ଡାଇରିଆ : ଆଜି ଯାଜପୁର-କଟକ-ଭଦ୍ରକ ଯିବେ କେନ୍ଦ୍ରୀୟ ଓ ସ୍ୱାସ୍ଥ୍ୟ ବିଭାଗ ଟିମ

ଭୁବନେଶ୍ବର: ଡାଇରିଆକୁ ନେଇ ଫୋକସରେ 3 ଜିଲ୍ଲା । ଆଜି ଯାଜପୁର, କଟକ ଓ ଭଦ୍ରକ ଗସ୍ତ କରିବେ କେନ୍ଦ୍ରୀୟ ଓ ସ୍ୱାସ୍ଥ୍ୟ ବିଭାଗ ଟିମ । ଏହି ଟିମ ସମସ୍ତ ପଦକ୍ଷେପର ସମୀକ୍ଷା ସହ ଯୋଜନା ପ୍ରସ୍ତୁତ କରିବେ । ଡାଇରିଆ ସ୍ଥିତିର ମୁକାବିଲା ନିମନ୍ତେ ସଂପୃକ୍ତ ବିଭାଗ କ୍ଷେତ୍ର ସ୍ତରରେ ସମନ୍ୱିତ ଓ ଏକାଭୀମୁଖୀ ଭାବେ କାର୍ଯ୍ୟ କରିବେ । ଲୋକସେବା ଭବନରେ ଡାଇରିଆ ମୁକାବିଲା ସ୍ଥିତିର ସମୀକ୍ଷା କରି ସେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ।ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବିଭିନ୍ନ ଜିଲ୍ଲାରେ ଡାଇରିଆ ମୁକାବିଲାର ସ୍ଥିତି ସମୀକ୍ଷା କରିଛନ୍ତି । ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସୂଚନା ଓ ଲୋକ ସଂପର୍କ, ସ୍ୱାସ୍ଥ୍ୟ ବିଭାଗ କମିଶନର, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର, ପୂର୍ତ୍ତ, ଗଣ ଶିକ୍ଷା ବିଭାଗ କମିଶନର, ମିଶନ ଶକ୍ତି ବିଭାଗ କମିଶନରଙ୍କ ସହ ଆଲୋଚନା କରିଛନ୍ତି । ସ୍ଥିତି ସଂପର୍କରେ ପଚାରି ବୁଝିବା ସହ ମୁଖ୍ୟ ଶାସନ ସଚିବ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାମ୍ୟ ପାନୀୟ ଜଳ ଉତ୍ସଗୁଡ଼ିକର ନିୟମିତ ବିଶୋଧନ କାର୍ଯ୍ୟ ଅନୁଧ୍ୟାନ, ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗର ସଚିବଙ୍କୁ ପରାମର୍ଶ ଦିଆଯାଇଛି । ରାଜ୍ୟ ରାପିଡ ଆକ୍ସନ ଟିମର କ୍ଷେତ୍ର ପରିଦର୍ଶନ ସ୍ଥିତି ଓ ପରାମର୍ଶ କାର୍ଯ୍ୟକାରୀ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ୱତୀ ଏସ କେନ୍ଦ୍ରୀୟ ଟିମ ସହ ଆଲୋଚନା କରିଛନ୍ତି । କେନ୍ଦ୍ରରୁ ଆସିଥିବା ତିନୋଟି ବିଶେଷଜ୍ଞ ଦଳ କ୍ଷେତ୍ର ପରିଦର୍ଶନ ପରେ ସେମାନଙ୍କ ମତାମତ ଓ ପରାମର୍ଶ ଦେଇଛନ୍ତି । ବିଭିନ୍ନ ସ୍ଥାନରେ ଦେଖାଦେଇଥିବା ଡାଇରିଆ ମୁଖ୍ୟତଃ ଦୂଷିତ ଜଳ ଓ ଖାଦ୍ୟରୁ ଆରମ୍ଭ ହୋଇଛି । ତେଣୁ ପ୍ରତି ଜଳ ଉତ୍ସକୁ ନିୟମିତ ଭାବେ ସଠିକ ଭାବେ ବିଶୋଧିତ ଏବଂ ପାଣିକୁ ଫୁଟାଇ ଥଣ୍ଡା କରି ବ୍ୟବହାର କରିବା ନିମନ୍ତେ ଜନସାଧାରଣଙ୍କୁ ପରାମର୍ଶ ଦେବା ପାଇଁ ନିଷ୍ପତ୍ତି ହୋଇଛି । ଅଗଭୀର ନଳକୂପ, ଖୋଲାକୁପ ଆଦିର ଜଳ ଭୂପୃଷ୍ଠ ଜଳ ସଂସ୍ପର୍ଶରେ ଆସୁଥିବାରୁ ଏହା ଦୂଷିତ ହେବାର ଆଶଙ୍କା ରହିଛି । ତେଣୁ ଏସବୁ ଜଳକୁ ଫୁଟାଇ ବା ହାଲୋଜେନ ଟ୍ୟାବଲେଟ ପକାଇ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଛି ।ଖାଦ୍ୟ ନିରାପତ୍ତା ବିଭାଗ ଦ୍ୱାରା ଗତକାଲି 25ଟି ଜଳ ନମୁନା ଓ 20ଟି ସ୍ଥାନରୁ ଖାଦ୍ୟ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଛି । 35ଟି ହୋଟେଲ, ଢାବା ଓ ୱାଟର ବଟଲିଂ ପ୍ଲାଣ୍ଟ ଆଦିରେ ଚଢ଼ାଉ କରାଯାଇଛି । ଏହା ମଧ୍ୟରେ ସମଗ୍ର ରାଜ୍ୟରେ ପାନୀୟ ଜଳ ବିଶୋଧନ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । କଟକ, ସୁବର୍ଣ୍ଣପୁର, କେଉଁଝର, ଜଗତସିଂହପୁର, ଝାରସୁଗୁଡ଼ା, ରାୟଗଡ଼ା, ପୁରୀ, କେନ୍ଦ୍ରାପଡ଼ା, ଯାଜପୁର ଓ ଭୁବନେଶ୍ୱରରେ ପାନୀୟ ଜଳ ବିଭାଜନଗୁଡ଼ିକ ପକ୍ଷରୁ ବିଶୋଧନ ପାଇଁ ପଦକ୍ଷେପ ନିଆଯାଇଛି । ପାନୀୟ ଜଳ ସ୍ରୋତଗୁଡ଼ିକ ବିଶୋଧନ କରାଯାଇଛି । ଏହା ସହ ରାଜ୍ୟର ଅନ୍ୟ ସମସ୍ତ ପାନୀୟ ଜଳ ବିଭାଜନରେ ପାନୀୟ ଜଳ ସ୍ରୋତଗୁଡ଼ିକର ବିଶୋଧନ ପାଇଁ ପ୍ରକ୍ରିୟା ଜାରି ରହିଛି ।

  • Related Posts

    ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ପଦବୀ ପୂରଣ ପାଇଁ ଗଠନ ହେବ ସ୍ୱତନ୍ତ୍ର ପୋଲିସ ନିଯୁକ୍ତି ବୋର୍ଡ

    ଭୁବନେଶ୍ୱର,୧୨।୮: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଅପରାଧ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି । ସାଧାରଣ ଜନତା ଯେପରି ସୁରକ୍ଷିତ ଅନୁଭବ କରିବେ, ସେଥିପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର…

    Continue reading
    ସ୍ୱଚ୍ଛ ଶକ୍ତି ଅଭିବୃଦ୍ଧିରେ ବ୍ୟାଟେରି ଶକ୍ତି ସଂରକ୍ଷଣ ବିପ୍ଳବ ଆଣିବ – ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

    ଭୁବନେଶ୍ୱର-୧୨/୦୮: ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରାଜ୍ୟରେ ନବୀକରଣୀୟ ଶକ୍ତି ଉତ୍ପାଦନ ଏବଂ ସଂରକ୍ଷଣ, ବିଶେଷକରି ବ୍ୟାଟେରୀ ଶକ୍ତି ସଂରକ୍ଷଣ ପ୍ରଣାଳୀ ଉପରେ ଏକ ବୈଠକର ଅଧ୍ୟକ୍ଷତା କରିଛନ୍ତି। ଷ୍ଟ୍ରିଟ୍ ଲାଇଟ୍ ବିଷୟରେ ମଧ୍ୟ ଆଲୋଚନା କରାଯାଇଛି। ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

    ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ପଦବୀ ପୂରଣ ପାଇଁ ଗଠନ ହେବ ସ୍ୱତନ୍ତ୍ର ପୋଲିସ ନିଯୁକ୍ତି ବୋର୍ଡ

    ସ୍ୱଚ୍ଛ ଶକ୍ତି ଅଭିବୃଦ୍ଧିରେ ବ୍ୟାଟେରି ଶକ୍ତି ସଂରକ୍ଷଣ ବିପ୍ଳବ ଆଣିବ – ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

    ତଟରେଖା ଠାରୁ ଆକାଶରେଖା ପର୍ଯ୍ୟନ୍ତ ଓଡ଼ିଶା ସାମୁଦ୍ରିକ ବୋର୍ଡ ଏକ ଅସୀମ ସାମୁଦ୍ରିକ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛି

    ନିର୍ଦ୍ଧାରିତ ସମୟ ମଧ୍ୟରେ ରାଜ୍ୟବାସୀଙ୍କୁ ସ୍ଵଚ୍ଛ ନିରାପଦ ପାନୀୟ ଜଳ ଯୋଗାଣ ପାଇଁ ଉତ୍ତରଦାୟୀ ହେବେ ଅଧିକାରୀ ମନ୍ତ୍ରୀ

    ଜାତୀୟ ଆଇଟିଆଇ ଉନ୍ନତିକରଣ ଯୋଜନା ପାଇଁ ଉଚ୍ଚସ୍ତରୀୟ ପରାମର୍ଶଦାତା କର୍ମଶାଳାର ଆୟୋଜିତ