ଖୋଲିଲା ହୀରାକୁଦ ଡ୍ୟାମର ୨୦ଟି ଗେଟ୍‌

ଭୁବନେଶ୍ୱର: ହୀରାକୁଦ ଡ୍ୟାମ୍‌ରୁ ଆଜି ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି। ପର୍ୟ୍ୟାୟକ୍ରମେ ଡ୍ୟାମରୁ ୨୦ଟି ଗେଟ୍‌ ଖୋଲିଛି। ବାମ ପଟର ୧୩ଟି ଓ ଡାହାଣ ପଟର ୭ଟି ଗେଟ୍ ଖୋଲା ଯାଇଛି।

ପରମ୍ପରାକୁ ବଜାୟ ରଖି ପୂଜାର୍ଚ୍ଚନା ପରେ ଗେଟ୍ ଖୋଲାଯାଇଥିଲା। ସକାଳ ୧୦ଟା ୧୮ ମିନିଟ୍‌ରେ ପ୍ରଥମେ ବାମପାର୍ଶ୍ଵ ସ୍ପିଲୱେ ପଟୁ ୭ ନମ୍ବର ସ୍ଲୁଇସ୍‌ ଗେଟ୍ ଖୋଲାଯାଇଥିଲା। ତା’ପରେ ଆଉ ୧୧ଟି ଗେଟ୍ ଖୋଲାଯାଇଥିଲା। ତେବେ ହୀରାକୁଦ ଡ୍ୟାମର ଉପରମୁଣ୍ଡରେ ଅଧିକ ବର୍ଷା ଯୋଗୁ ଜଳଭଣ୍ଡାର ମଧ୍ୟକୁ ବନ୍ୟାଜଳର ପ୍ରବେଶ ବଢ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ପୁଣି ୮ଟି ଗେଟ୍ ଖୋଲା ଯାଇଥିଲା। ତେବେ ହୀରାକୁଦର ବନ୍ୟା ଜଳ ତଳମୁଣ୍ଡରେ ବନ୍ୟା ବିଭୀଷିକା ସୃଷ୍ଟି କରିବ ନାହିଁ ବୋଲି କହିଛନ୍ତି ମୁଖ୍ୟଯନ୍ତ୍ରୀ ସୁଶୀଲ କୁମାର ବେହେରା।

ଆଜି ସକାଳ ୮ଟାରେ ହୀରାକୁଦ ଡ୍ୟାମ ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡକୁ ୧ ଲକ୍ଷ ୩୦ ହଜାର ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ଅପରାହ୍ନ ୩ଟା ବେଳକୁ ଏହାର ପରିମାଣ ସେକେଣ୍ଡକୁ ୨ ଲକ୍ଷ ୭୪ ହଜାର ଘନଫୁଟକୁ ବୃଦ୍ଧି ପାଇଥିଲା। ଆଗକୁ ପୁଣି ଲଗାଣ ବର୍ଷାର ସମ୍ଭାବନା ଥିବାରୁ ଜଳଭଣ୍ଡାର ମଧ୍ୟକୁ ବନ୍ୟାଜଳ ପ୍ରବେଶ ପରିମାଣ ବଢ଼ିବାର ସମ୍ଭାବନା ରହିଛି।

ଏଠାରୁ ନିଷ୍କାସିତ ବନ୍ୟାଜଳ କଟକର ମୁଣ୍ଡଳି ଠାରେ ପହଞ୍ଚିବାକୁ ପ୍ରାୟ ୩୬ ଘଣ୍ଟା ସମୟ ଲାଗିବ।

  • Related Posts

    ଜାନୁଆରୀ ୧୨ରୁ ବରଗଡ଼ ଧନୁଯାତ୍ରା

    ​​​​​​ବରଗଡ: ୨୦୨୭ ଜାନୁଆରୀ ୧୨ରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । କଂସଙ୍କ ଶାସନରେ କମ୍ପିବ ମଥୁରା ନଗରୀ। ଧନୁଯାତ୍ରା ମହୋତ୍ସବ ସମିତି ତଥା ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି…

    Continue reading
    ଯାଜପୁର ଗସ୍ତରେ ମୁଖ୍ୟମନ୍ତ୍ରୀ, ୪୬ ପ୍ରକଳ୍ପର କରିବେ ଶୁଭାରମ୍ଭ

    ଯାଜପୁର : ଆଜି ଯାଜପୁର ଜିଲ୍ଲାର କଳିଙ୍ଗନଗର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କଳିଙ୍ଗନଗରରେ ୧୪ଟି ଜିଲ୍ଲା ପାଇଁ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ୩୯ହଜାର ୩୮୨କୋଟି ଟଙ୍କାର ୪୬ଟି ପ୍ରକଳ୍ପ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ