ସିଏମ୍ ଟ୍ରଫି-୨୦୨୫ ଲୋଗୋ, ଟ୍ରଫି ଓ ଆନ୍‌ଥେମ୍‌ ଉନ୍ମୋଚନ

ଭୁବନେଶ୍ୱର :ସିଏମ୍ ଟ୍ରଫି-୨୦୨୫: ଲକ୍ଷ୍ୟ ଏକ, ପ୍ରତିଭା ଅନେକ। ରାଜ୍ୟରେ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଗ୍ରହ କ୍ରମେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଫୁଟବଲ୍ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ସିଏମ୍ ଟ୍ରଫି (ଅଣ୍ଡର-୧୫) ଫୁଟବଲ୍‌ ଚାମ୍ପିୟନ୍‌ସିପ୍‌-୨୦୨୫ ଆୟୋଜନ କରାଯାଉଛି। ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମଠାରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସିଏମ୍ ଟ୍ରଫି ଫୁଟବଲ ଚାମ୍ପିୟନ୍‌ସିପ୍‌-୨୦୨୫ର ଲୋଗୋ, ଟ୍ରଫି, ଜର୍ସି ଏବଂ ଆନ୍‌ଥେମ୍‌କୁ ଉନ୍ମୋଚନ କରିଛନ୍ତି।

କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ରାଜ୍ୟରେ କ୍ରୀଡ଼ା ପ୍ରତିଭାର ବିକାଶ କରିବା ଓ କ୍ରୀଡ଼ା ପ୍ରତିଭାଙ୍କୁ ବିଶ୍ୱ ସ୍ତରରେ ପହଞ୍ଚାଇବା ନିମନ୍ତେ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ କରିବା ଲକ୍ଷ୍ୟରେ ରାଜ୍ୟରେ ପ୍ରଥମ ଥର ପାଇଁ ସିଏମ୍ ଟ୍ରଫି (ଅଣ୍ଡର-୧୫) ଫୁଟବଲ ଚାମ୍ପିୟନ୍‌ସିପ୍‌ର ଆୟୋଜନ କରାଯାଉଛି।ସିଏମ୍ ଟ୍ରଫି (ଅଣ୍ଡର-୧୫) ଫୁଟବଲ୍ ଚାମ୍ପିୟନ୍‌ସିପ୍‌ର ପ୍ରଥମ ପର୍ଯ୍ୟାୟ ଗତ ଜାନୁଆରୀ ମାସ ୧୬ ତାରିଖରୁ ଏପ୍ରିଲ ମାସ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାମାନଙ୍କରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାମାନଙ୍କରେ ରହିଥିବା ବିଭିନ୍ନ ଫୁଟବଲ କ୍ଲବ ଅଂଶଗ୍ରହଣ କରିଥିଲେ। ସର୍ବମୋଟ୍ ୨୭୧ଟି ଫୁଟବଲ୍‌ କ୍ଲବ ଏବଂ ୫ ହଜାରରୁ ଉର୍ଦ୍ଧ୍ୱ କ୍ରୀଡ଼ାବିତ ଏଥିରେ ଅଂଶଗ୍ରହଣ କରିଥିଲେ।
ପ୍ରତିଯୋଗିତାର ଦ୍ଵିତୀୟ ପର୍ଯ୍ୟାୟ ଅର୍ଥାତ୍‌ ଜୋନାଲ୍ ସ୍ତରୀୟ ସିଏମ୍ ଟ୍ରଫି ଚାମ୍ପିୟନ୍‌ସିପ୍‌ ଆସନ୍ତା ମେ’ ୨୮ ତାରିଖରୁ ଜୁନ୍‌ ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଜିଲ୍ଲା ସ୍ତରରୁ ଚୟନିତ ହୋଇ ଆସିଥିବା ଦଳକୁ ୪ ଗୋଟି ଜୋନ୍‌ (ଜୋନ୍‌- ସମ୍ବଲପୁର, ଭୁବନେଶ୍ୱର, କେନ୍ଦୁଝର ଏବଂ ବ୍ରହ୍ମପୁର)ରେ ବିଭକ୍ତ କରାଯାଇ ପ୍ରତିଯୋଗିତାର ଆୟୋଜନ କରାଯିବ। ଜୋନାଲ୍ ସ୍ତରୀୟ ପ୍ରତିଯୋଗିତା ସମାପ୍ତ ହେବା ପରେ ସିଏମ୍‌-ଟ୍ରଫି ଫାଇନାଲ୍‌ ମ୍ୟାଚ୍ ଅନୁଷ୍ଠିତ ହେବ।ଜିଲ୍ଲାରୁ ଜୋନାଲ୍ ଏବଂ ଜୋନାଲ୍‌ରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ଏହିପରି ଭାବରେ ତିନୋଟି ପର୍ଯ୍ୟାୟରେ ଏହି ପ୍ରତିଯୋଗିତାକୁ ଆୟୋଜନ କରାଯାଉଥିବାରୁ ବାସ୍ତବରେ ତୃଣମୂଳ ସ୍ତରରୁ ଆସୁଥିବା କ୍ରୀଡ଼ାବିତମାନେ ନିଜ ପ୍ରତିଭା ପ୍ରଦର୍ଶନ ନିମନ୍ତେ ଏକ ପ୍ରକୃଷ୍ଟ ମଞ୍ଚ ପାଇପାରିବା ସହ ରାଜ୍ୟରେ କ୍ରୀଡ଼ା ପ୍ରତିଭାର ବିକାଶ ହୋଇପାରିବ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି।
ସିଏମ୍ ଟ୍ରଫି ଚାମ୍ପିୟନ୍‌ସିପର ଲୋଗୋ, ଟ୍ରଫି, ଜର୍ସି ଓ ଆନଥେମ୍ ଉନ୍ମୋଚିତ ହୋଇଛି।କ୍ରୀଡ଼ାବିତମାନଙ୍କ ମଧ୍ୟରେ ରହିଥିବା ଅଦମ୍ୟ ଉତ୍ସାହ ଓ ଦୃଢ଼ ପ୍ରତିବଦ୍ଧତାକୁ ଆନଥେମ୍‌ରେ ଖୁବ୍ ସୁନ୍ଦର ଭାବରେ ପ୍ରଦର୍ଶିତ କରାଯାଇଛି। ରାଜ୍ୟରେ କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କର ସାମଗ୍ରିକ ବିକାଶ କରିବା ନିମନ୍ତେ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଓଡ଼ିଶାର ପ୍ରତିଟି ଗାଁ ଓ ପ୍ରତିଟି ବ୍ଲକରେ କ୍ରୀଡ଼ା ପ୍ରତିଭାର ବିକାଶ କରି ଆମ କ୍ରୀଡ଼ାବିତମାନଙ୍କୁ ବିଶ୍ୱସ୍ତରରେ ପହଂଚାଇବାର ଆମର ଏହି ଯାତ୍ରା ଆଗେଇ ଚାଲିଛି ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଫୁଟବଲ୍‌ ଆସୋସିଏସନର ସେକ୍ରେଟାରୀ ଶ୍ରୀ ଆଶୀର୍ବାଦ ବେହେରା, ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଶର୍ମା, ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର, ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟ କୁମାର ସ୍ୱାଇଁ, ଯୁଗ୍ମ ଶାସନ ସଚିବ ଶ୍ରୀ ବିଜୟାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

  • Garvita Odia

    Related Posts

    ଆଜିଠାରୁ ଇଂଲଣ୍ଡ-ଭାରତଚତୁର୍ଥ ଟେଷ୍ଟ

    ଓଲ୍ଡ ଟ୍ରାଫୋର୍ଡ:ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଆଣ୍ଡରସନ-ତେନ୍ଦୁଲକର ଟ୍ରଫିର ଚତୁର୍ଥ ମୁକାବିଲା ବୁଧବାରଠାରୁ ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ। ଏହା ପୂର୍ବରୁ ଖେଳାଯାଇଥିବା ୩ଟି ଟେଷ୍ଟ ମଧ୍ୟରୁ ଲିଡ୍ସ ଓ ଲର୍ଡ୍‌ସରେ ଇଂଲଣ୍ଡ ଓ ଏଜ୍‌ବାଷ୍ଟନରେ ଭାରତ…

    ଆନ୍ତର୍ଜାତିକ କ୍ରିକେଟ୍‌ରୁ ରସେଲ୍‌ଙ୍କ ଅବସର

    କିଙ୍ଗ୍‌ଷ୍ଟନ: ୱେଷ୍ଟଇଣ୍ଡିଜ୍‌ କ୍ରିକେଟ୍‌ ଦଳର ଖ୍ୟାତନାମା ଅଲ୍‌ରାଉଣ୍ଡର ଆନ୍ଦ୍ରେ ରସେଲ୍‌ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ତାଙ୍କ ଦେଶ ଜାମାଇକାରେ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିବା ପରେ ରସେଲ ଆଉ ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିବେ ନାହିଁ। ରବିବାରଠାରୁ…

    Leave a Reply

    Your email address will not be published. Required fields are marked *

    You Missed

    ରୂପା ରୋଶନ ସାହୁ ହେଲେ ରାଜ୍ୟପାଳଙ୍କ ସଚିବ

    ରୂପା ରୋଶନ ସାହୁ ହେଲେ ରାଜ୍ୟପାଳଙ୍କ ସଚିବ

    ନକଲି ଚାଷୀ:ଚଳିତ ବର୍ଷ ହେବ ଫର୍ମର e-kyc

    ନକଲି ଚାଷୀ:ଚଳିତ ବର୍ଷ ହେବ ଫର୍ମର e-kyc

    ମମତା ବାନାର୍ଜୀଙ୍କ ସହିତ ଆଳୁ ସମ୍ପର୍କରେ ଆଲୋଚନା କରିବେ ମନ୍ତ୍ରୀ

    ମମତା ବାନାର୍ଜୀଙ୍କ ସହିତ ଆଳୁ ସମ୍ପର୍କରେ ଆଲୋଚନା କରିବେ ମନ୍ତ୍ରୀ

    ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା

    ବଳଙ୍ଗା ପୀଡ଼ିତାଙ୍କୁ  ଭେଟିଲେ ପ୍ରଭାତୀ ପରିଡ଼ା

    ନାରୀ ନ୍ୟାୟ ପାଇଁ କଂଗ୍ରେସ ପକ୍ଷରୁ ଆପ୍ ଉନ୍ମୋଚିତ

    ନାରୀ ନ୍ୟାୟ ପାଇଁ  କଂଗ୍ରେସ ପକ୍ଷରୁ ଆପ୍ ଉନ୍ମୋଚିତ

    ସୋଆ ଏସ୍ଏଚ୍ଏମ୍ର ୧୩ ତମ ବାର୍ଷିକ ଉତ୍ସବ ପାଳିତ

    ସୋଆ ଏସ୍ଏଚ୍ଏମ୍ର ୧୩ ତମ ବାର୍ଷିକ ଉତ୍ସବ ପାଳିତ