ଓଡ଼ିଶାର କ୍ରୀଡ଼ାବିତଙ୍କୁ ବିଶ୍ୱସ୍ତରରେ ପହଂଚାଇବା ଆମର ଲକ୍ଷ୍ୟ : କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର କ୍ରୀଡ଼ାବିତଙ୍କୁ ବିଶ୍ୱସ୍ତରରେ ପହଂଚାଇବା ଏବଂ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିକୁ ଓଡ଼ିଶାର ପ୍ରତିଟି ବ୍ଲକରେ ଉପଲବ୍ଧ କରାଇବା ନିମନ୍ତେ ଆମେ କାର୍ୟ୍ୟ କରୁଛୁ। ସୁଦୃଢ଼ କ୍ରୀଡ଼ା ଭିତ୍ତିଭୂମି, ଉପଯୁକ୍ତ ପ୍ରଶିକ୍ଷଣ ଏବଂ କ୍ରୀଡ଼ା ପ୍ରତିଭା ଚୟନ ଓ ବିକାଶ ଆଦି କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କର ସାମଗ୍ରିକ ବିକାଶ ନିମନ୍ତେ ଏକାନ୍ତ ଆବଶ୍ୟକ ଏବଂ ଏଥି ନିମନ୍ତେ ସରକାରଙ୍କ ଦ୍ୱାରା ବିଭିନ୍ନ କାର୍ୟ୍ୟ କରାଯାଉଛି। ଓଡ଼ିଶାର ୩୧୪ଟି ବ୍ଲକରେ ସମୁଦାୟ ୪୧୨୪ କୋଟି ଟଙ୍କାର ବ୍ୟୟ ବରାଦରେ ବ୍ଲକ ସ୍ତରରେ ବ୍ଲକ ସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ କରିବା ଠାରୁ ଆରମ୍ଭ କରି ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ ନିମନ୍ତେ ରାଜ୍ୟରେ ପ୍ରଥମ ଥର ପାଇଁ ସିଏମ୍-ଟ୍ରଫି ଫୁଟବଲ୍‌ ଚାମ୍ପିୟାନସିପ୍‌ର ଆୟୋଜନ କରିବା, କ୍ରୀଡ଼ାବିତମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରିବା ଏବଂ ସଫଳ କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ ଓ ପ୍ରୋତ୍ସାହିତ କରିବା ଆଦି ବିଭିନ୍ନ ଦିଗରେ କାର୍ୟ୍ୟ କରାଯାଉଛି। ଆଜି ପ୍ରଗତି ସ୍ପୋର୍ଟିଂରେ ନୂତନ କ୍ରୀଡ଼ା ପ୍ରଶିକ୍ଷଣ କେନ୍ଦ୍ରର ଉଦ୍‌ଘାଟନ ହୋଇଛି। ନାଚୁରାଲ ଓ ସିନ୍ଥେଟିକ କ୍ରିକେଟ୍ ନେଟ୍ ପ୍ରାକ୍ଟିସ ପିଚ୍ ଠାରୁ ନେଇ ସେମି ଇଣ୍ଡୋର କ୍ରିକେଟ୍ ନେଟ୍ ପ୍ରାକ୍ଟିସ ପିଚ୍, କ୍ରୀଡ଼ାବିତମାନଙ୍କ ପାଇଁ ଫ୍ୟାସିଲିଟି ବିଲଡିଂ, ଜିମ୍ ଆଦି ରହିବା ସହିତ ସ୍ୱତନ୍ତ୍ର ଭାବେ ଏକ କାର୍ୟ୍ୟାଳୟର ମଧ୍ୟ ନିର୍ମାଣ କରାଯାଇଛି।ସର୍ବମୋଟ୍ ୩.୬୫ କୋଟି ଟଙ୍କା ବ୍ୟୟ ବିନିମୟରେ ଟ୍ରେନିଙ୍ଗ ସେଣ୍ଟରରେ ନୂତନ ଭିତ୍ତିଭୂମିର ନିର୍ମାଣ ଓ ଭିତ୍ତିଭୂମି ଉନ୍ନୟନ କାର୍ୟ୍ୟ ସମ୍ପନ୍ନ ହୋଇଛି। ପ୍ରଗତି କ୍ରିକେଟ ଟ୍ରେନିଙ୍ଗ ସେଣ୍ଟର କ୍ରିକେଟ୍ ଖେଳାଳୀମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରିବା ସହିତ ଭବିଷ୍ୟତରେ ବହୁ ସଫଳ କ୍ରିକେଟ୍ କ୍ରୀଡ଼ାବିତମାନଙ୍କୁ ତିଆରି କରିବାରେ ଏକ ବଳିଷ୍ଠ ଭୂମିକା ନିର୍ବାହ କରିବ ବୋଲି ମୁଁ ଆଶା କରୁଛି, ବୋଲି କହିଛନ୍ତି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ୟ୍ୟବଂଶୀ ସୂରଜ।

ଆଜି ପ୍ରଗତି ସ୍ପୋର୍ଟିଂର ନୂତନ କ୍ରୀଡ଼ା ପ୍ରଶିକ୍ଷଣ କେନ୍ଦ୍ରର ଉଦ୍‌ଘାଟନ ସମାରୋହ କାର୍ୟ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ୟ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନୂତନ କ୍ରୀଡ଼ା ପ୍ରଶିକ୍ଷଣ କେନ୍ଦ୍ରର ଉଦ୍‌ଘାଟନ କରିବା ସହିତ ମନ୍ତ୍ରୀ ଶ୍ରୀ ସୂରଜ ଖେଳାଳୀମାନଙ୍କ ସହ କ୍ରିକେଟ୍ ଖେଳି ସମସ୍ତଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ। ଓଡ଼ିଶାକୁ ବିଶ୍ୱ କ୍ରୀଡ଼ା ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା ସହିତ କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କର ସାମଗ୍ରିକ ବିକାଶ ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ସୂର୍ୟ୍ୟବଂଶୀ ସୂରଜ ମତପ୍ରକାଶ କରିଥିଲେ। କାର୍ୟ୍ୟକ୍ରମରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ବିଶିଷ୍ଟ ରାଜନେତା ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ଶ୍ରୀ ଜଗନ୍ନାଥ ପ୍ରଧାନ, ଶ୍ରୀ ନିରଞ୍ଜନ ମିଶ୍ର, ବିଶିଷ୍ଟ କ୍ରିକେଟ କୋଚ୍ ଶ୍ରୀ କିଶୋର ମାଣିଆ, କ୍ରୀଡ଼ା ଓ ଯୁବସେବା ବିଭାଗ ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର, ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ