ଆଜି ଗୁଜରାଟ-ମୁମ୍ବଇ ଏଲିମିନେଟର

ମୁଲାନପୁର(ପଞ୍ଜାବ): ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)-୨୦୨୫ର ଏଲିମିନେଟର ମ୍ୟାଚ ଶୁକ୍ରବାର ଗୁଜରାଟ ଟାଇଟାନ୍‌ସ ଓ ମୁମ୍ବଇ ଇଣ୍ଡିଆନ୍‌ସ ମଧ୍ୟରେ ମୁଲାନପୁରରେ ଖେଳାଯିବ। ବିଜୟୀ ଦଳ କ୍ବାଲିଫାୟର-୨ ଖେଳିବାକୁ ଯୋଗ୍ୟତା ହାସଲ କରିବାବେଳେ ପରାଜିତ ଦଳ ବିଦାୟ ନେବ। ଦୁଇ ପୂର୍ବତନ ବିଜେତା ଦଳଙ୍କ ପାଇଁ ଉକ୍ତ ମ୍ୟାଚ କର ବା ମର ସ୍ଥିତି ସୃଷ୍ଟି କରିଛି। ବ୍ୟାଟିଂକୁ ନେଇ ଦୁଇ ଦଳ ଶକ୍ତିଶାଳୀ ରହିଥିବାର ମ୍ୟାଚରେ ବଡ ସ୍କୋର ହେବା ନେଇ ଆଶା କରାଯାଉଛି। ମୁମ୍ବଇ ଇଣ୍ଡିଆନ୍‌ସ ଓ ଗୁଜରାଟ ଟାଇଟାନ୍‌ସ ଚଳିତ ଆଇପିଏଲରେ ତୃତୀୟ ଥର ପାଇଁ ମୁହାଁମୁହିଁ ହେବେ। ପୂର୍ବରୁ ଦୁଇ ଦଳ ଦୁଇଥର ମୁହାଁମୁହିଁ ହୋଇଛନ୍ତି। ଗୁଜରାଟ ପ୍ରଥମ ଚରଣ ମ୍ୟାଚକୁ ୩୬ରନରେ ଓ ଦ୍ବିତୀୟ ଚରଣ ମ୍ୟାଚକୁ ୩ ୱିକେଟରେ ଜିତିଥିଲା। ମୁମ୍ବଇ ନିକଟରେ ପରାଜୟ ପ୍ରତିଶୋଧ ନେଇ ସୁଯୋଗ ରହିଛି।
ଗୁଜରାଟ ଟାଇଟାନ୍‌ସ ୧୪ଟି ମ୍ୟାଚରୁ ୯ଟି ବିଜୟ, ୫ଟି ପରାଜୟ ସହ ୧୮ ପଏଣ୍ଟ ପାଇ ଟେବୁଲର ତୃତୀୟ ସ୍ଥାନ ହାସଲ କରି ପ୍ଲେଅଫରେ ପହଞ୍ଚିଛି। ବ୍ୟାଟିଂରେ ଦୁଇ ଓପନର ଅଧିନାୟକ ଶୁଭମନ ଗିଲ୍‌ ଓ ସାଇ ସୁଦର୍ଶନ ଚମତ୍କାର ଫର୍ମରେ ରହିଛନ୍ତି। ସୁଦର୍ଶନ ୬୭୯ ଓ ଗିଲ୍‌ ୬୪୯ରନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜୋଶ ବଟ୍‌ଲର, ସିରିଫାନେ ରଦରଫୋର୍ଡ, ଏମ୍‌ ସାହାରୁଖ ଖାନଙ୍କ ଉପରେ ବ୍ୟାଟିଂ ଭାର ନିର୍ଭର କରୁଛି। ରାହୁଲ ତିୱାତିଆଙ୍କ ନିକଟରୁ ଏପର୍ୟ୍ୟନ୍ତ ଭଲ ଇନିଂସ ଦେଖିବାକୁ ମିିଳିନାହିଁ। ତାଙ୍କଠାରୁ ଦଳ ପ୍ଳେଅଫ​ରେ ଭଲ ପ୍ରଦର୍ଶନ ଆଶା କରୁଛି।
ବୋଲିଂରେ ପ୍ରସିଦ୍ଧ କୃଷ୍ଣ ୨୨ଟି ୱିକେଟ ନେଇଥିବାବେଳେ ମହମ୍ମଦ ସିରାଜ, ଅର୍ଶଦ ଖାନ, ଗାର୍ଲାଡ କୋଏଟ୍‌ଜିଙ୍କ ଉପରେ ଦ୍ରୁତ ବୋଲିଂ ଭାର ନିର୍ଭର କରୁଛି। ସ୍ପିନର ଭାବେ ଆର ସାଇ କିଶୋର ଓ ରସିଦ ଖାନ ରହିଛନ୍ତି। ଦଳ ଶେଷ ମ୍ୟାଚରେ ଚେନ୍ନଇ ସୁପରକିଙ୍ଗ୍‌ସ ନିକଟରୁ ୮୩ରନରେ ପରାଜିତ ହୋଇଥିଲା। ଉକ୍ତ ମ୍ୟାଚରେ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ବିଫଳ ହୋଇଥିଲା। ଉକ୍ତ ମ୍ୟାଚର ତ୍ରୁଟିକୁ ସୁଧାରି ଖେଳିବା ନେଇ ଦଳ ଲକ୍ଷ୍ୟ ରଖିଛି।

ଅନ୍ୟପକ୍ଷରେ ମୁମ୍ବଇ ଇଣ୍ଡିଆନ୍‌ସ ୧୪ଟି ମ୍ୟାଚ ଖେଳି ୮ଟି ବିଜୟ ଓ ୬ଟି ପରାଜୟ ସହ ୧୬ ପଏଣ୍ଟ ପାଇ ଟେବୁଲର ଚତୁର୍ଥ ସ୍ଥାନରେ ରହିଥିଲା। ବ୍ୟାଟିଂରେ ସୂର୍ୟ୍ୟକୁମାର ଯାଦବ ୬୪୦ରନ କରି ଚମତ୍କାର ଫର୍ମରେ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରୋହିତ ଶର୍ମା, ତିଳକ ବର୍ମା, ନମନ ଧିର ମଧ୍ୟ ରନ କରୁଛନ୍ତି। ହାର୍ଦିକ ପାଣ୍ଡ୍ୟା ନିୟମିତ ରନ କରିବାରେ ବିଫଳ ହେଉଛନ୍ତି। ଦଳର ୩ଜଣ ବିଦେଶୀ ଖେଳାଳି ରିୟାନ ରିକେଲଟନ, କୋରବିନ ବୁଚ୍‌ ଓ ୱିଲ ଜ୍ୟାକ୍‌ ପ୍ଲେଅଫ ପୂର୍ବରୁ ଦଳ ଛାଡ଼ିଛନ୍ତି। ପ୍ଲେଅଫ ଲାଗି ଦଳରେ ସ୍ଥାନ ପାଇଥିବା ଜନି ବେୟାରଷ୍ଟୋ ରିକେଲଟନଙ୍କ ସ୍ଥାନରେ ଖେଳିବା ନେଇ ଆଶା କରାଯାଉଛି। ବୋଲିଂ ବିଭାଗକୁ ଦେଖିବାକୁ ଗଲେ ଟ୍ରେଣ୍ଟ ବୋଲ୍‌ଟ, ଯଶପ୍ରୀତ ବୁମରା ଓ ଦୀପକ ଚହର ଦ୍ରୁତ ବୋଲିଂ ଭାର ସମ୍ଭାଳୁଛନ୍ତି। ମିଚେଲ ସାଣ୍ଟନର ଓ କର୍ଣ୍ଣ ଶର୍ମା ସ୍ପିନର ଦାୟିତ୍ବ ତୁଲାଉଥିବାବେଳେ ହାର୍ଦିକ ମଧ୍ୟ ଷଷ୍ଠ ବୋଲର ରହିଛନ୍ତି। ମୁମ୍ବଇ ଶେଷ ମ୍ୟାଚରେ ପଞ୍ଜାବ କିଙ୍ଗ୍‌ସ ନିକଟରୁ ୭ ୱିକେଟରେ ପରାଜିତ ହୋଇଥିଲା। ବୋଲିଂ ବିଫଳତା ପାଇଁ ଉକ୍ତ ମ୍ୟାଚରେ ପରାଜିତ ହୋଇଥିଲା। ଗୁଜରାଟ ବିପକ୍ଷରେ ଦଳ ପୂର୍ଣ୍ଣ ଶକ୍ତି ସାମର୍ଥ ସହ ଖେଳିବାକୁ ଲକ୍ଷ୍ୟ ରଖିଛି।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ