ବଳଙ୍ଗାରେ ଡିଜିପି

ପୁରୀ: ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଆଜି ପୁରୀ ଜିଲ୍ଲା ବଳଙ୍ଗାରେ ପହଞ୍ଚିଛନ୍ତି। ଡିଜି ୱାଇ. ବି. ଖୁରାନିଆ ବଳଙ୍ଗା ପୀଡ଼ିତାଙ୍କୁ ଯେଉଁଠି ଅପହରଣ କରାଯାଇ କିରାସିନି ଢାଳି ନିଆଁ ଲଗାଯାଇଥିଲା, ସେହି ସ୍ଥାନରେ ପହଞ୍ଚି ନିଜେ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ନାବାଳିକା ପୀଡ଼ିତାଙ୍କୁ ଉଦ୍ଧାର କରିଥିବା ବ୍ୟକ୍ତିଙ୍କୁ ଭେଟିବା ସହିତ କଥାବାର୍ତ୍ତା କରିଛନ୍ତି। ଏଥି ସହିତ ସେ ସ୍ଥାନୀୟ ଲୋକ ଓ ପୀଡିତାଙ୍କର ସଂପର୍କୀୟଙ୍କ ସହିତ କଥା ହୋଇଛନ୍ତି। ଏହି ଅବସରରେ ପୁରୀ ଏସ୍‌ପି ପିନାକ ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଡିଜିପି ଶ୍ରୀ ଖୁରାନିଆ କହିଛନ୍ତି, ବଳଙ୍ଗା ମାମଲାରେ କିଛି ତଥ୍ୟ ସାମ୍ନାକୁ ଆସିଛି। ଆହୁରି କିଛି ତଥ୍ୟ ଆସିବାର ବାକି ଅଛି। ଆଜି ୨ଟି ଟିମ୍‌ ଘଟଣାର ତଦନ୍ତ କରିଛନ୍ତି। ବଳଙ୍ଗା ଅଞ୍ଚଳରେ ଗତକାଲି ତିନି ଜଣ ଦୁର୍ବୃତ୍ତଙ୍କ ଦ୍ବାରା ଅଗ୍ନିକାଣ୍ଡର ଶିକାର ହୋଇ ଶରୀରର ପ୍ରାୟ ୭୫ ପ୍ରତିଶତ ପୋଡ଼ି ଯାଇଥିବା ପୀଡ଼ିତାଙ୍କୁ ଆଜି ଅପରାହ୍‌ଣରେ ଏମ୍ସ ଦିଲ୍ଲୀରେ ଭର୍ତ୍ତି କରାଯାଇଛି। ବଳଙ୍ଗା ପୀଡ଼ିତାଙ୍କୁ ଏମ୍ସର ବର୍ଣ୍ଣ ୟନିଟ୍‌ରେ ଭର୍ତ୍ତି କରାଯାଇଛି। ପୀଡିତାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଏହି କ୍ରମରେ ଆଜି ଅପରାହ୍‌ଣରେ ଏମ୍ସ ଭୁବନେଶ୍ବରରୁ ଗ୍ରୀନ୍‌ କରିଡରରେ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ନିଆଯାଇଥିଲା। ଏହା ପରେ ଏୟାର ପୀଡିତା ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଲା ପରେ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ଏମ୍ସ ଦିଲ୍ଲୀରେ ପହଞ୍ଚିଥିଲେ। ସୂଚନାଯୋଗ୍ୟ, ପୁରୀଜିଲ୍ଲା ବଳଙ୍ଗା ଥାନା ବାଇଆବରର ନାବାଳିକା ଜଣକ ଶନିବାର ପୂର୍ବାହ୍ଣରେ ନିଜ ସାଙ୍ଗ ଘରକୁ କୌଣସି କାମରେ ଯାଉଥିଲା। ଏହି ସମୟରେ ଦୁର୍ବୃତ୍ତମାନେ ନାବାଳିକାକୁ ଅନୁସରଣ କରିଥିଲେ ଏବଂ ଅପହରଣ କରି ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ। ସେଠାରେ ନିଆଁ ଲଗାଇ ଦେଇଥିଲେ। ଦେହରେ ନିଆଁ ଲାଗିବା ପରେ ନାବାଳିକା ଏଣେତେଣେ ଦୌଡ଼ିବାରେ ଲାଗିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି।

  • Garvita Odia

    Related Posts

    ସନ୍ଧ୍ୟା ୫ଟାରେ ‘ଖୋଲା ପେଟ୍ରୋଲ’ ବିକ୍ରି ବୈଠକ

    ଭୁବନେଶ୍ୱର: ଏଫ୍‌ଏମ୍‌ କଲେଜ ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢ଼ାଳି ପୋଡ଼ିହେବାର ସପ୍ତାହେ ପରେ ପୁଣି ଘଟିଲା ବଳଙ୍ଗା ନାବାଳିକା ପୋଡ଼ି ମାମଲା ଯାହାକୁ ନେଇ ଖୋଲାରେ ପେଟ୍ରୋଲ୍‌ ବିକ୍ରିକୁ ନେଇ ଚିନ୍ତାରେ ପଡ଼ିଛନ୍ତି ରାଜ୍ୟ ସରକାର । ଆଗାମୀ ଦିନରେ…

    ଖୋଲିଲା ୪୬ ମିଶ୍ରଣ ସ୍କୁଲ

    ଭୁବନେଶ୍ୱର: ଖୋଲିଲା ୪୬ ମିଶ୍ରଣ ସ୍କୁଲ। ପୂର୍ବରୁ ମିଶ୍ରଣ ହୋଇଥିବା ୪୬ ସ୍କୁଲ ଖୋଲିଛି । ଆଗକୁ ଆଉ ୪ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । ୪୬ ସ୍କୁଲ ମଧ୍ୟରୁ ଢେଙ୍କାନାଳ ରେ ସର୍ବାଧିକ ୨୨ ଟି ଥିବା ବେଳେ…

    Leave a Reply

    Your email address will not be published. Required fields are marked *

    You Missed

    ସନ୍ଧ୍ୟା ୫ଟାରେ ‘ଖୋଲା ପେଟ୍ରୋଲ’ ବିକ୍ରି ବୈଠକ

    ସନ୍ଧ୍ୟା ୫ଟାରେ ‘ଖୋଲା ପେଟ୍ରୋଲ’ ବିକ୍ରି ବୈଠକ

    ଖୋଲିଲା ୪୬ ମିଶ୍ରଣ ସ୍କୁଲ

    ଖୋଲିଲା ୪୬ ମିଶ୍ରଣ ସ୍କୁଲ

    ଆଜିଠୁ ସଂସଦର ମୌସୁମୀ ଅଧିବେଶନ

    ଆଜିଠୁ ସଂସଦର ମୌସୁମୀ ଅଧିବେଶନ

    ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲା, ୧୧ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

    ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲା, ୧୧ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

    ଉଦିତ ପ୍ରଧାନ ଗିରଫ ଘଟଣା: କଂଗ୍ରେସ କମିଟି ଗଠନ

    ଉଦିତ ପ୍ରଧାନ ଗିରଫ  ଘଟଣା: କଂଗ୍ରେସ କମିଟି ଗଠନ

    ଗାଧୋଇବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର

    ଗାଧୋଇବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର