶାର ପୂର୍ବତନ ମନ୍ତ୍ରୀ, ପୂର୍ବତନ ସାଂସଦ, ପୂର୍ବତନ ସାଂସଦଙ୍କ ସହ ଦେବୀ ମିଶ୍ରଙ୍କ ନେତୃତ୍ୱରେ ବିଜେଡି ପ୍ରତିନିଧି ଦଳ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ସି ଆର ପାଟିଲଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଉପସ୍ଥାପନ କରିଥିଲେ । ଆନ୍ଧ୍ରପ୍ରଦେଶରେ ପୋଲାଭାରାମ ପ୍ରକଳ୍ପ ନିର୍ମାଣ ହେତୁ ବୃହତ ଅଞ୍ଚଳର ସମ୍ଭାବ୍ୟ ଜଳମଗ୍ନତା ବିଷୟରେ ଓଡିଶା ରାଜ୍ୟ, ବିଶେଷକରି ମାଲକାନଗିରି ଜିଲ୍ଲାର ହଜାର ହଜାର ଆଦିବାସୀଙ୍କ ଜୀବନ ଏବଂ ଜୀବିକା ପାଇଁ ଏହି ପ୍ରକଳ୍ପର ପ୍ରଭାବିତ ହେବେ ବିଶେଷକରି ମାଲକାନଗିରିର ଅସୁରକ୍ଷିତ ତଥା ଆଦିମ ଜନଜାତିଙ୍କ ପାଇଁ ଜରୁରୀ ଧ୍ୟାନ ଏବଂ ପ୍ରତିକାର ବ୍ୟବସ୍ଥା ନିତ୍ୟାନ୍ତ ଆବଶ୍ୟକ ।
ଭାରତ ସରକାରଙ୍କ ନିକଟରେ ୧୫ଶହ କୋଟି ଟଙ୍କା ମଞ୍ଜୁର ହୋଇଛି। ପୋଲାଭାରାମ ପ୍ରକଳ୍ପର ସମାପ୍ତି ପାଇଁ ଓଡିଶାର ଚିନ୍ତା ବଢ଼ାଇ ଦେଇଛି। କାରଣ ଏହା ଆମ ସ୍ଥାନୀୟ ସମ୍ପ୍ରଦାୟର ଜମି, ଜୀବିକା ଏବଂ ନିରାପତ୍ତା ଉପରେ ପ୍ରଭାବ ପକାଇବ। ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଆଦିବାସୀ ଅଟନ୍ତି। ଗୋଦାବରୀ ଜଳ ବିବାଦ ଟ୍ରିବ୍ୟୁନାଲର ସଂକଳ୍ପ ଅନୁଯାୟୀ ଏହି ପ୍ରକଳ୍ପ ଗଠନ କରାଯାଇଥିଲା। ଯାହା ଆନ୍ଧ୍ରପ୍ରଦେଶ, ଓଡିଶା ଏବଂ ମଧ୍ୟପ୍ରଦେଶ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ଦର୍ଶାଇଥିଲା। ତେବେ ଓଡିଶା ଏବଂ ଛତିଶଗଡର ଅପଷ୍ଟ୍ରିମ ରାଜ୍ୟଗୁଡିକରେ ବ୍ୟାକ୍ ୱାଟର ପ୍ରଭାବକୁ ପର୍ଯ୍ୟାପ୍ତ ଧ୍ୟାନ ନ ଦେଇ ମୂଳ ଡିଜାଇନ୍ ବନ୍ୟା ଜଳ ନିଷ୍କାସନ କ୍ଷମତାକୁ ୩୬ ଲକ୍ଷ କ୍ୟୁସେକ୍ ରୁ ୫୦ ଲକ୍ଷ କ୍ୟୁସେକ୍ କୁ ବୃଦ୍ଧି କରି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ଏହି ପରିବର୍ତ୍ତନ ମାଲକାନଗିରିର ପ୍ରଭାବିତ ଜନସଂଖ୍ୟା ମଧ୍ୟରେ ଆଶଙ୍କା ସୃଷ୍ଟି କରିଛି। ଯେଉଁମାନେ ନିଜ ଜମି ଓ ଘର ହରାଇବାର ବିପଦରେ ଅଛନ୍ତି।
ଦେବୀ ମିଶ୍ର, ସସ୍ମିତ ପାତ୍ର, ରାଜ୍ୟସଭା, ଦେବଶ ସାମନ୍ତରାୟ, ମାନସ ମଙ୍ଗରାଜ, ସୁଲତା ଦେଓ, ମୁନା ଖାନ, ମାନ୍ୟବର ସାଂସଦ, ନିରଂଜନ ବିଷୀ, ସୁଭାଷୀ ଖୁଣ୍ଟିଆ, ପ୍ରଦୀପ ମାଝୀ, ମନୋହର ରନ୍ଧାରୀ, ପ୍ରିୟବ୍ରତ ମାଝୀ, ଭୃଗୁ ବକ୍ସି ,ମାନସ ମାଡକାମୀ ସମସ୍ତେ ଉପସ୍ଥି ଥିଲେ।

  • Related Posts

    ଲୋକଙ୍କୁ ବାନ୍ଧିଲେ, ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ

    ସୋର: ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ଘରୁ ନେଇଗଲେ ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି । ଗାଁର କୈଳାଶ ମହାନ୍ତି ତାଙ୍କର ପରିବାରର ଅନ୍ୟ…

    Continue reading
    ପୁଣି ବାତ୍ୟା ଭୟ

    ପୁଣି ବାତ୍ୟା ଭୟ। ଭାରତୀୟ ପାଣିପାଗ ବିଜ୍ଞାନ ସଂସ୍ଥା ଏ ନେଇ ପୂର୍ବାନୁମାନ କରିନଥିଲେ ମଧ୍ୟ ଆମେରିକୀୟ ଏବଂ ୟୁରୋପିୟ ମଡେଲ୍ ବାତ୍ୟା ନେଇ ଆକଳନ କରୁଛନ୍ତି। ଆକଳନ ଅନୁଯାୟୀ ପାଖାପାଖି ୧୨ ଅକ୍ଟୋବର ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ