ରାଜଧାନୀରେ ୧୫ ଲକ୍ଷ ଟଙ୍କାରେ ମିଳିବ ଘର

ଭୁବନେଶ୍ୱର,: ରାଜଧାନୀରେ ୧୫ ଲକ୍ଷ ଟଙ୍କାରେ ଶସ୍ତା ଘର ମିଳିବ । ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରୟାସରେ ଏହାକୁ ତିଆରି କରାଯିବ । ବିଭିନ୍ନ ଘରୋଇ କ୍ଷେତ୍ର ସହଯୋଗରେ ଏହି ଶସ୍ତା ଘର ତିଆର ହେବ । ୧୫ ଲକ୍ଷ ଟଙ୍କାରୁ ନେଇ ୫୦ ଲକ୍ଷ ଟଙ୍କାରେ ଅଲଗା ଅଲଗା ବର୍ଗ ପାଇଁ ଘର ରହିବ । ଗ୍ରେଟର ଭୁବନେଶ୍ୱର ଭିଜନ ଅଧୀନରେ ‘ସମସ୍ତଙ୍କ ପାଇଁ ଗୃହ’ ମିଶନ କାର୍ୟ୍ୟକାରୀ କରିବାକୁ ବିଭାଗ ଏଭଳି ଯୋଜନା ପ୍ରସ୍ତୁତ କରିଛି ।

ଫିଲିପାଇନ୍‌ସର ମାନିଲାରେ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ(ଏଡିବି) ମୁଖ୍ୟାଳୟରେ ଏସୀୟ ବିକାଶ ବ୍ୟାଙ୍କର ଜଳ ଏବଂ ନଗର ଉନ୍ନୟନ ଫୋରମ(ଏଡବ୍ଲୁୟୁଏଫ) ପକ୍ଷରୁ ସହରାଞ୍ଚଳରେ ସୁଲଭ ଗୃହର ଜରୁରି ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ଫୋରମ୍‌ରେ ଶସ୍ତା ଘର ପ୍ରକଳ୍ପ ଉପରେ ବିସ୍ତୃତ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା । ରାଜଧାନୀରେ ଦିନକୁ ଦିନ ଘର ଦାମ ଆକାଶଛୁଆଁ ହେଉଛି । ଆର୍ଥିକ ଦୁର୍ବଳ ବର୍ଗ (ଇଡବ୍ଲୁଏସ୍‌) ଓ ନିମ୍ନ ଆୟକାରୀ ଗୋଷ୍ଠୀ(ଏଲଆଇଜି) ବର୍ଗର ଲୋକେ ଘରଟିଏ କିଣିବା ସ୍ୱପ୍ନ ହୋଇଯାଉଛି । ସେମାନଙ୍କ ଘର ସ୍ୱପ୍ନ ପୂରା କରିବାକୁ ନଗର ଉନ୍ନୟନ ବିଭାଗ ଶସ୍ତା ଘର ପ୍ରକଳ୍ପ ଆରମ୍ଭ କରିବ ବୋଲି ସୂଚନା ମିଳିଛି । ଖାଲି ରାଜଧାନୀ ନୁହେଁ, ଅନ୍ୟ ସହରରେ ବି ଏହି ପ୍ରକଳ୍ପ ଆରମ୍ଭ ହେବ । ମାଲେସିଆ, ଭାରତ ଓ ନେଦରଲ୍ୟାଣ୍ଡ୍‌ସର ବିଶେଷଜ୍ଞମାନେ ଶସ୍ତା ଗୃହ ପ୍ରକଳ୍ପକୁ ନେଇ ନିଜସ୍ୱ ଅଭିଜ୍ଞତା ବାଣ୍ଟିଥିଲେ । ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଦେବାଶିଷ ସିଂହ ସରକାରଙ୍କ ବିଭିନ୍ନ ଅଭିନବ ମଡେଲକୁ ଉପସ୍ଥାପନ କରିଥିଲେ।

ସହରକୁ ବସ୍ତି ଶୂନ୍ୟ କରିବା ପାଇଁ ଯୋଜନା ଆଣିବାକୁ ଯାଉଛନ୍ତି ସରକାର। କାରଣ ଘର ଅଭାବ ହେଉଛି ବସ୍ତି ତିଆରି ହେବାର ମୁଖ୍ୟ କାରଣ। ତେଣୁ ସହର ଭିତରେ ଭଡା ଘର ତିଆରି କରିବାକୁ ମଧ୍ୟ ସରକାର ଚିନ୍ତା କରୁଛନ୍ତି।

ଟାଉନ ପ୍ଲାନିଂ ବା ଟିପି ସ୍କିମ ଉପରେ ମଧ୍ୟ ଗୁରୁତ୍ଵ ଦେଉଛନ୍ତି ସରକାର । ପୁରୁଣା ଜାଗା ଥିବା ଲୋକ ମଧ୍ୟ ଉଚିତ ମୂଲ୍ୟ ପାଉଛନ୍ତି । ସ୍ଵତନ୍ତ୍ର ପ୍ଲାନିଂ ମାଧ୍ୟମରେ ସ୍ୱେରେଜ, ଡ୍ରେନେଜ, ରୋଡ଼, ଲାଇଟ ଭଳି ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ସରକାର ଯୋଗାଇ ଦେବେ । ଭୁବନେଶ୍ୱର ଓ କଟକରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ପୁରୀରେ ମଧ୍ୟ କରିବା ପାଇଁ ଯୋଜନା କରୁଛନ୍ତି ସରକାର । ଏନେଇ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।

  • Related Posts

    ଅବକାରୀ ମାଫିଆ ସାବଧାନ : ଘର ଉପରେ ହେବ ଚଢ଼ାଉ

    ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷ୍ୟତାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ – ଅକ୍ଟୋବର ୧୦ ରୁ ୩୧ ପର୍ଯ୍ୟନ୍ତ ହେବ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ – ବେଆଇନ କାରବାର ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ – ଦଣ୍ଡବିଧାନ ପ୍ରକ୍ରିୟାକୁ ଅଧିକ…

    Continue reading
    ଏସଇବିସି କମିଶନ ଗଠିତ : ଅବସରପ୍ରାପ୍ତ ବିଚାରପତି ପ୍ରମଥ ହେଲେ ଅଧ୍ୟକ୍ଷ

    ଭୁବନେଶ୍ୱର, ୭ ।୧୦ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକରେ (ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା, ସେମାନଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ