ଆଜି ମହାପ୍ରଭୁଙ୍କ ଖଳିଲାଗି ଏକାଦଶୀ

ପୁରୀ : ସ୍ନାନ ପୂର୍ଣ୍ଣିମା ଠାରୁ ଅଣସର ଘରେ ଅସୁସ୍ଥ ଥିବା ଚତୁର୍ଦ୍ଧାମୂର୍ତ୍ତୀ ଦଶମୀ ତିଥିରେ ଶଯ୍ୟା ଛାଡିଛନ୍ତି। ଅଣସର ଘରେ ଚକାରେ ବିଜେ ହୋଇଛନ୍ତି ଶ୍ରୀବିଗ୍ରହ। ଆଜି ଖଳିଲାଗି ଏକାଦଶୀ। ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଦଶମୂଳ ସେବନ ପରେ ମହାପ୍ରଭୁ ସଂପୂର୍ଣ୍ଣ ସୁସ୍ଥ ହେବେ। ତେବେ ଚାରିଦିନ ଧରି ଶ୍ରୀଅଙ୍ଗରେ ଓଷ ଲାଗି ପରେ ଧିରେଧିରେ ଜ୍ୱରରୁ ଉପଶମ ହୋଇଛନ୍ତି ମହାପ୍ରଭୁ। ଆଜି ଏକାଦଶୀ ତିଥିରେ ମହାପ୍ରଭୁଙ୍କ ଠାରେ ଦଶମୂଳ ମୋଦକ ଲାଗି କରାଯିବ। ଏହାପରେ ଅସୁସ୍ଥ ଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ। ଶୁକ୍ରବାର ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଦଶମୂଳ ମୋଦକ ଶ୍ରୀମନ୍ଦିରରେ ପହଞ୍ଚିଥିଲା। ଏକାଦଶୀ ତିଥି ପରେ ମହାପ୍ରଭୁଙ୍କୁ ଏହା ଲାଗି କରାଯିବାର ପରମ୍ପରା ରହିଛି। ଆଜି ଖଳିଲାଗି ଏକାଦଶୀରେ ଠାକୁରମାନଙ୍କୁ ଖଳି ଲାଗି କରାଯିବ। ଦଇତା ଓ ପତିମହାପାତ୍ର ସେବାୟତ ତିନି ବାଡରେ ଶ୍ରୀଅଙ୍ଗରେ ଚନ୍ଦନ ଲେପନ କରିବେ। ଚନ୍ଦନରେ କର୍ପୂର, କେଶର ଓ ଆବଶ୍ୟକ ପରିମାଣର କସ୍ତୁରୀ ମିଶାଯାଇ ଶ୍ରୀବିଗ୍ରହ ମାନଙ୍କୁ ଲାଗି କରାଯିବାର ବିଧି ରହିଛି। ଆଜି ମହାପ୍ରଭୁ ବାରଲାଗି ପାଟ ପରିଧାନ କରିବା ସହ ତୁଳସୀ ଲାଗି କରିବା ପରେ ମହାପ୍ରଭୁଙ୍କୁ ଦଶମୂଳ ଲାଗି କରାଯିବ। ଏହାପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ। ତେବେ ମହାପ୍ରଭୁ ଜ୍ୱରରେ ଅସୁସ୍ଥ ଥିବାରୁ ଭୋଗଲାଗି ସମୟରେ ଘଣ୍ଟ ବାଜିବା ବନ୍ଦ ରହିଥାଏ। ଆଜି ଖଳିଲାଗି ସମୟରେ ଘଣ୍ଟ ଓ କାହାଳୀ ବଜାଇ ଶ୍ରୀଜୀଉ ମାନେ ସୁସ୍ଥ ହେଉଥିବା ବାର୍ତ୍ତା ଭକ୍ତଙ୍କୁ ଜଣାଇବାର ପରମ୍ପରା ରହିଛି। ଏକାଦଶୀ ତିଥିର ପୂର୍ବରୁ ବିନା ତୁଳସୀରେ ଧଳା ଫୁଲରେ ପୂଜା ପାଉଥିବା ମହାପ୍ରଭୁଙ୍କୁ ଆଜିଠାରୁ ତୁଳସୀ ଲାଗି ହେବାର ବିଧି ରହିଛି। ରବିବାର ଅଣସର ଦ୍ୱାଦଶୀ ନୀତି। ଏହି ନୀତି ବିଶେଷ ମହତ୍ତ୍ବପୂର୍ଣ୍ଣ। କାରଣ, ଏହିଦିନ ରାଜନଅରକୁ ରାଜପ୍ରସାଦ ବିଜେ କରାଯାଏ ଏବଂ ମହାପ୍ରଭୁଙ୍କ ସୁସ୍ଥତାର ଖବର ଗଜପତି ମହାରାଜାଙ୍କୁ ଦିଆଯାଏ।

  • Garvita Odia

    Related Posts

    ଡାଇରିଆ ସ୍ଥିତିରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଡାଇରିଆ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯେଉଁଥିରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତି ରହିବେ । ଯାଜପୁର ଜିଲ୍ଲାରେ ଜୁନ୍ ୧୦ ତାରିଖରେ ପ୍ରଥମ…

    ଗୋପାଳପୁରେ ଏଆଇସିସି ତଥ୍ୟ ଅନୁଧ୍ୟାନ କମିଟି

    ଭୁବନେଶ୍ୱର: ଗୋପାଳପୁର ଗଣଦୁଷ୍କର୍ମ ଘଟଣାସ୍ଥଳକୁ ଗସ୍ତ କଲା ଏଆଇସିସି ତଥ୍ୟ ଅନୁଧ୍ୟାନ କମିଟି । ୪ ଦିନିଆ ଗସ୍ତରେ ଆସିଥିବା ଏଆଇସିସି ତଥ୍ୟ ଅନୁଧ୍ୟାନ କମିଟିର ଆବାହକ ଓ ସଦସ୍ୟଙ୍କ ସହ ପିସିସି ସଭାପତି ଭକ୍ତ ଚରଣ ଦାସ ଶନିବାର ସକାଳ…

    Leave a Reply

    Your email address will not be published. Required fields are marked *

    You Missed

    ମୋଦିଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

    ମୋଦିଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

    ଗୋପାଳପୁର ଗଣବଳାତ୍କାର ଘଟଣା:୬ ଅଭିଯୁକ୍ତଙ୍କୁ ଚିହ୍ନିଲେ ପୀଡ଼ିତା

    ଗୋପାଳପୁର ଗଣବଳାତ୍କାର ଘଟଣା:୬ ଅଭିଯୁକ୍ତଙ୍କୁ ଚିହ୍ନିଲେ ପୀଡ଼ିତା

    ଆଜି ମହାପ୍ରଭୁଙ୍କ ଖଳିଲାଗି ଏକାଦଶୀ

    ଆଜି ମହାପ୍ରଭୁଙ୍କ ଖଳିଲାଗି ଏକାଦଶୀ

    ପ୍ରେମିକ ସହ ମିଶି ସ୍ୱାମୀକୁ ମାରି ଟାଙ୍ଗିଦେଲା ସ୍ତ୍ରୀ

    ପ୍ରେମିକ ସହ ମିଶି ସ୍ୱାମୀକୁ ମାରି ଟାଙ୍ଗିଦେଲା ସ୍ତ୍ରୀ

    ନବ ଦାସଙ୍କ ଘରେ ତୃତୀୟ ଦିନରେ ଆୟକର ବିଭାଗର ରେଡ୍‌

    ନବ ଦାସଙ୍କ ଘରେ ତୃତୀୟ ଦିନରେ ଆୟକର ବିଭାଗର ରେଡ୍‌

    ଡାଇରିଆ ସ୍ଥିତିରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

    ଡାଇରିଆ ସ୍ଥିତିରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ