ଦୁଇଦିନିଆ ଚିନ୍ତନ ଶିବିର ଅନୁଷ୍ଠିତ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଦ୍ୱାରା ୧୦ଟି ବ୍ୟାଟେରୀଚାଳିତ ଯାନ ଶ୍ରୀମନ୍ଦିରକୁ ଦାନ

ଭୁବନେଶ୍ୱର :ଆଜି ଭୁବନେଶ୍ୱରସ୍ଥିତ ୱେଲ୍‌କମ୍‌ ହୋଟେଲ୍‌ରେ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଦୁଇଦିନିଆ ଚିନ୍ତନ ଶିବିର-୨୦୨୪ର ଆୟୋଜନ କରାଯାଇଥିଲା । ଏହି ଶିବିରରେ କେନ୍ଦ୍ରମନ୍ତ୍ରୀ, ନୂତନ ଓ ଅକ୍ଷୟ ଶକ୍ତି ଶ୍ରୀ ପ୍ରହ୍ଲାଦ ଯୋଶୀ, ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶ୍ରୀପଦ ଯଶୋ ନାୟକ, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, କେନ୍ଦ୍ର ଶକ୍ତି ବିଭାଗ ସଚିବ ଶ୍ରୀ ପଙ୍କଜ ଅଗ୍ରୱାଲ, ଓଡ଼ିଶାର ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ ଦେବ ପ୍ରମୁଖ ଉପସ୍ଥିତ ଥିଲେ ।

ଓଡ଼ିଶା ପ୍ରାକୃତିକ ସଂପଦରେ ଭରପୂର । ଏହାର ପ୍ରାକୃତିକ ସଂପଦକୁ ବ୍ୟବହାର କରି ଅକ୍ଷୟ ଶକ୍ତି ଦ୍ୱାରା ବିଦ୍ୟୁତ ଉତ୍ପାଦନ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ୫୦୦ ଗିଗାୱାଟ୍‌ର ଅକ୍ଷୟ ଶକ୍ତି ଲକ୍ଷ୍ୟ ହାସଲ କରିବାକୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୋଶୀ କହିଥିଲେ । ଆଜି ସୁଦ୍ଧା ଭାରତ ୨୧୨ ଗିଗାୱାଟ୍‌ର ଅଣଜୀବାଶ୍ମ ବିଦ୍ୟୁତ ଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ କରିସାରିଛି । ୨୦୩୨ ସୁଦ୍ଧା ଭାରତର ବିଦ୍ୟୁତ ଚାହିଦା ଦୁଇଗୁଣ ବଢ଼ିଯିବ । ଏହାକୁ ମେଣ୍ଟାଇବା ପାଇଁ ଆମକୁ ଅଧିକ ମାତ୍ରାରେ ବିଦ୍ୟୁତ ଉତ୍ପାଦନ କରିବାକୁ ହେବ ଏବଂ ଅକ୍ଷୟ ଶକ୍ତି, ସୋଲାର ପାୱାରର ବ୍ୟବହାର ବୃଦ୍ଧି କରିବାକୁ ହେବ । ଏଥି ନିମନ୍ତେ ଭାରତ ସରକାର ୨୨ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ।

ଶିବିରରେ ଯୋଗଦେଇ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶ୍ରୀପଦ ଯଶୋ ନାୟକ କହିଥିଲେ ଯେ ଆଜିର ସମୟରେ ୫୦୦ ମେଟିକ୍‌ ଟନ୍‌ର ଗ୍ରୀନ୍‌ ହାଇଡ୍ରୋଜେନ୍‌ ଓ ଗ୍ରୀନ ଆମୋନିଆ ଉତ୍ପାଦନର ମଧ୍ୟ ଲକ୍ଷ୍ୟ ରହିଛି । ଆବର୍ଜନାରୁ ଶକ୍ତି ଉତ୍ପାଦନକୁ ମଧ୍ୟ ସମାନ ଗୁରୁତ୍ୱ ଦିଆଯାଉଛି । ସାରା ଦେଶକୁ ଏକ ସ୍ଥାୟୀ ବିଦ୍ୟୁତ ଭିତ୍ତିଭୂମି ପ୍ରଦାନ କରିବାକୁ ଜାତୀୟ ଗ୍ରୀଡ଼୍‌ ସ୍ଥାପନ କରାଯାଉଛି ।

ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଶିବିରରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ପାଇଁ ଲକ୍ଷ୍ୟ ବିଷୟରେ ଆଲୋକପାତ କରିଥିଲେ । ରାଜ୍ୟର ଆଗାମୀ ଦିନରେ ପିଏସ୍‌ପି, ପିଏମ୍‌-ସୂର୍ଯ୍ୟଘର ମାଗଣା ବିଜୁଳି ଯୋଗାଣ ଆଦି ଯୋଜନା ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି କହିଥିଲେ । ଆହୁରି ମଧ୍ୟ ହୀରାକୁଦ ଜଳଭଣ୍ଡାରରେ ଭାସମାନ ସୋଲାର ଶକ୍ତି କାର୍ଯ୍ୟକ୍ଷମ ହେବା ଯୋଜନା ବିଷୟରେ ଜଣାଇଥିଲେ । ସୂଚନାଯୋଗ୍ୟ ଯେ ଦୁଇଦିନ ପୂର୍ବରୁ ଶ୍ରୀ ସିଂହଦେଓ ଦିଲ୍ଲୀରେ ଶକ୍ତିମନ୍ତ୍ରୀଙ୍କ ସମ୍ମିଳନୀରେ ଯୋଗଦେଇ ଓଡ଼ିଶାର ବିଭିନ୍ନ ଯୋଜନା, ଲକ୍ଷ୍ୟ ଓ ଆଭିମୁଖ୍ୟ ବିଷୟରେ ଜଣାଇଥିଲେ ।

ଶିବିରର ପ୍ରଥମ ଦିନରେ ପିଏମ୍‌-ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା, ସୌରଶକ୍ତିର ଉତ୍ପାଦନ ବୃଦ୍ଧି, ଭାରତ: ସୌରଶକ୍ତିର ବୈଶ୍ୱିକ ଉତ୍ପାଦକ, କୃଷି କ୍ଷେତ୍ରରେ ସୌରଶକ୍ତିର ବ୍ୟବହାର, ଅକ୍ଷୟ ଶକ୍ତିର କ୍ଷମତା ଇତ୍ୟାଦି ଶୀର୍ଷକରେ ଆଲୋଚନା ହୋଇଥିଲା ।

ଏହାପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିରକୁ ୧୦ଗୋଟି ବ୍ୟାଟେରୀଚାଳିତ ଯାନ ପ୍ରଦାନ କରିଥିଲେ । ଆଇଆର୍‌ଇଡିଏର ସିଏସ୍‌ଆର୍‌ ଯୋଜନା ଅଧୀନରେ ଏହି ଯାନ ପ୍ରଦାନ କରାଯାଇଛି । ଏହି ପ୍ରଦାନ ସମୟରେ ଆଇଆର୍‌ଇଡିଏର ସିଇଓ ତଥା ମ୍ୟାନେଜିଂ ଡାଇରେକଫର ଶ୍ରୀ ପ୍ରଦୀପ କୁମାର ଦାସ, ନିର୍ଦ୍ଦେଶକ, ବିତ୍ତ ଡ. ବିଜୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ‘ହର୍ ଘର୍ ଜଲ୍’ ଲକ୍ଷ୍ୟ ପୂରଣ ପାଇଁ ଓଡିଶାରେ ସ୍ପଷ୍ଟ ରୋଡମ୍ୟାପ ପ୍ରସ୍ତୁତ- ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର,୨୪/୦୩/୨୦୨୬: ଓଡିଶାରେ ଜଳ ଜୀବନ ମିଶନ 2.0ର କାର୍ଯ୍ୟକାରିତା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ଏକ MoU ସ୍ଵାକ୍ଷର ହୋଇଛି | ଆଭାସୀ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋକସେବା…

    Continue reading
    ସଚିବାଳୟର ଅଧିକାରୀମାନଙ୍କ ପାଇଁ ‘ପୋଶ୍’ ସଚେତନତା କର୍ମଶାଳା

    ଭୁବନେଶ୍ୱର, ୨୪/୦୩/୨୦୨୬: କର୍ମକ୍ଷେତ୍ରରେ ମହିଳାମାନଙ୍କ ଯୌନ ନିର୍ଯାତନା (ପ୍ରତିରୋଧ, ନିଷେଧ ଏବଂ ନିରାକରଣ) ଅଧିନିୟମ, ୨୦୧୩ (POSH Act) ଉପରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏକ କର୍ମଶାଳା ଭୁବନେଶ୍ୱରସ୍ଥିତ ରାଜ୍ୟ ସଚିବାଳୟର ଅଧିକାରୀମାନଙ୍କ ପାଇଁ ଅନୁଷ୍ଠିତ ହୋଇଯାଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ