ସୋଆରେ ଚତୁର୍ଦ୍ଧଶ ଏମ୍ଏସ୍ ସ୍ୱାମୀନାଥନ ସ୍ମାରକୀ ବକ୍ତୃତାମାଳା

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ( ସୋଆ) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନସେସ୍ (ଆଇଏଏସ୍)ରେ ବୁଧବାର ଚତୁର୍ଦ୍ଧଶ ସ୍ୱାମୀନାଥନ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି ।
ଆୟୋଜିତ ବକ୍ତୃତାମାଳାରେ ଉତରବଙ୍ଗ କୃଷି ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା କୃଷି ସମ୍ପ୍ରସାରଣ ବିଜ୍ଞାନୀ ଭାବେ ପରିଚୟ ସୃଷ୍ଟି କରିଥିବା ଓଡ଼ିଆ ବୈଜ୍ଞାନିକ ପ୍ରଫେସର ଡକ୍ଟର କୋ÷ଶିକ ପ୍ରଧାନ ମୁଖ୍ୟ ଆଲୋଚକ ଓ ବକ୍ତା ଭାବେ ଯୋଗ ଦେଇ କହିଥିଲେ ଯେ ମଣିଷ ସମାଜର ବ୍ୟକ୍ତିଗତ ଓ ପାରିବାରିକ ଜୀବନ ପରିବେଶ ପରିବର୍ତନ ଦ୍ୱାରା ପ୍ରଭାବିତ । ଦୈନନ୍ଦିନ ଜୀବନରେ ଦେଖାଯାଉଥିବା ବ୍ୟବହାର, କ୍ରୋଧ, ଶାନ୍ତ ସ୍ୱଭାବ ଇତ୍ୟାଦି ପରିବେଶ ଓ ବିଶ୍ୱ ତାପନ ଦ୍ୱାରା କିଛି ମାତ୍ରାରେ ନିୟନ୍ତ୍ରିତ ହେଉଛି ବୋଲି ସେ କହିଛନ୍ତି ।
ପ୍ରଫେସର ପ୍ରଧାନ ଭାରତୀୟ କୃଷି ସମ୍ଫ୍ରସାରଣ ବିଜ୍ଞାନ ତଥା ପରିବେଶ ପରିବର୍ତନ ଭିତିକ କୃଷି ବିଷୟରେ ବକ୍ତବ୍ୟ ରଖିଥିଲେ ।
ଆଇଏଏସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ବକ୍ତୃତାମାଳାର ସଂଯୋଜକ ପ୍ରଫେସର ସରୋଜ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରଫେସର ବିବୁଧ ପରାଶର ଧନ୍ୟବାଦ ଦେଇଥିଲେ । ଡ. ରାଜୀବ କୁମାର ବେହେରା ଉତ୍ସବ ପରିଚାଳନା କରିଥିଲେ ।

Related Posts

କ୍ୟାବିନେଟ: ହାଡ଼ୁଆ ଜଳ ସେଚନ ପ୍ରକଳ୍ପ ନେଇ ନିଆଗଲା ଏହି ନିଷ୍ପତ୍ତି

ଭୁବନେଶ୍ୱର: ସରିଲା କ୍ୟାବିନେଟ ବୈଠକ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ୫ଟି ବିଭାଗର ମୋଟ ୧୧ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ…

Continue reading
ଆଇପିଏସ୍ଆ ଶୀଷ ସିଂଙ୍କୁ ଓଡ଼ିଶା କ୍ୟାଡ଼ରକୁ ଫେରାଇଦେଲା କେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶା କ୍ୟାଡ଼ରର ଆଇପିଏସ୍ ଆଶୀଷ କୁମାର ସିଂଙ୍କୁ କେନ୍ଦ୍ର ସରକାର ନିଜ କ୍ୟାଡ଼ର(ଓଡ଼ିଶା)କୁ ଫେରାଇ ଦେଇଛନ୍ତି। କେନ୍ଦ୍ରୀୟ ଗୁଇନ୍ଦା ବିଭାଗ(ଆଇବି)ରେ ଡେପୁଟି ଡାଇରେକ୍ଟର ଭାବେ କାର୍ୟ୍ୟରତ ଥିବା ଶ୍ରୀ ସିଂଙ୍କୁ ତତ୍କାଳ ଅବ୍ୟାହତ ଦେଇ ଓଡ଼ିଶା କ୍ୟାଡ଼ରକୁ ଫେରିଯିବାକୁ ନିର୍ଦ୍ଦେଶ…

Continue reading

Leave a Reply

Your email address will not be published. Required fields are marked *

You Missed

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

ଖରାଦିନର ଖାଦ୍ୟ

୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ଭାଲେଣ୍ଟାଇନ୍ ଦିବସ

ଭାଲେଣ୍ଟାଇନ୍ ଦିବସ