ଜେଲ ଗଲେ ଜଗନ୍ନାଥ

ଭୁବନେଶ୍ୱର: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଜାମିନ ନ ମିଳିବାରୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗିରଫ ହେବା ପରେ ଜଗାଙ୍କୁ ପୁଲିସ ଏସଡିଜେଏମଙ୍କ ବାସଭବନରେ ହାଜର କରାଇଥିଲା। ପୁଲିସ ଯେଉଁ ଦଫା ଲଗାଇଛି ତାହା ଆଧାରରେ ଏସଡିଜେଏମ କୋର୍ଟଙ୍କ ପକ୍ଷରୁ ଜାମିନ ଦେବା କ୍ଷମତା ପରିସର ବାହାରେ ଥିବାରୁ କୋର୍ଟ ତାଙ୍କ ଜାମିନ ନାମଞ୍ଜୁର କରିଦେଇଥିଲେ। ଫଳରେ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଜଗାଙ୍କ ପକ୍ଷରୁ ଉପର କୋର୍ଟରେ ଜାମିନ ଆବେଦନ କରାଯିବ ବୋଲି ସୂଚନା ମିଳିଛି।
ଗୁରୁବାର ରାତିରେ ଜଗା ଡିସିପିଙ୍କ ଅଫିସରେ ଆତ୍ମସମର୍ପଣ କରିବା ପରେ କମିଶନରେଟ ପୁଲିସ ତାଙ୍କୁ ଗିରଫ କରିଥିଲା। ଏହା ପରେ ଜଗାଙ୍କୁ ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ପୂର୍ବରୁ ଏହି ଘଟଣାରେ ୫ ଜଣ ଗିରଫ ହୋଇଥିଲେ। ସେମାନଙ୍କ ମଧ୍ୟରେ ବିଜେପି କର୍ପୋରେଟର ଜୀବନ ରାଉତ, ରଶ୍ମି ମହାପାତ୍ର ଏବଂ ଦେବାଶିଷ ପ୍ରଧାନ ପ୍ରମୁଖ ରହିଥିଲେ। ପୁଲିସ ଏହି ଘଟଣାରେ ମୋଟ ୬ ଜଣଙ୍କୁ ଗିରଫ କରିଛି। ଜଗାଙ୍କ ଗିରଫଦାରି ପରେ କାର୍ୟ୍ୟବନ୍ଦ ରଖିଥିବା ଓଏଏସ ସଂଘ ଆନ୍ଦୋଳନକୁ ପ୍ରତ୍ୟାହାର କରିନେଇଛି।

  • Related Posts

    ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ଜାରି

    ନୂଆଦିଲ୍ଲୀ: ସେପ୍ଟେମ୍ବର ୯ରେ ହେବାକୁଥିବା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଜାରି ହେବାପରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାର୍ଥିପତ୍ର ଦାଖଲ ଶେଷ ତାରିଖ ଅଗଷ୍ଟ ୨୧କୁ ଧାର୍ଯ୍ୟ…

    ନାଟର ଗୋବର୍ଦ୍ଧନ ଅପରାଜିତା

    ବେଗୁନିଆ : ଯାହା ଆଶଙ୍କା କରାଯାଉଥିଲା ସେଇଆ ହିଁ ହେଲା । ବେଗୁନିଆ ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ବିଜୁଳି ଓ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଭିତରେ ତିକ୍ତତା ଆଉ କେଇପାଦ ଆଗକୁ ଯାଇଛି । ପୂର୍ବରୁ ରାଜନୀତିକ ବିରୋଧ…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟର ଅନେକ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ଅଗଷ୍ଟ ପର୍ଯ୍ୟନ୍ତ ୧୪ ବର୍ଷା

    ସିପିଆର୍‌ ଦେଇ ଯୁବକଙ୍କ ଜୀବନ ରକ୍ଷା ଟ୍ରାଫିକ୍‌ ପୁଲିସ

    ୫୧ତମ ଜାତୀୟ କନିଷ୍ଠ ସନ୍ତରଣ ପ୍ରତିଯୋଗିତା: ସାଇ ସ୍ବରୂପଙ୍କୁ ୨ଟି ସ୍ବର୍ଣ୍ଣ

    ଘର ଦେବା ନାଁରେ ୨.୧୫ କୋଟି ଲୁଟ୍, ଠକ ଦମ୍ପତି ଗିରଫ

    ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ଜାରି

    ଓଲଟିଲା ଯାତ୍ରୀବାହୀ ବସ୍‍, ୨୦ରୁ ଅଧିକ ଗୁରୁତର