କଟକ ଐତିହାସିକ ବାଲିଯାତ୍ରା ଆରମ୍ଭ ହେଲା ଆଜିଠୁ !

ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା। ନୌବାଣିଜ୍ୟ ପରମ୍ପରାର ଗାଥା ବହନ କରୁଥିବା ଏହି ବୃହତ ବାଣିଜ୍ୟିକ ମହାକୁମ୍ଭ ଆଜି ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ‌ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଐତିହାସିକ ବାଲିଯାତ୍ରାକୁ ଉଦ୍‌ଘାଟନ କରିଛନ୍ତି। ପରେ ମୁଖ୍ୟମନ୍ତ୍ରୀ ମେଳା ବୁଲି ଦେଖିଥିଲେ।
ଚଳିତବର୍ଷ ଉପର ଓ ତଳ ପଡ଼ିଆକୁ ମିଶାଇ ମୋଟ୍‌ ୩୨ ଏକର ଜାଗାରେ ୨୫୦୦ରୁ ଅଧିକ ଷ୍ଟଲ କରାଯାଇଛି। ବାଲିଯାତ୍ରାକୁ ଭବ୍ୟ ଓ ଆକର୍ଷଣୀୟ କରିବା ସହ ଅନ୍ତର୍ଜାତୀୟ ସ୍ତରରେ ପହଁଞ୍ଚାଇବା ପାଇଁ ୧୩ଟି ଦେଶର ରାଷ୍ଟ୍ରଦୂତଙ୍କୁ ଅତିଥି କରାଯିବା ସହ ୮ଟି ଦେଶର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ।
ଚଳିତବର୍ଷ ବାଲିଯାତ୍ରାରେ ଅନେକ କିଛି ନୂଆ ଦେଖିବାକୁ ମିଳିବ। କଟକ ଇନ୍‌ କଟକରେ ଦେଖିବାକୁ ମିଳିବ ଓଡ଼ିଆ ଅସ୍ମିତାର ଝଲକ। ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ସ୍ମୃତିକୁ ମନ ପକେଇବାକୁ ପ୍ରୟାସ କରିଛି ପ୍ରଶାସନ। ସୀତା ବିବାହ, ହୀରାଲୀଳା, ଗପ ହେଲେବି ସତ ଓ ଚିହ୍ନା ଅଚିହ୍ନା ପରି ଲୋକପ୍ରିୟ ଓଡ଼ିଆ ଫିଲ୍ମର ପୋଷ୍ଟର ଗ୍ୟାଲେରୀ ପ୍ରଦର୍ଶୀତ ହେବା ସହ ପୁରୁଣା ଓଡ଼ିଆ ଫିଲ୍ମ ଦେଖିବା ପାଇଁ ଆମ୍ପିଥିଏଟର କରାଯାଇଛି। ଆଉ ସେଠାରେ ଓଡ଼ିଆ ଚଳଚ୍ଚିତ୍ରର ଚର୍ଚ୍ଚିତ ଡିଏଲଗ ଓ ସଂଗୀତ ଅଡିଓ ମାଧ୍ୟମରେ ପ୍ରଦର୍ଶିତ କରାଯିବ।

ସେହିପରି ଚଳିତବର୍ଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ସାଉଥ୍ ଇଷ୍ଟ ଏସିଆ ପାଭିଲିୟନ। ଜାଭା, ସୁମାତ୍ରା, ବାଲି ଇଣ୍ଡୋନେସିଆ ପରି ଦେଶ ସହିତ ଆମ ଦେଶର ନୌବାଣିଜ୍ୟ ପରମ୍ପରା ସମ୍ପର୍କର ତଥ୍ୟ ଜାଣିପାରିବେ ଦର୍ଶକ। ଏହାସହ ନଦୀ ଭିତରେ ଡ୍ରୋନ୍‌ ଶୋ’ ମାଧ୍ୟମରେ ଓଡ଼ିଆ ସଂସ୍କୃତି ପରମ୍ପରା ସହ ମହାପୁରୁଷଙ୍କ ଫଟୋ ଓ ଓଡ଼ିଶାର ଇତିହାସ ସମ୍ପର୍କରେ ଅବଗତ କରାଯିବ। କେବଳ ସେତିକି ନୁହେଁ, ମନୋରଞ୍ଜନର ଭରପୁର ଖୋରାକ ଯୋଗାଇବ ବାଲିଯାତ୍ରା। ହଲିଉଡ୍‌ର ଚର୍ଚ୍ଚିତ ଫିଲ୍ମ ଅବତାର ଆନିମେସନର ଥିମ୍‌ ଭଳି ଅନନ୍ତ ଦୁନିଆ ବା ଇନଫିନିଟି ୱଆଲ୍‌ଡର‌ ମଜା ନେବେ ଦର୍ଶକ।

ବାଲିଯାତ୍ରାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ବଲିଉଡ୍‌ କଣ୍ଠଶିଳ୍ପୀ ସୋନୁ ନିଗମ, ସୁରେଶ ୱାଡେକର, ଅନୁପ ଜୋଲେଟା ସଙ୍ଗୀତ ପରିବେଷଣ କରିବେ। ଏହାଛଡ଼ା ଓଲିଉଡ୍‌ କଣ୍ଠଶିଳ୍ପୀ ଅସୀମା ପଣ୍ଡା, ମଣ୍ଟୁ ଛୁରିଆ, ଦିପ୍ତିରେଖା ପାଢୀ ପ୍ରମୁଖ କଳାକାରମାନେ ବୈଷ୍ଣବ ପାଣି ମଞ୍ଚ ଏବଂ ଅକ୍ଷୟ ମହାନ୍ତିଙ୍କ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ