
ଭୁବନେଶ୍ବର, : ବଜ୍ରପାତରେ ଚାଲିଗଲା ଦୁଇ ଜଣ ମହିଳାଙ୍କ ଜୀବନ ।ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳର ଟୋପ୍ ଓ ଖଇରପାଲି ଗାଁର ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳାମାନେ ହେଲେ ଖଇର ପାଲି ଗାଁର ଶାନ୍ତି ଛତ୍ରିଆ ଓ ଟୋପ ଗାଁର ଜଣୋଦା ମଲିକ ।
ଖଇର ପାଲି ଗାଁର ଶାନ୍ତି ଛତ୍ରିଆ ଜାଳେଣି ସଂଗ୍ରହ ପାଇଁ ଯାଇଥିଲେ । ବଜ୍ରପାତ ହେବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସେହିପରି ଟୋପ ଗାଁର ଜଣୋଦା ମଲିକ ସ୍ୱାମୀଙ୍କ ପାଇଁ ଭାତ ନେଇ ଚାଷ ଜମିକୁ ଯାଇଥିବା ବେଳେ ଘଟିଛି ଅଘଟଣ ।








