ଜିଲ୍ଲା ପରିଷଦ ସଭ୍ୟଙ୍କୁ ଦୁର୍ବ୍ୟହାର ଘଟଣା, କାରଣ ଦର୍ଶାଅ ନୋଟିସ ଜାରି

ଜିଲ୍ଲା ପରିଷଦ ସଭ୍ୟ ଶରତ ପ୍ରଧାନଙ୍କୁ ଦୁର୍ବ୍ୟବହାର ଘଟଣାରେ ରେଢ଼ାଖୋଲ ତହସିଲ ଅଫିସର ଅମିନ ତଥା ରେକର୍ଡ କିପର କୁଳମଣି ନାଏକଙ୍କୁ ନିଲମ୍ବନ କରିଛନ୍ତି ସମ୍ବଲପୁର ଜିଲ୍ଲାପାଳ। ନିଲମ୍ବନ ଅବଧି ସମୟରେ ତାଙ୍କୁ ରେଢ଼ାଖୋଲ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏହି ଘଟଣାରେ ତହସିଲଦାର ଦେବାଶିଷ ପାତ୍ର ମଧ୍ୟ ସଂପୃକ୍ତ ଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କୁ ଜିଲ୍ଲାପାଳ କାରଣ ଦର୍ଶାଅ ନୋଟିସ୍ ପଠାଇଥିବା ଜଣାପଡ଼ିଛି।
ଜିଲ୍ଲା ପରିଷଦ ସଭ୍ୟ ଶରତ ପ୍ରଧାନଙ୍କୁ ତହସିଲଦାର ଓ ତାଙ୍କ ଅଫିସର ଅମିନ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ସମ୍ବଲପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରେଢ଼ାଖୋଲ ଉପ-ଜିଲ୍ଲାପାଳ ରଶ୍ମିରଞ୍ଜନ ମହନ୍ତ ଘଟଣାର ତଦନ୍ତ କରି ରିପୋର୍ଟ ଦେଇଥିଲେ। ବିଭିନ୍ନ ପକ୍ଷର ବୟାନ ଓ ସିସିଟିଭି ଫୁଟେଜ ଆଧାରରେ ଉପ-ଜିଲ୍ଲାପାଳ ତାଙ୍କ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରି ଜିଲ୍ଲାପାଳଙ୍କୁ ଦେଇଥିଲେ। ତାଙ୍କ ରିପୋର୍ଟ ଆଧାରରେ ଜିଲ୍ଲାପାଳ ଅମିନ କୁଳମଣି ନାଏକଙ୍କୁ ନିଲମ୍ବନ କରିଛନ୍ତି।
ଗତ ୧୩ ତାରିଖରେ ଏହି ଘଟଣା ଘଟିଥିଲା। ଜିଲ୍ଲା ପରିଷଦ ସଭ୍ୟ ଶରତ ପ୍ରଧାନ ତହସିଲଦାରଙ୍କୁ ଭେଟିବାକୁ ତାଙ୍କ ଚ୍ୟାମ୍ବରକୁ ଯାଇଥିବା ବେଳେ ତହସିଲଦାର ତାଙ୍କୁ ଦୁର୍ବ୍ୟବହାର କରିଥିବା ବେଳେ ଅମିନ କୁଳମଣି ନାଏକ ମଧ୍ୟ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।

Related Posts

‘ଓମ୍‌ଫେଡ୍’ ପୁଣି ଥରେ ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଛି

ଭୁବନେଶ୍ୱର: ଓଡ଼ିଶାର ପ୍ରମୁଖ ଦୁଗ୍ଧ ସମବାୟ ସଂସ୍ଥା ‘ଓମ୍‌ଫେଡ୍’ ପୁଣି ଥରେ ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଦେଇଛି । ନୂଆଦିଲ୍ଲୀର ପ୍ରସିଦ୍ଧ ପ୍ରଗତି ମୈଦାନସ୍ଥିତ ‘ଭାରତ ମଣ୍ଡପମ୍’ଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଏକ୍ସପୋରେ ଓମ୍‌ଫେଡ୍ ସମଗ୍ର ଦେଶରେ ଶ୍ରେଷ୍ଠ…

Continue reading
ନୌସେନାରେ ସାମିଲ ହେଲା INS ମହେନ୍ଦ୍ରଗିରି

ବିଶାଖାପାଟଣା: ଭାରତୀୟ ନୌସେନାରେ ସାମିଲ ହେଲା ‘INS ମହେନ୍ଦ୍ରଗିରି’ । ହିନ୍ଦ ମହାସାଗର ଏବଂ ଇଣ୍ଡୋ-ପାସିଫିକ୍ କ୍ଷେତ୍ରରେ ବଢୁଥିବା ରଣନୀତିକ ତିକ୍ତତା ଓ ଗ୍ଲୋବାଲ ଚ୍ୟାଲେଞ୍ଜ ମଧ୍ୟରେ ଭାରତୀୟ ନୌସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି । ଶନିବାର ବିଶାଖାପାଟଣା ନେଭାଲ…

Continue reading

Leave a Reply

Your email address will not be published. Required fields are marked *

You Missed

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ