ସରକାରଙ୍କ ଚକ୍ରାନ୍ତ ଭଣ୍ଡୁର ହେଲା, ପଡିଆ ଉଛୁଳିଲା : ଭକ୍ତ

ଭୁବନେଶ୍ବର:- ସମ୍ବିଧାନ ବଞ୍ଚାଅ ମହାସମାବେଶର ଅଦ୍ଭୂତପୂର୍ବ ସଫଳତାରେ ବିଜେପି-ବିଜେଡି ଚକିତ ହୋଇଥିବା ସ୍ପଷ୍ଟ ହୋଇଛି। ବରମୁଣ୍ଡା ପଡିଆ ଭିତରେ ଯେତେ ଲୋକ ଥିଲେ ବାହାରେ ମଧ୍ୟ ସେତିକି ଲୋକ ରାହୁଲ ଗାନ୍ଧିଙ୍କୁ ଦେଖିବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷାରତ ଥିଲେ। ଡ୍ରାଇଭର ଧର୍ମଘଟ ନେଇ ପ୍ରଥମରୁ ଅନିଶ୍ଚିତତା ନଥିଲେ ଆହୁରି ମଧ୍ୟ ଅଧିକ ଜନସମାଗମ ହୋଇଥାନ୍ତା। ଏହା ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେଜୀ ପ୍ରମୁଖଙ୍କ ନେତୃତ୍ବାଧୀନ କଂଗ୍ରେସ ଦଳ ସପକ୍ଷରେ ଅନ୍ତଃସ୍ରୋତକୁ ଦର୍ଶାଉଛି ବୋଲି ଶନିବାର ମଧ୍ୟାହ୍ନରେ କଂଗ୍ରେସ ଭବନରେ ଆହୂତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରକାଶ କରିଛନ୍ତି। ପିସିସି ମିଡ଼ିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାସଙ୍କ ପୌରହିତରେ ଆୟୋଜିତ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀଯୁକ୍ତ ଦାସ ମହାସମାବେଶ ପ୍ରତି ରାଜ୍ୟ ବାସୀଙ୍କ ଅକୁଣ୍ଠ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀଯୁକ୍ତ ଦାସ ସ୍ବତନ୍ତ୍ର ଭାବେ ଡ୍ରାଇଭର ମହାସଂଘକୁ କୃତଜ୍ଞତା ଜଣାଇ କହିଥିଲେ, କେବଳ ମହାସମାବେଶ ପାଇଁ ହିଁ ମହାସଂଘ ଧର୍ମଘଟକୁ କୋହଳ କରିବା ଦ୍ବାରା ସରକାର ଓ ବିଜେପିର ଚକ୍ରାନ୍ତ ଭଣ୍ଡୁର ହୋଇଥିଲା। ଏଥିସହିତ ସମଗ୍ର ରାଜ୍ୟରେ ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ଶ୍ରୀଯୁକ୍ତ ଦାସ ସମସ୍ତ କଂଗ୍ରେସ ସଂଗଠନ ଓ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ। ରାଷ୍ଟ୍ରପତିଙ୍କ ବିଷୟରେ ଏଆଇସିସି ଅଧ୍ୟକ୍ଷ ଅଶାଳୀନ ଟିପ୍ପଣୀ ଦେଇଥିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଥିବା ଅଭିଯୋଗକୁ ସେ ଖଣ୍ଡନ କରିଥିଲେ। ସେହିପରି, ରାହୁଲ ଗାନ୍ଧୀଙ୍କୁ ‘ସାମନ୍ତବାଦୀ’ ଆଖ୍ୟା ଦେଇଥିବା ଶ୍ରୀ ପ୍ରଧାନଙ୍କ ଟିପ୍ପଣୀ ନେଇ ସେ ପାଲଟା ପ୍ରଶ୍ନ କରିଥିଲେ, “ଯିଏ ଦେଶର ବଡବଡ ପୁଞ୍ଜିପତିଙ୍କ ବିରୁଦ୍ଧରେ ଲଢ଼ୁଛନ୍ତି ସିଏ ସାମନ୍ତବାଦୀ ଅଥଚ ଯେଉଁମାନେ ମଧ୍ୟଯୁଗୀୟ ବିଚାରର ଅଧିକାରୀ ସେମାନେ କିପରି ଏପରି ଆକ୍ଷେପ କରିପାରିବେ?” ଏହି ଅବସରରେ ଶ୍ରୀଯୁକ୍ତ ଦାସ ମହାସମାବେଶର ସୁପରିଚାଳନା ପାଇଁ ନିୟୋଜିତ ପୋଲିସ ପ୍ରଶାସନ ଓ ସହଯୋଗୀ ସରକାରୀ ସଂସ୍ଥାର ନିୟୋଜିତ ଅଧିକାରୀ ମାନଙ୍କୁ ଧନ୍ୟବାଦ ଜଣାଇ ଥିଲେ। ଅନୁରୁପ ଭାବେ ଶ୍ରୀଯୁକ୍ତ ଦାସ ରାଜ୍ୟର ସମସ୍ତ ଜିଲ୍ଲା ସଂଯୋଜକ, ସମସ୍ତ ଛାମୁଆ ସଂଗଠନର ମୁଖ୍ୟ ଓ କର୍ମକର୍ତ୍ତା, ସମସ୍ତ ବିଭାଗ ପ୍ରକୋଷ୍ଠର ମୁଖ୍ୟ ଓ କର୍ମକର୍ତ୍ତା, କଂଗ୍ରେସ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଦେବାସହ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି କୋଷାଧ୍ୟକ୍ଷ ସିଦ୍ଧାର୍ଥ ସ୍ବରୂପ ଦାସ, ଉପସଭାପତି ତାରାପ୍ରସାଦ ବାହିନୀପତି, ରମେଶ ଜେନା, ସିଏସ୍ ରାଜେନ୍ ଏକ୍କା, ସନ୍ତୋଷ ସିଂହ ସାଲୁଜା, ଦେବାଶିଷ ପଟ୍ଟନାୟକ, ଲଲାଟନ୍ଦୁ ମହାପାତ୍ର, ସସ୍ମିତା ବେହେରା ପ୍ରମୁଖ ଗତକାଲିର ସମ୍ବିଧାନ ବଞ୍ଚାଅ ସମାବେଶର ସଫଳତାକୁ ନେଇ ରାଜ୍ୟବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

  • Related Posts

    ଦୀର୍ଘ ଓ ଅଧିକ ଅର୍ଥପୂର୍ଣ୍ଣ ପଥ ବାଛିବାକୁ ‘ଜେନ୍‌ ଜି’ଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ‘ଜେନ୍‌ ଜି’ଙ୍କୁ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭବିଷ୍ୟତରେ ଆମକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପରି ଲକ୍ଷ ଲକ୍ଷ ଯୁବକଙ୍କ ଆବଶ୍ୟକତା ଅଛି। ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇ କହିଛନ୍ତି…

    Continue reading
    ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ: ଜିଲ୍ଲା ଗସ୍ତରେ ଯିବେ ନବୀନ

    ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ । ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଥିବା ବେଳେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ