୮ ଅବକାରୀ କର୍ମଚାରୀ ଚାକିରିରୁ ବହିଷ୍କାର

ଭୁବନେଶ୍ୱର: ଅବକାରୀ ବିଭାଗରେ ମାଳମାଳ ମାଫିଆ କର୍ମଚାରୀ। କିଏ ଚୋରା ମଦ କାରବାର କରୁଛନ୍ତି ତ ଆଉ କିଏ ଗଞ୍ଜେଇ ମାଫିଆଙ୍କ ସୁରକ୍ଷା କବଚ ପାଲଟିଛନ୍ତି। କାହା ନାଁରେ ଏକାଧିକ ମଦ କାଉଣ୍ଟର ତ ଆଉ କିଏ ଜବତ ହୋଇଥିବା କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇକୁ ନେଇ ବେପାର କରୁଛନ୍ତି। ଏପରି ଅଫିସର ମଧ୍ୟ ଅଛନ୍ତି ଯେଉଁମାନେ ଧଳା ଜହର ବେପାରୀଙ୍କଠାରୁ ମାସିକ ସେୟାର ନେଉଥିବା ପ୍ରମାଣ ଅବକାରୀ କମିଶନରଙ୍କ ହାତରେ ଲାଗିଛି।ଏଭଳି ପ୍ରମାଣ ପରେ ଆକ୍ସନ ମୋଡରେ ଅବକାରୀ କମିଶନର। ଆରମ୍ଭ ହୋଇଛି ସଫେଇ ଅଭିଯାନ। ବର୍ଷକ ମଧ୍ୟରେ ୮ ଜଣ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯିବା ସହ ୨୦ ଜଣଙ୍କୁ ନିଲମ୍ବିତ କରିଛି ବିଭାଗ। ଚାକିରିରୁ ବହିଷ୍କୃତ ବାଲେଶ୍ୱର ଅବକାରୀ କନଷ୍ଟେବଳ ଭାବେ କାମ କରୁଥିବା ରାଜୀବ କୁମାର ଭଞ୍ଜଙ୍କ ବିରୋଧରେ ମିଳିଥିବା ପ୍ରମାଣ ସମସ୍ତଙ୍କ ହୋସ୍‌ ଉଡାଇ ଦେବ। ନାମକୁ ମାତ୍ର କନଷ୍ଟେବଲ ଥିଲେ ରାଜୀବ। ହେଲେ ବାସ୍ତବରେ ସେ ଉତ୍ତର ଓଡ଼ିଶାର ସବୁଠାରୁ ବଡ଼ ଚୋରା ଦେଶୀ ଓ ବିଦେଶୀ ମଦ ସପ୍ଲାଏର ବୋଲି ପ୍ରମାଣ ପାଇଛନ୍ତି ଅବକାରୀ କମିଶନର। ଆଗକୁ ଏହି ଧାରା ଜାରି ରହିବ ବୋଲି କହିଛନ୍ତି ଅବକାରୀ କମିଶନର ନରସିଂହ ଭୋଳ।

  • Related Posts

    ‘ହର୍ ଘର୍ ଜଲ୍’ ଲକ୍ଷ୍ୟ ପୂରଣ ପାଇଁ ଓଡିଶାରେ ସ୍ପଷ୍ଟ ରୋଡମ୍ୟାପ ପ୍ରସ୍ତୁତ- ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର,୨୪/୦୩/୨୦୨୬: ଓଡିଶାରେ ଜଳ ଜୀବନ ମିଶନ 2.0ର କାର୍ଯ୍ୟକାରିତା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ଏକ MoU ସ୍ଵାକ୍ଷର ହୋଇଛି | ଆଭାସୀ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋକସେବା…

    Continue reading
    ସଚିବାଳୟର ଅଧିକାରୀମାନଙ୍କ ପାଇଁ ‘ପୋଶ୍’ ସଚେତନତା କର୍ମଶାଳା

    ଭୁବନେଶ୍ୱର, ୨୪/୦୩/୨୦୨୬: କର୍ମକ୍ଷେତ୍ରରେ ମହିଳାମାନଙ୍କ ଯୌନ ନିର୍ଯାତନା (ପ୍ରତିରୋଧ, ନିଷେଧ ଏବଂ ନିରାକରଣ) ଅଧିନିୟମ, ୨୦୧୩ (POSH Act) ଉପରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏକ କର୍ମଶାଳା ଭୁବନେଶ୍ୱରସ୍ଥିତ ରାଜ୍ୟ ସଚିବାଳୟର ଅଧିକାରୀମାନଙ୍କ ପାଇଁ ଅନୁଷ୍ଠିତ ହୋଇଯାଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ