୨୩ରୁ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ

ଭୁବନେଶ୍ୱର : ଆସନ୍ତା ୨୩ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ । ୨୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ଅଛି । ଏହା ପ୍ରଭାବରେ ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରିଛି। ୨୩ରୁ ୨୬ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ୨୩ରେ କଟକ ଓ ନୟାଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏହି ଦୁଇ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଖୋର୍ଦ୍ଧା ଓ ବୌଦ୍ଧରେ ପ୍ରବଳ ବର୍ଷା ହୋଇପାରେ । ୨୪ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବରଗଡ଼, ଅନୁଗୁଳ ଓ ଢେଙ୍କାନାଳରେ ପ୍ରବଳ ବର୍ଷା ଆଶଙ୍କା ଅଛି । ୨୫ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର ଓ କେନ୍ଦୁଝରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି, ଦେବଗଡ଼, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ଯାଜପୁରରେ ପ୍ରବଳ ବର୍ଷା ହୋଇପାରେ । ୨୬ ତାରିଖରେ ମଧ୍ୟ କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଅଛି ।

  • Garvita Odia

    Related Posts

    ‘ପାଇକ ବିଦ୍ରୋହ’ ବିଷୟକୁ ବାଦ୍‌ ଦିଆଯାଇନି:ଏନ୍‌ସିଇଆର୍‌ଟି

    ଭୁବନେଶ୍ୱର: ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ଦ୍ୱାରା ପ୍ରସ୍ତୁତ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକରୁ ‘ପାଇକ ବିଦ୍ରୋହ’ ବିଷୟକୁ ବାଦ୍‌ ଦିଆଯାଇନି । ଆସନ୍ତା ସେପ୍‌ଟେମ୍ବର-ଅକ୍ଟୋବରରେ ପ୍ରକାଶିତ ହେବାକୁ ଥିବା ପାଠ୍ୟପୁସ୍ତକର ଦ୍ୱିତୀୟ ଖଣ୍ଡ (ସେକେଣ୍ଡ…

    ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା, କିଟ୍‌କୁ ଦାୟୀ କଲା ୟୁଜିସି

    ଭୁବନେଶ୍ୱର: କିଟ୍‌ ୟୁନିଭର୍ସିଟିରେ ଲଗାତାର 2 ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା । କିଟ୍‌କୁ ଦାୟୀ କରିଛି ୟୁଜିସି । କିଟ୍‌ ବିଶ୍ବବିଦ୍ୟାଳୟ ଦ୍ବାରା କରାଯାଇଥିବା ଅବୈଧ ଓ ବେଆଇନ କାର୍ଯ୍ୟକଳାପକୁ ନେଇ ଆଙ୍ଗୁଳି ଉଠାଇଛି UGC ଫ୍ୟାକ୍ଟ ଫାଇଣ୍ଡିଂ ପ୍ୟାନେଲ୍…

    Leave a Reply

    Your email address will not be published. Required fields are marked *

    You Missed

    ‘ପାଇକ ବିଦ୍ରୋହ’ ବିଷୟକୁ ବାଦ୍‌ ଦିଆଯାଇନି:ଏନ୍‌ସିଇଆର୍‌ଟି

    ‘ପାଇକ ବିଦ୍ରୋହ’  ବିଷୟକୁ ବାଦ୍‌ ଦିଆଯାଇନି:ଏନ୍‌ସିଇଆର୍‌ଟି

    ଦିଲ୍ଲୀ ଏମ୍‌ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ବିଜେଡି ସାଂସଦ

    ଦିଲ୍ଲୀ ଏମ୍‌ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ବିଜେଡି ସାଂସଦ

    ପୁଅ ମାଡ଼ରେ ମାଆ ମୃତ

    ପୁଅ ମାଡ଼ରେ ମାଆ ମୃତ

    ହରିୟାଣାରେ ଭୂକମ୍ପ ଝଟକା

    ହରିୟାଣାରେ ଭୂକମ୍ପ ଝଟକା

    ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା, କିଟ୍‌କୁ ଦାୟୀ କଲା ୟୁଜିସି

    ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା,  କିଟ୍‌କୁ ଦାୟୀ କଲା ୟୁଜିସି

    ବିମାନ ଖସିପଡିବା ଘଟଣା, ୨୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

    ବିମାନ ଖସିପଡିବା ଘଟଣା, ୨୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା