
ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୮ତାରିଖରୁ ଚାଷୀଙ୍କୁ ଇନପୁଟ ସବସିଡି ମିଳିବ । ବରଗଡ଼ ସୋହେଲାରେ ଆୟୋଜିତ ହେବାକୁ ଥିବା ଚାଷୀ ସମାବେଶରେ ଏହି ସବସିଡି ଦିଆଯିବ । ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି । ୨୦ ତାରିଖରୁ ଯେଉଁମାନେ ଧାନ ଦେଇଥିବେ ସେମାନଙ୍କୁ ଡିସେମ୍ବର ୮ତାରିଖରେ ସବସିଡି ଟଙ୍କା ପ୍ରଦାନ କରାଯିବ ।କେନ୍ଦ୍ରର ୨୩୦୦ ଟଙ୍କା ଗୋଟିଏ ଆକାଉଣ୍ଟରୁ ଯିବ ଓ ରାଜ୍ୟ ଟଙ୍କା ଅନ୍ୟ ଏକ ଆଉଣ୍ଟରୁ ଯିବ । ୧୫ ତାରିଖରୁ ପର୍ଯ୍ୟାକ୍ରମେ ମିଳିବାକୁ ଥିବା ଟୋକନର ଅବଧି ମାସେ ରହିବ । ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାଇଛି ସେମାନେ ଟୋକନ ଅବଧି ଆଉ ୭ ଦିନ ବୃଦ୍ଧି କରିପାରବେ । ଚଳିତ ବର୍ଷ ୧୭ ଲକ୍ଷରୁ ଊଦ୍ଧ୍ୱର୍ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକୃତ କରିଛନ୍ତି ।
ଏଥିସହ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ କଟନୀ ଛଟନୀ ସମ୍ପୂର୍ଣ୍ଣ ବନ୍ଦ ହେବ ହେବ ବୋଲି ଗୁରୁବାର ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ଏହାସହ ସେ କହିଛନ୍ତି ଯେ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଚେକିଂ କଡ଼ାକଡ଼ି କରାଯିବ । ସିସିଟିଭ ଲଗାଯିବ ସହ ପାଟ୍ରୋଲିଂ କରାଯିବ । ବାହାର ଗାଡ଼ି ଯେମିତି ପ୍ରବେଶ କରିପାରିବ ନାହିଁ ସେନେଇ ଦୃଷ୍ଟି ଦିଆଯିବ ।


