ଭୁଲରେ ବି ଏସବୁ ଖାଦ୍ୟକୁ ଦ୍ୱିତୀୟ ଥର ମାଇକ୍ରୋୱେଭରେ ଗରମ କରନ୍ତୁ ନାହିଁ!

ବର୍ତ୍ତମାନର ଜୀବନଶୈଳୀରେ ମାଇକ୍ରୋୱେଭର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି। ହେଲେ ଜାଣନ୍ତି କି, ମାଇକ୍ରୋୱେଭରେ ଖାଦ୍ୟକୁ ବାରମ୍ବାର ଗରମ କରିବା ଦ୍ୱାରା ଏହାର ସ୍ୱାଦ ଏବଂ ପୁଷ୍ଟିକର ଉପାଦାନ ନଷ୍ଟ ହୋଇଯାଏ?

ଆଜ୍ଞା ହଁ, ଅନେକ ପ୍ରକାର ଖାଦ୍ୟ ଅଛି, ଯେଉଁଗୁଡିକୁ ଏକାଧିକ ଥର ମାଇକ୍ରୋୱେଭରେ ଗରମ କରିବା ଦ୍ୱାରା ଏହାର ପୁଷ୍ଟିକର ଉପାଦାନ ନଷ୍ଟ ହୋଇଯାଏ। ତେବେ ଏସବୁ ଖାଦ୍ୟ କଣ, ଜାଣନ୍ତୁ…

ସିଝା ଅଣ୍ଡାକୁ ଆଦୌ ମାଇକ୍ରୋୱେଭରେ ଗରମ କରନ୍ତୁ ନାହିଁ। ଏହା ବ୍ୟତୀତ, ମାଇକ୍ରୋୱେଭରେ ଅଣ୍ଡାରୁ ନିର୍ମିତ ଖାଦ୍ୟକୁ ମଧ୍ୟ ଗରମ କରି ଗରମ କରି ଖାଆନ୍ତୁ ନାହିଁ।

ମାଇକ୍ରୋୱେଭରେ ଫ୍ରେଞ୍ଚ୍ ଫ୍ରା ଏବଂ ପକୋଡା ପରି ଫ୍ରାଏଡ୍ ଖାଦ୍ୟକୁ ଗରମ କରିବା ଠାରୁ ଦୂରେଇ ରୁହନ୍ତୁ। ମାଇକ୍ରୋୱେଭରେ ଫ୍ରାଏଡ ଖାଦ୍ୟ ଗରମ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।

ଅଧିକାଂଶ ଲୋକ ନନଭେଜ ଖାଦ୍ୟକୁ ଗରମ କରି ଖାଇବା ପାଇଁ ପସନ୍ଦ କରନ୍ତି। ବାସ୍ତବରେ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଓଭେନରେ ଏହି ପ୍ରକାର ଖାଦ୍ୟ ଗରମ କରିବା ଦ୍ୱାରା ସ୍ୱାଦରେ ପରିବର୍ତ୍ତନ ଆସିଥାଏ। ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ।

ମାଇକ୍ରୋୱେଭରେ ଚା’ ମଧ୍ୟ ଗରମ ନ କରିବା ଉଚିତ୍। ପ୍ରଥମତଃ ଚା ତିଆରି କରି ଦୀର୍ଘ ସମୟ ରଖିବା ଦ୍ୱାରା ଏହା ଖରାପ ହୋଇ ଯାଇଥାଏ, ଯଦି ପୁନର୍ବାର ଏହାକୁ ମାଇକ୍ରୋୱେଭରେ ଗରମ କରୁଛନ୍ତି ତେବେ ଏହା ସ୍ୱାସ୍ଥ୍ୟ ପାଇଁ ଆହୁରି ହାନିକରାକ ହୋଇପାରେ।

ସବୁଜ ପତ୍ରଯୁକ୍ତ ପନିପରିବାକୁ ଓଭେନରେ ଗରମ କରିବାକୁ ବାରଣ କରାଯାଏ। ପାଳଙ୍ଗ ଓ ଅନ୍ୟାନ୍ୟ ପ୍ରକାର ଶାଗକୁ ଓଭେନରେ ଦ୍ୱିତୀୟ ଥର ଗରମ କରିବା ଅନୁଚିତ୍। ସବୁଜ ପନିପରିବାରେ ନାଇଟ୍ରେଟ୍ ଥାଏ, ଦ୍ୱିତୀୟ ଥର ଗରମ କରିବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ପାଲଟିଯାଏ, ଯାହା କ୍ୟାନସର ଭଳି ମାରାତ୍ମକ ରୋଗ ବିପଦ ଆଶଙ୍କାକୁ ବୃଦ୍ଧି କରିପାରେ।

Related Posts

ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

କେନ୍ଦ୍ରାପଡା: ଦୀର୍ଘ ୩୫ ବର୍ଷର ଆଶା, ଅପେକ୍ଷା ଓ ଦୁଃଖର ଅନ୍ତ ଘଟିଛି । ୩୫ ବର୍ଷ ଧରି ନିଖୋଜ ଥିବା ପ୍ରମିଳା ମଲିକ ଶେଷରେ ଆପଣାର ମାଟି ଓ ପରିବାର ନିକଟକୁ ଫେରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌…

Continue reading
ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ପ୍ରେମ କରୁଛନ୍ତି କି ? ଜାଣିରଖନ୍ତୁ ଏସବୁ କଥା । ଯଦି ମନେରଖିବେ କେବେ ଆପଣଙ୍କର ଗାର୍ଲଫ୍ରେଣ୍ଡ ସହ ହେବନି ଝଗଡ଼ା । ତା ହେଲେ ପଢ଼ିନିଅନ୍ତୁ ଟ୍ଟକଣ କଣ ଇଚ୍ଛାଥାଏ ଗାର୍ଲଫ୍ରେଣ୍ଡଙ୍କର । ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ଇଚ୍ଛାଥାଏ, ଦିନର ପ୍ରଥମ…

Continue reading

Leave a Reply

Your email address will not be published. Required fields are marked *

You Missed

ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ