ବିଜେଡ଼ିକୁ ବୁଡ଼ାଇବ ମେଣ୍ଟ ଚର୍ଚ୍ଚା

ଭୁବନେଶ୍ୱର : ଇତିହାସରୁ ବିଜେଡ଼ି କିଛି ଶିଖିପାରିଲା ନାହିଁ । ଯାହାକି ଦଳକୁ ସଂକଟ ଭିତରକୁ ଟାଣିନେଉଛି । ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡ଼ି ହାରିବାର ଅନ୍ୟତମ କାରଣ ହେଉଛି ମେଣ୍ଟ ଚର୍ଚ୍ଚା । ବିଜେପି ସହ ମେଣ୍ଟ ପାଇଁ ବିଜେଡ଼ିର ବ୍ୟାକୁଳତା କର୍ମୀ ଓ ନେତାଙ୍କ ମହଲରେ ନକରାତ୍ମକ ବାର୍ତ୍ତା ଦେଇଥିଲା । ଏବେ ସମାନ ଭୁଲ୍‌ କରୁଛି ବିଜେଡ଼ି । କଂଗ୍ରେସ ସହ ମେଣ୍ଟ ଚର୍ଚ୍ଚାର ଫୋପଡ଼ ମାରି ଦଳ ନିଜ ଗୋଡ଼ରେ କୁରାଢ଼ୀ ମାରୁଛି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ପ୍ରଥମେ କଂଗ୍ରେସ ସହ ମେଣ୍ଟ ଗଣିତ ବୁଝାଇଥିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ସେ କହିଥିଲେଯେ, ବିଜେଡ଼ି ଓ କଂଗ୍ରେସ ମେଣ୍ଟ ହୋଇଗଲେ ବିଜେଡ଼ି ପୁଣି ସରକାର ଗଢ଼ିପାରିବ । ଆଉ କିଛି ବିଜେପି ବିଧାୟକ ଆସିଗଲେ ନବୀନ ବାବୁ ପୁଣି ମୁଖ୍ୟମନ୍ତ୍ରୀ ହୋଇପାରିବେ । ବିଜେଡ଼ିକୁ ଏହା ବୁମେରାଂ ହେବବୋଲି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ପ୍ରଚ୍ଛଦପଟରେ ରହି ଗୋଟି ଚଳାଉଥିବା ଭିକେ ପାଣ୍ଡିଆନ୍‌ ବୁଝି ଯାଇଥିଲେ । ଦେବାଶିଷଙ୍କୁ ଏନେଇ ତାଗିଦ୍‌ ବି କରାଯାଇଥିଲା । ପରେପରେ ଦେବାଶିଷ ନିଜ ଆଡ଼ୁ ଗଣମାଧ୍ୟମକୁ ସ୍ପଷ୍ଟୀକରଣ ଦେବାକୁ ବାଧ୍ୟ ହୋଇଥିଲେ । ଏହା ତାଙ୍କର ବ୍ୟକ୍ତିଗତ ମତ ବୋଲି ସେ କହିଥିଲେ ।

ଏବେ ଅତନୁ ସବ୍ୟସାଚୀ ନାୟକ କଂଗ୍ରେସ ସହ ମେଣ୍ଟ ନେଇ ଇସାରା ଦେଇଛନ୍ତି । ଅତନୁ ହେଉଛନ୍ତି ବୁଦ୍ଧିଆ ନେତା । ଏବେ ଦଳରେ ବି ତାଙ୍କର ଗୁରୁତ୍ୱ ବଢ଼ିଯାଇଛି । ସେ କେବେ ବାଉଳାରେ ବା ବାହାସ୍ଫୋଟ ମାରିବାକୁ ଏଭଳି କଥା କହିନଥିବେ । ଦଳର ଗୁପ୍ତ ରଣନୀତି ବିଷୟରେ ସେ କହୁକହୁ କହିଦେଇଛନ୍ତି ବୋଲି କୁହାଯାଇପାରିବ । ବିଜେଡ଼ି ଏବେ କଂଗ୍ରେସ ଆଡ଼କୁ ମୁହାଁଉଛି । ରାଜନୀତିକୁ ପାଖରୁ ଦେଖୁଥିବା ନେତା ଏକଥା ଜାଣିଛନ୍ତି । ଏନଡ଼ିଏ ସହ ୫ ବର୍ଷ ଧରି ନସରପସର ହେଉଥିବା ବିଜେଡ଼ି କେନ୍ଦ୍ରରେ ଇଣ୍ଡିମେଣ୍ଟ ସହ ସମ୍ପର୍କ ରଖିବା ଆରମ୍ଭ କଲାଣି ।

ଏସବୁ ଭିତରେ ବିଜେଡ଼ି ଜଗିରଖି ଗୋଟିଚାଳନା କରୁଛି । ଦଳ ପଞ୍ଚାୟତ ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଯଦି ପୂର୍ବଭଳି ବିଜେଡ଼ି ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରେ ତେବେ ୨୦୨୯ରେ ଏକାକୀ ଲଢ଼ିବାକୁ ଯୋଜନା କରିବ । କିନ୍ତୁ ଯଦି ବିଜେପି ଠାରୁ ପଛରେ ରହିଯାଏ ତେବେ ବିକଳ୍ପ ଭାବେ କଂଗ୍ରେସ ସହ ମେଣ୍ଟ କରିବାକୁ ଯୋଜନା କରିବ । ଖାଲି ସେତିକିନୁହେଁ, ନବୀନ କେତେଦିନ ଦଳ ସମ୍ଭାଳିବେ ତାହାକୁ ନେଇ ବି ସଂଶୟ ରହିବା ସ୍ୱାଭାବିକ । ନବୀନ ଶକ୍ତିଶାଳୀ ରହିଲେ ହିଁ ବିଜେଡ଼ି ଶକ୍ତିଶାଳୀ ରହିବ । କିନ୍ତୁ ନବୀନ ଯଦି ଦଳ କଥା ବୁଝିବାକୁ ଅସମର୍ଥ ହେବେ ତେବେ ବିଜେଡ଼ିର ଭବିଷ୍ୟତ ଅନ୍ଧାର ଆଡକୁ ଠେଲି ହୋଇଯିବ । ସେଭଳି କ୍ଷେତ୍ରରେ କଂଗ୍ରେସ କିମ୍ବା ବିଜେପି ସହ ଦଳ ମେଣ୍ଟ କରିବାକୁ ବାଧ୍ୟ ହେବ । କଂଗ୍ରେସ ସହ ମେଣ୍ଟ କଲେ ବିଜେଡ଼ି ବଡ଼ ଭାଇ ହେବାର ଥିବାବେଳେ ବିଜେପି ସହ ମେଣ୍ଟ କଲେ ସାନ ଭାଇ ହେବା ନିଶ୍ଚିତ । ଏଭଳି ସ୍ଥିତିରେ ଦଳ ଉଭୟ କଂଗ୍ରେସ ଓ ବିଜେପି ସହ ମେଣ୍ଟ କରିବାକୁ ମନେମନେ ଅଙ୍କ କଷୁଛି କହିଲେ ଭୁଲ୍‌ ହେବନାହିଁ ।

ଏସବୁ ରାଜନୀତିକ ଅନୁଶୀଳନ ଭିତରେ ଏକଥା ସ୍ପଷ୍ଟଯେ, ୨୦୨୭ ପଞ୍ଚାୟତ ନିର୍ବାଚନ ପରେ ହିଁ ବିଜେଡ଼ି ତା’ର କାଡର଼୍ ଖୋଲିବ । ଦଳ କଂଗ୍ରେସ ସହ ଯିବ ନା ଦିଲ୍ଲୀରେ ନରେନ୍ଦ୍ର ମୋଦିଙ୍କ ସହ ସନ୍ଧି କରିବ ତାହା ସେତେବେଳେ ହିଁ ଜଣାପଡ଼ିବ । କିନ୍ତୁ ଏହି ମେଣ୍ଟ ଚର୍ଚ୍ଚା ନଥମିଲେ ବିଜେଡ଼ି କର୍ମୀଙ୍କ ମନୋବଳ ଭାଙ୍ଗିଯିବା ନିଶ୍ଚିତ ।

  • Related Posts

    ‘ହର୍ ଘର୍ ଜଲ୍’ ଲକ୍ଷ୍ୟ ପୂରଣ ପାଇଁ ଓଡିଶାରେ ସ୍ପଷ୍ଟ ରୋଡମ୍ୟାପ ପ୍ରସ୍ତୁତ- ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର,୨୪/୦୩/୨୦୨୬: ଓଡିଶାରେ ଜଳ ଜୀବନ ମିଶନ 2.0ର କାର୍ଯ୍ୟକାରିତା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ଏକ MoU ସ୍ଵାକ୍ଷର ହୋଇଛି | ଆଭାସୀ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋକସେବା…

    Continue reading
    ସଚିବାଳୟର ଅଧିକାରୀମାନଙ୍କ ପାଇଁ ‘ପୋଶ୍’ ସଚେତନତା କର୍ମଶାଳା

    ଭୁବନେଶ୍ୱର, ୨୪/୦୩/୨୦୨୬: କର୍ମକ୍ଷେତ୍ରରେ ମହିଳାମାନଙ୍କ ଯୌନ ନିର୍ଯାତନା (ପ୍ରତିରୋଧ, ନିଷେଧ ଏବଂ ନିରାକରଣ) ଅଧିନିୟମ, ୨୦୧୩ (POSH Act) ଉପରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏକ କର୍ମଶାଳା ଭୁବନେଶ୍ୱରସ୍ଥିତ ରାଜ୍ୟ ସଚିବାଳୟର ଅଧିକାରୀମାନଙ୍କ ପାଇଁ ଅନୁଷ୍ଠିତ ହୋଇଯାଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ