ରାହୁଲ ଗାନ୍ଧୀଙ୍କ ପ୍ରଶଂସାରେ କୁନି ପ୍ରଶଂସକ

ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କ ପ୍ରଶଂସାରେ କୁନି ପ୍ରଶଂସକ । କଂଗ୍ରେସ ପକ୍ଷରୁ ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ଆୟୋଜିତ ‘ସମ୍ବିଧାନ ବଞ୍ଚାଅ ମହାସମାବେଶ’ର ମଞ୍ଚ ଉପରେ ଏକ ସ୍ପର୍ଶକାତର ମୁହୂର୍ତ୍ତ ଦେଖିବାକୁ ମିଳିଛି । ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି ତାଙ୍କ 9 ବର୍ଷିୟା କୁନି ପ୍ରଶଂସକ ନିଲମ ବସ୍ତିଆ । ରାହୁଲ ତାଙ୍କୁ ଆଲିଙ୍ଗନ କିରିବା ସହ ଭଲ ପଢ଼ିବା ପାଇଁ କହିଛନ୍ତି । ନିଜ କୁନି ପ୍ରଶଂସକଙ୍କ ସହ କିଛି ସମୟ କଥା ହେବା ସହ ରାହୁଲ ତାଙ୍କୁ ଚକୋଲେଟ୍ ମଧ୍ୟ ଦେଇଛନ୍ତି । ନିଲମ ରାହୁଲଙ୍କ ବଡ଼ ପ୍ରଶଂସକ ଓ ବଡ଼ ହେଲେ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ଭଳି ରାଜନୀତି କରିବେ ବୋଲି କହିଛି ।ରାହୁଲଙ୍କ କୁନି ପ୍ରଶଂସକ ଜଗତସିଂହପୁରର ନିଲମ ବସ୍ତିଆ କହିଛନ୍ତି, “ଏତେ ଗହଳି ଭିତରୁ ରାହୁଲ ଅଙ୍କଲ (ରାହୁଲ ଗାନ୍ଧୀ) ମୋତେ ଡାକିଲେ । ମୋ ସହ କଥା ହେଲେ । ସେ ମୋତେ ଚୁମ୍ବନ ଦେବାକୁ କହିଲେ, ଏବଂ ମୁଁ ତାଙ୍କୁ ଚୁମ୍ବନ ଦେଇଥିଲି । ରାହୁଲ ଗାନ୍ଧୀ ମୋର ନାମ ଏବଂ ମୁଁ କେଉଁ ଶ୍ରେଣୀରେ ପଢ଼ୁଛି ବୋଲି ପଚାରିଥିଲେ । ମୋର ନାମ ନୀଲମ ବସ୍ତିଆ ଏବଂ ମୁଁ ଷଷ୍ଠ ଶ୍ରେଣୀରେ ପଢ଼ୁଛି ବୋଲି କହିଥିଲି । ସେ ମୋତେ ମୋର ପ୍ରିୟ ବିଷୟ ବିଷୟରେ ପଚାରିଥିଲେ ଏବଂ ମୁଁ ତାଙ୍କୁ କହିଥିଲି ଯେ, ଗଣିତ ମୋର ପ୍ରିୟ ବିଷୟ । ରାହୁଲ ଗାନ୍ଧୀ ମୋତେ ଭଲ ପଢ଼ିବାକୁ କହିଲେ । ସେ ମୋତେ ଏକ ଚକୋଲେଟ୍ ଦେଲେ ।

ନିଲମ ଆହୁରି କହିଛନ୍ତି, “ମୋତେ ରାହୁଲ ଗାନ୍ଧୀ ଭଲ ଲାଗନ୍ତି, କାରଣ ଯାହାର ବାପା ନଥାନ୍ତି ସେ ହେଉଛନ୍ତି ତାଙ୍କ ବାପା, ଯାହାର ଭାଇ ନଥାନ୍ତି ସେ ହେଉଛନ୍ତି ତାଙ୍କ ଭାଇ । ସେ ଜଣେ ନେତା ନୁହିଁନ୍ତି ବରଂ ସେ ଆମ ପରିବର ସଦସ୍ୟ । ମୁଁ ଚାହୁଁଛି ଯେ, ରାହୁଲ ଗାନ୍ଧୀ ଆମର ପ୍ରଧାନମନ୍ତ୍ରୀ ହୁଅନ୍ତୁ । ସମସ୍ତେ ତାଙ୍କୁ ଭୋଟ ଦେଇ ପ୍ରଧାନମନ୍ତ୍ରୀ କରାନ୍ତୁ । ମୁଁ ବଡ ହେଲେ IAS ଅଫିସର ହେବି । ଅବସର ପରେ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ଭଳି ରାଜନୀତି କରିବି ।”

  • Related Posts

    ଦୀର୍ଘ ଓ ଅଧିକ ଅର୍ଥପୂର୍ଣ୍ଣ ପଥ ବାଛିବାକୁ ‘ଜେନ୍‌ ଜି’ଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ‘ଜେନ୍‌ ଜି’ଙ୍କୁ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭବିଷ୍ୟତରେ ଆମକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପରି ଲକ୍ଷ ଲକ୍ଷ ଯୁବକଙ୍କ ଆବଶ୍ୟକତା ଅଛି। ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇ କହିଛନ୍ତି…

    Continue reading
    ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ: ଜିଲ୍ଲା ଗସ୍ତରେ ଯିବେ ନବୀନ

    ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ । ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଥିବା ବେଳେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ