ରାଗିଲେ, ଚାଲି କରି ଗଲେ ମୁଖ୍ୟମମନ୍ତ୍ରୀ

କଟକ: ବାଲିଯାତ୍ରା ଉଦ୍‌ଘାଟନୀ କାର୍ୟ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଅନ୍ୟ ଅତିଥି ସିଲ୍‌ଭର୍‌ ସିଟି ବୋଟ୍‌ କ୍ଲବ୍‌ରୁ ବୋଇତ ଯୋଗେ ଗଡ଼ଗଡିଆ ଘାଟରେ ପହଞ୍ଚିଥିଲେ। ସେଠାରୁ ଅତିଥିଙ୍କୁ ଦକ୍ଷିଣ ଏସିୟ ପାଭିଲିୟନ ସମେତ ଓର୍‌ମାସ୍‌ ଓ ଗଣକବି ବୈଷ୍ଣବ ପାଣି ମଞ୍ଚକୁ ନେବା ପାଇଁ ବ୍ୟାଟିରି ଚାଳିତ ଗାଡି ବ୍ୟବସ୍ଥା କରାଯାଇଥିଲା। ହେଲେ ଗାଡିରେ ଅତିଥିଙ୍କ ସଂଖ୍ୟା ଆବଶ୍ୟକଠାରୁ ଥିବାରୁ ଅସନ୍ତୋଷ ହୋଇ ବ୍ୟାଟେରୀ ଚାଳିତ ଗାଡ଼ିରୁ ମୁଖ୍ୟମନ୍ତ୍ରୀ ଓହ୍ଲାଇ ଦକ୍ଷିଣ ଏସିୟ ପାଭିଲିୟନ ପର୍ୟ୍ୟନ୍ତ ଚାଲିକି ଯାଇଥିଲେ। ପରେ ସେଠାରୁ ମଞ୍ଚ ପର୍ୟ୍ୟନ୍ତ ଗାଡିରେ ଯାଇଥିଲେ। ମଞ୍ଚରେ ମୁଖ୍ୟମନ୍ତ୍ରୀ କଟକର ପ୍ରସିଦ୍ଧ ଦହିବରା ବିଷୟରେ କହିଥିଲେ। କଟକ ଆସି ଦହିବରା ନ ଖାଇଲେ ମଜା ଆସିବ ନାହିଁ। କିନ୍ତୁ ଦହିବରା ବ୍ୟବସ୍ଥା କରାଯାଇ ନ ଥିବା ଓ ଦହିବରା ଖାଇବାର ସୁଯୋଗ ନ ମିଳିବାରୁ ସାମାନ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ମାଝୀ। ପୂର୍ବରୁ ଯେବେ କଟକ ଆସିଛନ୍ତି ସେବେ ଦହିବରାର ମଜା ଚାଖିଥିବା ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ