ଶିମିଳିପାଳରେ ପହଞ୍ଚିଲା ଗଙ୍ଗା

ଶିମିଳିପାଳରେ ରାଜ୍ କରିବେ ଗଙ୍ଗା-ଯମୁନା। ମହାରାଷ୍ଟ୍ର ତଡ଼ବା ଜଙ୍ଗଲରୁ ବାଘୁଣୀ ଯମୁନା ଆସିବାର ୧୭ ଦିନ ପରେ ଆଜି ଆସିଛି ଦ୍ୱିତୀୟ ବାଘୁଣୀ। ତା ନାଁ ଗଙ୍ଗା। ଶିମିଳିପାଳ ଅଭୟାରଣ୍ୟରେ ମେଲାନିଷ୍ଟିକ୍ ବା କଳା ମହାବଳ ବାଘଙ୍କ ବଂଶ ବୃଦ୍ଧି ପାଉଥିବାରୁ ଏହା ଉପରେ ରୋକ୍ ଲଗାଇ ସ୍ୱାଭାବିକ ମହାବଳ ବାଘର ବଂଶ ବିସ୍ତାର ପାଇଁ ମହାରାଷ୍ଟ୍ରର ଏହି ଦୁଇଟି ବାଘୁଣୀକୁ ସେଠାରେ ଛାଡ଼ିବାକୁ ଯୋଜନା ରହିଛି।

ଅକ୍ଟୋବର ୨୮ରେ ବାଘୁଣୀ ଯମୁନା ଆସିଥିବା ବେଳେ ତାକୁ ପ୍ରଥମେ ଏନକ୍ଲୋଜରରେ ରଖାଯାଇଥିଲା। କିଛି ଦିନ ତଳେ ଶିମିଳିପାଳ ଅଭୟାରଣ୍ୟର କୋର୍ ଏରିଆରେ ତାକୁ ଛଡ଼ାଯାଇଛି। ଆଜି ଗଙ୍ଗା ଶିମିଳିପାଳକୁ ଆସିଥିବା ବେଳେ ତାକୁ ମଧ୍ୟ ଏନକ୍ଲୋଜରରେ ରଖାଯିବ। ସବୁକିଛି ଠିକ୍ଠାକ୍ ରହିଲେ ଅଳ୍ପ ଦିନ ପରେ ଗଙ୍ଗାକୁ କୋର୍ ଏରିଆରେ ଛଡ଼ାଯିବ।

Related Posts

କ୍ୟାବିନେଟ: ହାଡ଼ୁଆ ଜଳ ସେଚନ ପ୍ରକଳ୍ପ ନେଇ ନିଆଗଲା ଏହି ନିଷ୍ପତ୍ତି

ଭୁବନେଶ୍ୱର: ସରିଲା କ୍ୟାବିନେଟ ବୈଠକ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ୫ଟି ବିଭାଗର ମୋଟ ୧୧ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ…

Continue reading
ଆଇପିଏସ୍ଆ ଶୀଷ ସିଂଙ୍କୁ ଓଡ଼ିଶା କ୍ୟାଡ଼ରକୁ ଫେରାଇଦେଲା କେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶା କ୍ୟାଡ଼ରର ଆଇପିଏସ୍ ଆଶୀଷ କୁମାର ସିଂଙ୍କୁ କେନ୍ଦ୍ର ସରକାର ନିଜ କ୍ୟାଡ଼ର(ଓଡ଼ିଶା)କୁ ଫେରାଇ ଦେଇଛନ୍ତି। କେନ୍ଦ୍ରୀୟ ଗୁଇନ୍ଦା ବିଭାଗ(ଆଇବି)ରେ ଡେପୁଟି ଡାଇରେକ୍ଟର ଭାବେ କାର୍ୟ୍ୟରତ ଥିବା ଶ୍ରୀ ସିଂଙ୍କୁ ତତ୍କାଳ ଅବ୍ୟାହତ ଦେଇ ଓଡ଼ିଶା କ୍ୟାଡ଼ରକୁ ଫେରିଯିବାକୁ ନିର୍ଦ୍ଦେଶ…

Continue reading

Leave a Reply

Your email address will not be published. Required fields are marked *

You Missed

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

ଖରାଦିନର ଖାଦ୍ୟ

୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ଭାଲେଣ୍ଟାଇନ୍ ଦିବସ

ଭାଲେଣ୍ଟାଇନ୍ ଦିବସ