ଶ୍ରୀଜଗନ୍ନାଥଙ୍କ ଇଞ୍ଚେ ଜମିର ବେଆଇନ ବିକ୍ରିକୁ ବରଦାସ୍ତ କରାଯିବ:ପୃଥ୍ୱୀରାଜ

ଭୁବନେଶ୍ଵର : ଶ୍ରୀଜଗନ୍ନାଥଙ୍କ ଜମିକୁ ବେଆଇନ ବିକ୍ରି ପ୍ରସଙ୍ଗ। ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ଶ୍ରୀଜଗନ୍ନାଥଙ୍କ ଜମିକୁ ବେଆଇନ ବିକ୍ରି ହୋଇଥିଲେ କଠୋର କାର୍ୟ୍ୟାନୁଷ୍ଠାନ ହେବ। କ୍ରେତା ବିକ୍ରେତା ଓ ସମ୍ପୃକ୍ତ ସବ୍‌-ରେଜିଷ୍ଟାରଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ହେବ। ଶ୍ରୀଜଗନ୍ନାଥଙ୍କ ଇଞ୍ଚେ ଜମିର ବେଆଇନ ବିକ୍ରିକୁ ବରଦାସ୍ତ କରାଯିବନି। ସେହିପରି ଆଇନ ମନ୍ତ୍ରୀ କହିଛନ୍ତି ଯେ, ବାସେଳୀ ସାହି ଘଟଣାରେ କଡ଼ା କାର୍ୟ୍ୟାନୁଷ୍ଠାନ ହେବ। ମନ୍ଦିର ପ୍ରଶାସନର ଯାହା ଦାୟିତ୍ୱ ତାକୁ ନିର୍ବାହ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟପଟେ ଜବରଦଖଲ ଥିବା ଜମିକୁ ବିକ୍ରି କରି କର୍ପସ ଫଣ୍ଡ୍ ସଂଗ୍ରହ କରିବା ପାଇଁ ଆଇନ ବିଭାଗ ଯୋଜନା କରୁଛି। ୨୦୦୩ ୟୁନିଫର୍ମ ପଲିସି ଅନୁସାରେ, ଜବରଦଖଲ ହୋଇଥିବା ଜଗନ୍ନାଥ ଜମିଗୁଡିକର ସେଟଲମେଣ୍ଟ କରାଯିବ। ପୁରୀ ସହର ଏବଂ ରାଜ୍ୟର ଅନ୍ୟ ଅଞ୍ଚଳ ଗୁଡିକରେ ଦୀର୍ଘ ଦିନ ଧରି ଲୋକେ ଜବରଦଖଲ କରିଛନ୍ତି। ଏହି ପ୍ରକ୍ରିୟା ଫଳରେ ସେ ଜମି ମୁକ୍ତ ହୋଇପାରିବ। ସେଟଲମେଣ୍ଟ ହେବା ଦ୍ୱାରା ପ୍ରାୟ ୮ ରୁ ୧୦ ହଜାର କୋଟି ଟଙ୍କାର କର୍ପସ୍ ଫଣ୍ଡ୍ ଗଠନ ହୋଇପାରିବ।
ପ୍ରକାଶ ଥାଉକି, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ନାକତଳେ ମହାପ୍ରଭୁଙ୍କ ଜମିର ବେଆଇନ ବିକ୍ରି ଚାଲିଥିଲା। କୌଣସି ମତେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏସମ୍ପର୍କରେ ଜାଣିବା ପରେ କାର୍ୟ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ପୁରୀ ମାଟିତୋଟା ମୌଜାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିବା ମୂଲ୍ୟବାନ ଜମି ବେଆଇନ୍‌ ଭାବରେ ଜବରଦଖଲ କରି ହସ୍ତାନ୍ତର ଉଦ୍ୟମ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ନଜରକୁ ଆସିଛି । ଏନେଇ ଆଇନ୍‌ଗତ କାର୍ୟ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାସେଳିସାହି ଥାନାରେ ଏତଲା ଦିଆଯାଇଛି ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରତିଯୋଗିତା

    ରାଇକିଆ: ରାଇକିଆ ସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରଶିକ୍ଷଣ ତଥା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଉମାକାନ୍ତ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ନିଜସ୍ୱ ଉଦ୍ଭାବନ ଓ ନୂତନ…

    Continue reading
    ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    କଟକ: ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବା‌ଦକୁ ନେଇ ବୋଇଲରମ୍ୟାନ ଲିମିଟେଡ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ