ସ୍ପେଶାଲ OTET-2025 ପରୀକ୍ଷା ବାତିଲ

କଟକ: ସ୍ପେସାଲ୍ ଓଟିଇଟି 2025 ବାତିଲ । ମଧ୍ୟ ରାତ୍ରରେ ଏହି ପରୀକ୍ଷା ବାତିଲ ନେଇ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଆଜି ଏହି ପରୀକ୍ଷା ଥିବା ବେଳେ ଏହାକୁ ବୋର୍ଡ ବାତିଲ କରିଛି । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଏହି ପରୀକ୍ଷା ପୂର୍ବରୁ ସୋସିଆଲ୍ ମିଡିଆରେ ଓଟିଇଟିର ପେପର୍-୧ ଓ ପେପର୍-୨ର ହାତଲେଖା ପ୍ରଶ୍ନ ଓ ତାହାର ଉତ୍ତର ଘୁରି ବୁଲୁଛି । ଦୁଇଟି ଯାକ ପେପର୍‌ର ଅଧିକାଂଶ ପ୍ରଶ୍ନ ଏବଂ ତା’ର ଉତ୍ତର ଓଡ଼ିଆ ଓ ଇଂରାଜୀର ହାତଲେଖା ପ୍ରଶ୍ନ ମୋବାଇଲ୍‌ରୁ ମୋବାଇଲ୍‌କୁ ଏବେ ଘୂରୁଥିବା ଦେଖିବାକୁ ମିଳୁଛି । ଭାଇରାଲ୍ ହେଉଥିବା ପ୍ରଶ୍ନପତ୍ର ସତ୍ୟ ବୋଲି ଜଣାପଡ଼ିଛି । ଯାହାକୁ ନେଇ ପରୀକ୍ଷା ବାତିଲ କରାଯାଇଛି ।ତେବେ ପରୀକ୍ଷା ଆଗରୁ ଫେସ୍‌ବୁକ୍‌, ହ୍ଵାଟସ୍ ଆପ୍, ଇନ୍‌ଷ୍ଟାଗ୍ରାମ୍ ଆଦି ବିଭିନ୍ନ ସୋସିଆଲ୍ ମିଡିଆରେ ହାତ ଲେଖା ପ୍ରଶ୍ନ ବୁଲିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କେଉଁ ପରିସ୍ଥିତିରେ ଏବଂ କିଏ ଏପରି ଭାଇରାଲ କଲା ତାହାର କାରଣ ଅସ୍ପଷ୍ଟ ରହିଛି । ଭାଇରାଲ ହେଉଥିବା ପ୍ରଶ୍ନପତ୍ର ସତ୍ୟାସତ୍ୟ ଥିବା ଜଣାପଡ଼ିବା ପରେ ବୋର୍ଡ କର୍ତ୍ତୃପକ୍ଷ ଉକ୍ତ ସ୍ବତନ୍ତ୍ର ଓଟିଇଟିକୁ ବାତିଲ୍ କରିଦେଇଛନ୍ତି । ଏନେଇ ବୋର୍ଡର ଜଣେ ଅଧିକାରୀ ନିଜର ନାଁକୁ ଗୋପନ ରଖି ସୂଚନା ଦେଇଛନ୍ତି । ରାତି ଅଧିଆ ଏହି ପରୀକ୍ଷାକୁ ବାତିଲ କରାଯାଇଛି । ଏନେଇ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟରାତ୍ରରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।ଉଭୟ ପେପର୍-୧ ଓ ପେପର୍ -୨ର ପ୍ରଶ୍ନପତ୍ର ଭାଇରାଲ୍ ହେବା ଘଟଣା ପରୀକ୍ଷାର୍ଥୀ ତଥା ଇନ୍‌ସର୍ଭିସ୍ ଶିକ୍ଷକମାନଙ୍କ ମହଲରେ ଆଲୋଡ଼ନ ସୃଷ୍ଟି କରିଛି । ପରୀକ୍ଷା ବାତିଲ ଯୋଗୁ ରାଜ୍ୟରେ ୭୫ ହଜାରରୁ ଅଧିକ ଆଶାୟୀ ନିରାଶ ହୋଇଛନ୍ତି ।ତେବେ ଏହି ହାତଲେଖା ଓଟିଇଟି ପ୍ରଶ୍ନ କେଉଁଠୁ ଆସିଲା ତାହା ଜଣା ପଡିନାହିଁ । ବୋର୍ଡ ଏହି ପରୀକ୍ଷା ବାତିଲ୍‌ କରିବା ସହ ପରବର୍ତ୍ତୀ ସମୟରେ ସାନି ବିଜ୍ଞପ୍ତି ଜାରି କରିବ ବୋଲି ସୂଚନା ଦେଇଛନ୍ତି ।ପ୍ରାଥମିକ ଶିକ୍ଷାରେ ନିୟୋଜିତ ଇନ୍‌ ସର୍ଭିସ୍ ଶିକ୍ଷକ ମାନଙ୍କ ପାଇଁ ସ୍ବତନ୍ତ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସ୍ପେସାଲ୍ ଓଟିଇଟି) ପାଇଁ ୭୫ ହଜାର ୪୦୩ ଜଣ ଇନ୍‌ ସର୍ଭିସ୍ ଶିକ୍ଷକ ପରୀକ୍ଷା ଦେବା ପାଇଁ ଆବେଦନ କରିଥିଲେ । ରାଜ୍ୟରେ ୩୦ଟି ଜିଲ୍ଲାରେ ୧୯୩ଟି ପରୀକ୍ଷା କେନ୍ଦ୍ର ଚୟନ କରାଯାଇଥିଲା ।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ