ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

କଟକ,: ଅନୁଗୁଳରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା ମାମଲାରେ ଫାଶୀ ଦଣ୍ଡ ପାଇଥିବା ୨ ଅଭିଯୁକ୍ତଙ୍କୁ ହାଇକୋର୍ଟ ଆଜି ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଭିଯୁକ୍ତ ହେଲେ ପ୍ରକାଶ ବେହେରା ଏବଂ ନନ୍ଦ କିଶୋର ସେଠୀ । ଆବଶ୍ୟକ ପ୍ରମାଣ ଅଭାବରୁ ଅଦାଲତ ଏହି ଆଦେଶ ଦେଇଛନ୍ତି । ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଙ୍ଗମ କୁମାର ସାହୁ ଏବଂ ଜଷ୍ଟିସ୍ ଶିବ ଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ।

କହିରଖୁ କି, ୨୦୧୭ ମସିହାରେ ଅନୁଗୁଳର ଆଠମଲ୍ଲିକ ଅଞ୍ଚଳରେ ବିଭତ୍ସ ହତ୍ୟାକାଣ୍ଡ ଘଟିଥିଲା । ଦେଢ଼ଲକ୍ଷ ଟଙ୍କା ପାଇଁ ଏକ ପରିବାରର ବାପା, ମାଆ ଏବଂ ତାଙ୍କର ଏକ ପୁଅକୁ ଅଭିଯୁକ୍ତ ପ୍ରକାଶ ବେହେରା ଏବଂ ନନ୍ଦ କିଶୋର ସେଠୀ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୁଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଆଠମଲ୍ଲିକ ଅତିରିକ୍ତ ସେସନ୍ସ ଜଜ୍ ୨୦୨୪ ସେପ୍ଟେମ୍ବର ୨୭ ତାରିଖରେ ଏହି ମାମଲାରେ ରାୟ ପ୍ରକାଶ କରି ସେହିଦିନ ଦଣ୍ଡାଦେଶ ଘୋଷଣା କରିଥିଲେ । ଉଭୟ ଆସାମୀଙ୍କୁ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ କରିଥିଲେ । ଏହି ଆଦେଶକୁ ଚାଲେଞ୍ଜ କରି ଅଭିଯୁକ୍ତ ଦ୍ୱୟ ହାଇକୋର୍ଟକୁ ଆସିଥିଲେ । ଆସାମୀଙ୍କ ପକ୍ଷରୁ ଆଇନଜୀବୀ ସତ୍ୟ ରଞ୍ଜନ ମୂଳିଆ ମାମଲା ପରିଚାଳନା କରୁଛନ୍ତି ।

  • Garvita Odia

    Related Posts

    ସୋଆ ପକ୍ଷରୁ ଉଦ୍ଭାବନକୁ ନେଇ ଏଆଇସିଟିଇ ପ୍ରାୟୋଜିତ ଏଫ୍ଡିପି ଆୟୋଜିତ

    ଭୁବନେଶ୍ୱର: ଉଦ୍ଭାବନ ଓ ଉଦ୍ୟୋଗୀକରଣ ବର୍ତମାନ ସାରା ବିଶ୍ୱର ଅର୍ଥନୈତିକ ସମୃଦ୍ଧି ଓ ସାମାଜିକ ବିକାଶର ମୂଳମନ୍ତ୍ର ପାଲଟିଛି ବୋଲି ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏକ ୫- ଦିନିଆ ଫ୍ୟାକଲ୍ଟି ଡେଭଲପମେଂଟ ପ୍ରୋଗ୍ରାମ (ଏଫ୍ଡିପି)ରେ…

    ସୋଆ ଏନ୍ଏସ୍ଏସ୍ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

    ଭୁବନେଶ୍ୱର: ସବୁଜିମାକୁ ବୃଦ୍ଧି କରିବା ସହ ପରିବେଶ ସନ୍ତୁଳନ ସଚେତନତା ବାର୍ତା ପ୍ରଦାନ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏନ୍ଏସ୍ଏସ୍ ଶାଖା ପକ୍ଷରୁ ଗତ ଜୁଲାଇ ୧୬ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ଛତାବର ସ୍ଥିତ ବିଶ୍ୱବିଦ୍ୟାଳୟର…

    Leave a Reply

    Your email address will not be published. Required fields are marked *

    You Missed

    ସୋଆ ପକ୍ଷରୁ ଉଦ୍ଭାବନକୁ ନେଇ ଏଆଇସିଟିଇ ପ୍ରାୟୋଜିତ ଏଫ୍ଡିପି ଆୟୋଜିତ

    ସୋଆ ପକ୍ଷରୁ ଉଦ୍ଭାବନକୁ ନେଇ ଏଆଇସିଟିଇ ପ୍ରାୟୋଜିତ ଏଫ୍ଡିପି ଆୟୋଜିତ

    ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

    ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

    ସୋଆ ଏନ୍ଏସ୍ଏସ୍ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

    ସୋଆ ଏନ୍ଏସ୍ଏସ୍ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

    ଏଥର କେବଳ ଅଧିକାରୀ ନୁହେଁ ନିଜେ ମନ୍ତ୍ରୀ ଯିବେ କୋଟିଆ:ମନ୍ତ୍ରୀ

    ଏଥର କେବଳ ଅଧିକାରୀ ନୁହେଁ ନିଜେ ମନ୍ତ୍ରୀ ଯିବେ କୋଟିଆ:ମନ୍ତ୍ରୀ

    ଦାଦା, ଖୁଡି, ଭଉଣୀକୁ ହାଣିଲା ପୁତୁରା, ୨ ମୃତ

    ଦାଦା, ଖୁଡି, ଭଉଣୀକୁ  ହାଣିଲା ପୁତୁରା, ୨ ମୃତ

    ଆଉ ନାହାନ୍ତି କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଏସ୍‌ ଅଚ୍ୟୁତାନନ୍ଦ

    ଆଉ ନାହାନ୍ତି  କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଏସ୍‌ ଅଚ୍ୟୁତାନନ୍ଦ