
ଝାରସୁଗୁଡ଼ା: ଗୁରୁବାର ସକାଳୁ ସଦର ଥାନା ଅନ୍ତର୍ଗତ ସାରସମାଲ ଛକ ନିକଟରେ ପିକ୍ଅପ୍ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ସହରର ଜଣେ ପ୍ରତିଷ୍ଠିତ ଟ୍ରାଭେଲ୍ସ ବ୍ୟବସାୟୀ ବେହେରାମାଲର ଅଜିତ ସିଂ ହୋଇଥିବା ବେଳେ ଅନ୍ୟ ଜଣେ ମୃତକଙ୍କ ପତ୍ତା ମିଳିପାରିନାହିଁ ।
ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଉତ୍ୟକ୍ତ ଲୋକେ ପିକ୍ଅପ୍ ଜାଳି ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ଓ ଉତ୍ୟକ୍ତ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ଏପରିକି ପୁଲିସ ଉପରକୁ ମଧ୍ୟ ଆକ୍ରମଣ ହୋଇଥିବା ବେଳେ ପିକ୍ଅପ୍ ଚାଳକଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ ହୋଇଥିଲା ।
ଅତିରିକ୍ତ ଏସପି ମଧୁସିକ୍ତା ମିଶ୍ର, ଏଡିପିଓ ଉମାଶଙ୍କର ସିଂ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡିଥିଲା।








