ସୋଆ ପକ୍ଷରୁ ଉଦ୍ଭାବନକୁ ନେଇ ଏଆଇସିଟିଇ ପ୍ରାୟୋଜିତ ଏଫ୍ଡିପି ଆୟୋଜିତ

ଭୁବନେଶ୍ୱର: ଉଦ୍ଭାବନ ଓ ଉଦ୍ୟୋଗୀକରଣ ବର୍ତମାନ ସାରା ବିଶ୍ୱର ଅର୍ଥନୈତିକ ସମୃଦ୍ଧି ଓ ସାମାଜିକ ବିକାଶର ମୂଳମନ୍ତ୍ର ପାଲଟିଛି ବୋଲି ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏକ ୫- ଦିନିଆ ଫ୍ୟାକଲ୍ଟି ଡେଭଲପମେଂଟ ପ୍ରୋଗ୍ରାମ (ଏଫ୍ଡିପି)ରେ ବକ୍ତାମାନେ ମତ ରଖିଛନ୍ତି ।
ଉଦ୍ଭାବନର ଆବଶ୍ୟକତା ବେଶ ବ୍ୟାପକ ଥିବା ବେଳେ ଆମେ ଯଦି କିଛି ଉଦ୍ଭାବନ କରୁ ନାହୁଁ ତେବେ ଆମେ କୋ÷ଣସି କାର୍ଯ୍ୟ କରୁନାହୁଁ ବୋଲି କହିଛନ୍ତି ଟାଟା ପାୱାର ସେଂଟ୍ରାଲ ଓଡ଼ିଶା ଡିଷ୍ଟି୍ରବୁ୍ୟସନ୍ ଲିମିଟେଡ (ଟିପିସିଓଡିଏଲ୍)ର ସିଏସ୍ଆର ମୁଖ୍ୟ ଶ୍ରୀ ପ୍ରଦୀପ ଘୋଷାଲ । ‘ଊଦ୍ଭାବନ ଓ ଉଦ୍ୟୋଗୀକରଣ’ ଶୀର୍ଷକ ଏଫଡିପିର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ନିଜ ବକ୍ତବ୍ୟ ରଖିବା ଅବସରରେ ଏହା କହିଛନ୍ତି ଶ୍ରୀ ଘୋଷାଲ ।
ଅଲ୍ ଇଣ୍ଡିଆ କାଉନ୍ସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ), ଶିକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ଇନୋଭେସନ୍ ସେଲ୍ (ଏମ୍ଆଇସି) ଏବଂ ସୋଆ ପରିଚାଳିତ ଇନ୍ଷ୍ଟିୁଚୁ୍ୟଟ୍ ଅଫ୍ ବିଜିନେସ ଆଣ୍ଡ କମ୍ପୁ୍ୟଟର ଷ୍ଟଡିଜ୍ (ଆଇବିସିଏସ୍)ର ମିଳିତ ଆନୁକୂଲ୍ୟରେ ଏହି ଏଫଡିପିର ଆୟୋଜନ କରାଯାଇଛି ।
ସାରା ବିଶ୍ୱରେ ଏକ ସମୟରେ କ୍ୟାମେରା ନିର୍ମାଣକୁ ନେଇ ନିଜର ସ୍ୱତନ୍ତ୍ର ସ୍ଥିତି ଜାହିର କରିଥିବା କୋଡାକ କମ୍ପାନୀର ଉଦାହରଣ ଦର୍ଶାଇ ଶ୍ରୀ ଘୋଷାଲ କହିଥିଲେ ଯେ ଯଦି କୋ÷ଣସି କମ୍ପାନୀ ଉଦ୍ଭାବନ ବନ୍ଦ କରିଦେବ ତେବେ ଏହା ସମ୍ପୂର୍ଣ୍ଣ ଉଭେଇ ଯିବ । ଉଦ୍ଭାବନ ପ୍ରତ୍ୟେକ ଦିନ ହେଉଛି ଏବଂ ଲୋକମାନେ ଏହାକୁ ଉଦ୍ୟୋଗରେ ପରିଣତ କରିବା ଉଚିତ୍ ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ଯୋଗ ଦେଇ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଯେ ଶିକ୍ଷାନୁଷ୍ଠାନର ଫ୍ୟାକଲ୍ଟିମାନେ ପୂର୍ବରୁ କେବଳ ଜ୍ଞାନ ପ୍ରଦାନର ଦାୟିତ୍ୱ ନିର୍ବାହ କରୁଥିବା ବେଳେ ବର୍ତମାନ ଆଗକୁ ଆସି ଅଭିନବ ଉପାୟ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବାର ଅବକାଶ ଆସିଛି ।
କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ଅନୁପ କୁମାର ସାମନ୍ତରାୟ ଓ ଆଇବିସିଏସ୍ର ଡିନ୍ ପ୍ରଫେସର ଅୟସ କାନ୍ତ ମହାନ୍ତି ଉଦ୍ଭାବନର ଆବଶ୍ୟକତା ଏବଂ କ୍ଲାସ୍ରୁମରେ ଏହାର ଗୁରୁତ୍ୱ ସମ୍ପର୍କରେ ମତ ରଖିଥିଲେ ।
ଏହି କାର୍ଯ୍ୟକ୍ରମର ସଂଚାଳକ ତଥା ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କହିଥିଲେ ଯେ ସାରା ଓଡ଼ିଶାର ୨୮ଟି ଉଚ୍ଚ ଶିକ୍ଷାନୁଷ୍ଠାନର ପ୍ରତିନିଧିମାନେ ଏହି ଏଫ୍ଡିପିରେ ଯୋଗ ଦେଇଛନ୍ତି । ଆଇବିସିଏସ୍ର ଆସୋସିଏଟ୍ ପ୍ରଫେସର ଡକ୍ଟର ସସ୍ମିତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

ରାଜ୍ୟରେ ମହଜୁଦ ରହିଛି ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର

ଭୁବନେଶ୍ୱର: ସାର କଳାବଜାରୀ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟରେ ବର୍ତ୍ତମାନ ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର ମହଜୁଦ ରହିଛି । ମୋଟ୍ ମହଜୁଦରୁ ୨ ଲକ୍ଷ ୬ ହଜାର ୩୬୮ ଟନ୍ ସାର ପ୍ରାଥମିକ…

Continue reading
ନିଯୁକ୍ତି ମେଳା : ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଯୁବପିଢ଼ିଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଓ ସରକାରୀ ସେବାରେ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଛି। ଏହି ଅବସରରେ ୧୩୨୬ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।ରାଜ୍ୟ ସରକାରଙ୍କ…

Continue reading

Leave a Reply

Your email address will not be published. Required fields are marked *

You Missed

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ