
ପାରାଦୀପର:ପାରାଦୀପର ଭୂତମୁଣ୍ଡାଇ ପୋଲରୁ ମହାନଦୀକୁ ଡେଇଁ ପଡ଼ିଲେ ଯୁବକ। ତେବେ ଯୁବକ ଜଣଙ୍କ କିଏ ତାହା ଜଣାପଡ଼ି ନାହିଁ।
ଆଜି ସକାଳେ ଯୁବକ ଜଣଙ୍କ ହଠାତ୍ ଭୂତମୁଣ୍ଡାଇ ପୋଲରୁ ମହାନଦୀକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକେ ଯୁବକ ଜଣଙ୍କ ଭାସୁଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ହେଲେ ଏପର୍ୟ୍ୟନ୍ତ ଯୁବକଙ୍କ ପରିଚୟ ମିଳିନାହିଁ।




