ମହିଳାଙ୍କୁ ଯୌନ ନିର୍ୟାତନାରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଆଇନ କଡ଼ାକଡି ପାଳନ କରାଯିବ: ମୁଖ୍ୟ ସଚିବ

ଭୁବନେଶ୍ୱର: ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣା ମହିଳାଙ୍କ ସୁରକ୍ଷା ପାଇଁ ଠୋସ୍ ପଦକ୍ଷେପ ନେବା ଲାଗି ରାଜ୍ୟ ସରକାରଙ୍କୁ ବାଧ୍ୟ କରିଛି। ଏଣିକି ପ୍ରତ୍ୟେକ ସରକାରୀ କାର୍ୟ୍ୟାଳୟ ତଥା ଶିକ୍ଷାନୁଷ୍ଠାନରେ ମହିଳାଙ୍କୁ ଯୌନ ନିର୍ୟାତନାରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଆଇନ କଡ଼ାକଡି ପାଳନ କରାଯିବ। ଏ ନେଇ ଗୁରୁବାର ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ସମସ୍ତ ବିଭାଗକୁ ନିର୍ଦେଶ ଦେଇଛନ୍ତି। ୧୫ ଦିନ ଭିତରେ ମହିଳା ଓ ଶିଶୁ ବିକାଶ ବିଭାଗ ନିକଟରେ ଏହି ନିର୍ଦେଶର ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ବିଭାଗକୁ କୁହାଯାଇଛି। ସବୁ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ, ଶାସନ ସଚିବ, ଆରଡିସି, ଜିଲାପାଳଙ୍କୁ ପତ୍ର ଲେଖି କାର୍ୟ୍ୟ କ୍ଷେତ୍ରରେ ଯୌନ ନିର୍ୟାତନା ନିରୋଧୀ ଆଇନ ଠିକ୍ ଭାବେ କାର୍ୟ୍ୟକାରୀ କରିବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଛନ୍ତି। ୧୦ରୁ ଅଧିକ କର୍ମଚାରୀ ଥିବା ଅନୁଷ୍ଠାନରେ ଆଭ୍ୟନ୍ତରୀଣ କମିଟି ଗଠନ କରି ମହିଳାଙ୍କ ବିରୋଧରେ ଆସୁଥିବା ଅଭିଯୋଗର ସମାଧାନ ଅଗ୍ରାଧିକାର ଭିତ୍ତିରେ କରାଯିବ। ବିଭାଗୀୟ ତଥା ଶିକ୍ଷାନୁଷ୍ଠାନର ମୁଖ୍ୟ ନିୟମିତ ବ୍ୟବଧାନରେ କର୍ମଚାରୀଙ୍କ ମଧ୍ୟରେ ଆଇନ ସମ୍ପର୍କରେ ସଚେତନତା ସୃଷ୍ଟି କରିବେ। ଏପରି ଅଭିଯୋଗ ଆସିଲେ ଧାର୍ୟ୍ୟ ସମୟ ଭିତରେ ସମାଧାନ କରାଯିବା ଆବଶ୍ୟକ। ଅନୁଷ୍ଠାନଗୁଡ଼ିକ ମହିଳା ନିର୍ୟାତନା ଅଭିଯୋଗ, ସମାଧାନ ପ୍ରକ୍ରିୟା ଆଦି ରେକର୍ଡ଼ଭୁକ୍ତ କରି ବାର୍ଷିକ ରିପୋର୍ଟ ଦାଖଲ କରିବା ବାଧ୍ୟତାମୂଳକ। ଏସବୁ ପାଇଁ ବିଭାଗୀୟ ମୁଖ୍ୟ ଉତ୍ତରଦାୟୀ ରହିବେ। ମୁଖ୍ୟ ସଚିବ ପତ୍ରରେ ଦର୍ଶାଇଛନ୍ତି ଯେ କାଳବିଳମ୍ବ ନ କରି ସରକାରୀ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ, ପ୍ରଶିକ୍ଷଣ ଅନୁଷ୍ଠାନରେ ତୁରନ୍ତ କମିଟି ଗଠନ କରାଯିବ।

ଆଗାମୀ ୬ ମାସ ଯାଏ ପ୍ରତି ମାସରେ କମିଟିର ବୈଠକ ବସି ଯୌନ ନିର୍ୟାତନା ବିରୋଧରେ ସଚେତନତା ଅଭିଯାନ ଚଳାଇବେ। ପରେ ନିୟମ ଅନୁସାରେ ପ୍ରତି ତିନି ମାସରେ ଥରେ ବୈଠକ ବସିବ। ସି-ବକ୍ସ ପୋର୍ଟାଲରେ କମିଟି ବିବରଣୀ ତଥା ରିପୋର୍ଟ ଅପଲୋଡ ତୁରନ୍ତ କରାଯିବ। ପୋର୍ଟାଲ ଜରିଆରେ ଅଭିଯୋଗ ଗ୍ରହଣ କରାଯିବ। ନିୟମିତ ବ୍ୟବଧାନରେ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ତଥା ସଚିବ ଏହି ଆଇନର କାର୍ୟ୍ୟକାରିତା ସମୀକ୍ଷା କରିବେ। ଶିକ୍ଷାନୁଷ୍ଠାନ ପରିଦର୍ଶନ ସମୟରେ ମଧ୍ୟ ଏହି ବିଷୟରେ ତର୍ଜମା କରିବା ପାଇଁ ମୁଖ୍ୟ ସଚିବ ନିର୍ଦେଶ ଦେଇଛନ୍ତି।

  • Related Posts

    ବିପଦସଙ୍କୁଳ କାଠ ପୋଲ ଭରଷାରେ ଦେସିଙ୍କୁଳି ଗ୍ରାମବାସୀ

    ଦେବଗଡ଼:ନିର୍ବାଚନ ପରେ ନିର୍ବାଚନ ଯାଉଛି ସତ କିନ୍ତୁ ଜିଲ୍ଲାରେ ବଦଳୁନି ଗ୍ରାମାଞ୍ଚଳର ଗମନାଗମନର ଚିତ୍ର।ନାଳ ଉପରେ ଥିବା ପୁରୁଣା ପୋଲଟି ବହୁ ବର୍ଷ ହେବ ବର୍ଷାରେ ଧୋଇ ଯିବାରୁ ଭୁସୁଡି ପଡିବା ସହିତ ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ…

    Continue reading
    ବିଭିନ୍ନ ପ୍ରମୁଖ ଯୋଜନାର ସମନ୍ୱୟରେ ସୁଦୃଢ଼ ହେବ ସ୍କୁଲ ଶିକ୍ଷା ବ୍ୟବସ୍ଥା- ଧର୍ମେନ୍ଦ୍ର ପ୍ରଧାନ

    ନୂଆଦିଲ୍ଲୀ, ମଇ ୨୯ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ‘ସମଗ୍ର ଶିକ୍ଷା ଅଭିଯାନ’ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ଏହାର ବିନିଯୋଗ ନେଇ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି । ଶିକ୍ଷା ମନ୍ତ୍ରଣାଳୟର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ