ନାବାଳିକାଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ବହନ କରିବେ ସରକାର: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀ ଜିଲା ବଳଙ୍ଗା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ଦେହରେ ନିଆଁ ଲଗାଇଦେବା ଘଟଣାରେ କ୍ଷୋଭ ପ୍ରକାଶ କରିବା ସହ ଏକ ବଡ଼ ବୟାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ଏହି ଖବର ଶୁଣି ମୁଁ ବ୍ୟଥିତ ଓ ମର୍ମାହତ, ଝିଅଟିକୁ ଏମସ ସ୍ଥାନାନ୍ତର କରାଯାଇଛି। ତା’ ଚିକିତ୍ସାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ଏଥିସହିତ ଦୋଷୀଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବାଲେଶ୍ୱର ଏଫ୍‌ଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମହୂତି ଉଦ୍ୟମ ଘଟଣା ମନର ଲିଭିନଥିବା ବେଳେ ଆଉ ଏକ ମାମଲା ସାମ୍ନାକୁ ଆସିଛି । ନାବାଳିକାଙ୍କ ଦେହରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ପୁରୀ ଜିଲ୍ଲା ନିମାପଡ଼ା ବଳଙ୍ଗା ବାଇଆବର ଅଞ୍ଚଳରୁ ଆସିଛି ଏକ ଭୟଙ୍କର ଚିତ୍ର । ଯେଉଁଠି ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ନିଆଁ ଲଗାଇ ଦେଇଛନ୍ତି ୩ ଜଣ ଦୁର୍ବୃତ୍ତ । ଖବର ଅନୁଯାୟୀ, ଚାଲି ଚାଲି ସାଙ୍ଗ ଘରକୁ ଯାଉଥିବା ସମୟରେ ହଠାତ୍ ଅଧାରାସ୍ତାରେ ୩ ଜଣ ଯୁବକ ଛାତ୍ରୀଙ୍କ ଦେହରେ ନିଆଁ ଲଗାଇ ପୋଡ଼ିବାକୁ ଉଦ୍ୟମ କରିଥିଲେ। ଯେଉଁଥିରେ ଛାତ୍ରୀ ଜଣକ ଗୁରୁତର ହୋଇଥିବା ଜଣାପଡିଛି। ଏହାସହିତ ରାସ୍ତାରେ ୩ ଜଣ ଦୁର୍ବୃତ୍ତ ଅସଦାଚରଣ କରିଥିବା ଅଭିଯୋଗ ମଧ୍ୟ ଆସିଛି ।
ତେବେ ନିଆଁ ଲଗାଇଥିବା ଯୁବକମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଛାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ ଛାତ୍ରୀଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍‌ସ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ବାକି ବଳଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି । ହେଲେ ବର୍ତ୍ତମାନ ଯାଏଁ ନିଆଁ ଲଗାଇବାର ସଠିକ୍ କାରଣ ଜଣାପଡିନାହିଁ ।

  • Garvita Odia

    Related Posts

    ‘ପାଇକ ବିଦ୍ରୋହ’ ବିଷୟକୁ ବାଦ୍‌ ଦିଆଯାଇନି:ଏନ୍‌ସିଇଆର୍‌ଟି

    ଭୁବନେଶ୍ୱର: ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ଦ୍ୱାରା ପ୍ରସ୍ତୁତ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକରୁ ‘ପାଇକ ବିଦ୍ରୋହ’ ବିଷୟକୁ ବାଦ୍‌ ଦିଆଯାଇନି । ଆସନ୍ତା ସେପ୍‌ଟେମ୍ବର-ଅକ୍ଟୋବରରେ ପ୍ରକାଶିତ ହେବାକୁ ଥିବା ପାଠ୍ୟପୁସ୍ତକର ଦ୍ୱିତୀୟ ଖଣ୍ଡ (ସେକେଣ୍ଡ…

    ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା, କିଟ୍‌କୁ ଦାୟୀ କଲା ୟୁଜିସି

    ଭୁବନେଶ୍ୱର: କିଟ୍‌ ୟୁନିଭର୍ସିଟିରେ ଲଗାତାର 2 ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା । କିଟ୍‌କୁ ଦାୟୀ କରିଛି ୟୁଜିସି । କିଟ୍‌ ବିଶ୍ବବିଦ୍ୟାଳୟ ଦ୍ବାରା କରାଯାଇଥିବା ଅବୈଧ ଓ ବେଆଇନ କାର୍ଯ୍ୟକଳାପକୁ ନେଇ ଆଙ୍ଗୁଳି ଉଠାଇଛି UGC ଫ୍ୟାକ୍ଟ ଫାଇଣ୍ଡିଂ ପ୍ୟାନେଲ୍…

    Leave a Reply

    Your email address will not be published. Required fields are marked *

    You Missed

    ‘ପାଇକ ବିଦ୍ରୋହ’ ବିଷୟକୁ ବାଦ୍‌ ଦିଆଯାଇନି:ଏନ୍‌ସିଇଆର୍‌ଟି

    ‘ପାଇକ ବିଦ୍ରୋହ’  ବିଷୟକୁ ବାଦ୍‌ ଦିଆଯାଇନି:ଏନ୍‌ସିଇଆର୍‌ଟି

    ଦିଲ୍ଲୀ ଏମ୍‌ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ବିଜେଡି ସାଂସଦ

    ଦିଲ୍ଲୀ ଏମ୍‌ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ବିଜେଡି ସାଂସଦ

    ପୁଅ ମାଡ଼ରେ ମାଆ ମୃତ

    ପୁଅ ମାଡ଼ରେ ମାଆ ମୃତ

    ହରିୟାଣାରେ ଭୂକମ୍ପ ଝଟକା

    ହରିୟାଣାରେ ଭୂକମ୍ପ ଝଟକା

    ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା, କିଟ୍‌କୁ ଦାୟୀ କଲା ୟୁଜିସି

    ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା,  କିଟ୍‌କୁ ଦାୟୀ କଲା ୟୁଜିସି

    ବିମାନ ଖସିପଡିବା ଘଟଣା, ୨୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

    ବିମାନ ଖସିପଡିବା ଘଟଣା, ୨୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା