ଆଜିଠୁ ରାଜ୍ୟରେ ବଢ଼ିବ ଶୀତ

ଭୁବନେଶ୍ୱର : ଶୁକ୍ରବାରଠାରୁ ରାଜ୍ୟରେ ବଢ଼ିବ ଶୀତ । କମିବ ରାତି ତାପମାତ୍ରା । ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ରହିବ । ମାତ୍ର ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ସ୍ୱାଭାବିକଠୁ ବି କମ୍‌ ରହିବ । ୨ରୁ ୪ ଡିଗ୍ରୀ ସେଲସିୟସ୍‌ ପର୍ୟ୍ୟନ୍ତ କମିବ ସର୍ବନିମ୍ନ ତାପମାତ୍ରା । ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ରାତି ବେଳେ ସର୍ବନିମ୍ନ ତାପମାତ୍ରା ୧୮ରୁ ୨୦ ଡିଗ୍ରୀ ସେଲସିୟସକୁ ଖସିବ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳକୁ ଲାଗିଥିବା ଜିଲ୍ଲାଗୁଡ଼ିକର ସର୍ବନିମ୍ନ ତାପମାତ୍ରା ୧୨ରୁ ୧୬ ଡିଗ୍ରୀ ସେଲସିୟସ୍‌ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ଦିନବେଳେ ଖରା ପାଗ ରହିବ । ରାତିବେଳକୁ ତାପମାତ୍ରା ପାଖାପାଖି ୧ ଡିଗ୍ରୀ ସେଲସିୟସ କମିବ । ରାଜ୍ୟରେ ଶୀତ ସାମାନ୍ୟ ବଢ଼ିବ । ଉତ୍ତର ଓ ଉତ୍ତର- ପଶ୍ଚିମ ଦିଗରୁ ପବନ ବୋହିବ । ସମୁଦ୍ର କୂଳରୁ ପବନ ବୋହିବା କମିବ । ଆସନ୍ତା ୧୯ରୁ ୨୦ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ରହିବ ବୋଲି ଡ. ସାହୁ ଆକଳନ କରିଛନ୍ତି ।

  • Related Posts

    ଯୁବକଙ୍କୁ ନିଆଁ ଲଗାଇ ହତ୍ୟା ଉଦ୍ୟମ

    ରାଉରକେଲା : ରାଉରକେଲାରେ ଚାଞ୍ଚଲ୍ୟ। ପେଟ୍ରୋଲ ଢାଳି ଯୁବକଙ୍କୁ ନିଆଁ ଲଗାଇ ହତ୍ୟା ଉଦ୍ୟମ। ରାଉରକେଲା ଲହୁଣୀପଡ଼ା ଥାନା ଘଣିପଶା ଗାଁର ଏଭଳି ଅଭାବନୀୟ ଘଟଣା ଘଟିଛି। ପୀଡ଼ିତ ଯୁବକଙ୍କ ନାଁ କାହ୍ନୁ ଚରଣ ମାହାନ୍ତ ବୋଲି ଜଣାପଡ଼ିଛି। ତାଙ୍କୁ ଗୁରୁତର…

    Continue reading
    ହସ୍ପିଟାଲର କ୍ଵାର୍ଟର୍ସରୁ ଆଟେଣ୍ଡାଣ୍ଟଙ୍କ ଝୁଲନ୍ତା ମୃତଦେହ

    ନୂଆପଡ଼ା: ନୂଆପଡା ଧରମବନ୍ଧା ସରକାରୀ ହସ୍ପିଟାଲର କ୍ଵାର୍ଟର୍ସ ଭିତରେ ଝୁଲୁଛି ଯୁବତୀଙ୍କ ମୃତଦେହ । ଯୁବତୀ ଜଣକ ଧରମବନ୍ଧା ହସ୍ପିଟାଲରେ ଆଟେଣ୍ଡାଣ୍ଟ ଭାବରେ କାମ କରୁଥିଲେ। ଘଟଣାସ୍ଥଳରେ ଧରମବନ୍ଧା ପୁଲିସ ଛାନଭିନ୍ କରୁଛି। ମୃତ୍ୟୁର କାରଣ ଜଣାପଡିନାହିଁ । ଆବଶ୍ୟକ ପଡିଲେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ